ଏହି ଚିଠି ପଢ଼ିବା ପରେ ନ କାନ୍ଦି ରହିପାରିବେନି: ମୃତ୍ୟୁ ପରେ ବୃଦ୍ଧାଶ୍ରମରୁ ମିଳିଲା ବୃଦ୍ଧଙ୍କ ଶେଷ ଲୋମଟାଙ୍କୁରା କବିତା

ବୃଦ୍ଧଙ୍କ ନାମ ମାକ୍‌ ଫିଲିସର୍‌। ବୟସ ୮୬ ବର୍ଷ। ଜେରିଆର୍ଟିକ୍‌ ଓ୍ଵାର୍ଡ ଅ୍ରଫ୍‌ ନିର୍ସି ହୋମ୍‌ରେ ଶେଷ ନିଶ୍ୱାସ ତ୍ୟାଗ। ମୃତ୍ୟୁ ପରେ ମାତ୍ର ଗୋଟାଏ ଅମୂଲ୍ୟ ସଂପଦ ଛାଡ଼ି ଯାଇଥିଲେ ସେ। କବିତା ଢଙ୍ଗରେ ଲିଖିତି ହୃଦୟସ୍ପର୍ଶୀ ଚିଠି ଖଣ୍ଡେ।

ବୃଦ୍ଧ ଜଣକଙ୍କର ଶେଷ କୃତ୍ୟ ସରିବା ପରେ ଅନାଥ ଆଶ୍ରମର ଜଣେ ନର୍ସ ଆସି ଘରଟିକୁ ଝାଡ଼ିଥିଲେ। ସେଠାରୁ ନର୍ସ ଜଣକ ଖଣ୍ଡେ ଚିଠି ପାଇଲେ। ସେ ଚିଠିରେ ଏକ କବିତା ଲେଖାଯାଇଥିଲା। କବିତାର ଶୀର୍ଷକ ‘ପାଗଳ ବୃଦ୍ଧ’। ସେ କବିତାର ସାରାଂଶ ନିମ୍ନରେ ଦିଆଯାଇଛି।

ମାକ୍‌ ଫିଲିସର୍‌ଙ୍କ ଦ୍ୱାରା ‘ପାଗଳ ବୃଦ୍ଧ’

‘ତମେ କ’ଣ ଦେଖିଲ ନର୍ସ?
କ’ଣ ଭାବୁଛ?
ଜଣେ ପାଗଳ ବୃଦ୍ଧକୁ ଦେଖୁଛ,
ଯିଏକି ବିଶେଷ ବୁଦ୍ଧିମାନ ନୁହେଁ?
ଯିଏ ନିଜ ଖାଇବା ସଂପର୍କରେ ମୁହଁ ଖୋଲେନା
ତୁମେ ଉଚ୍ଚ ସ୍ୱରରେ କଥା ହେଲେ ବି ଯାହା ପାଟି ଖୋଲେନା
ହୁଏତ କେହି ଜାଣନ୍ତି ନାହିଁ, ଯାହା ତୁମେ କର
ତମେ କହିପାରିବ କି ଏଠି କ’ଣ ହଜୁଛି ଜୋତା ନା ମୋଜା?
କିଏ ଏଠି କାହାକୁ ବିରୋଧ କରୁଛି?

ନିଜ ଆଖି ଖୋଲ ନର୍ସ
ମୋତେ ଦେଖ
ମୁଁ ଏବେ କହିବି ମୁଁ କିଏ
କାହିଁକି ଏଠାରେ ବସିଛି
ମୁଁ ତମ ଇଚ୍ଛାରେ ଖାଏ
ବାପା ମଆଙ୍କ ଦଶ ପିଲାଙ୍କ ଭିତରୁ ଛୋଟ ପିଲା ଥିଲି ମୁଁ
ଭାଇ ଭଉଣୀଙ୍କ ପ୍ରେମ ବନ୍ଧନରେ ବାନ୍ଧି ହୋଇଥିଲି ମୁଁ
ଷୋହଳ ବର୍ଷର ଯୁବକ ଥିଲି ମୁଁ
ପାଦରେ ଲାଗିଥିଲା ପକ୍ଷୀ
ନିଜ ପ୍ରେମକୁ ପାଇବାର ସ୍ୱପ୍ନରେ ବୁଡ଼ିରହୁଥିଲି ମୁଁ
କୋଡ଼ିଏ ବର୍ଷରେ ମୁଁ କନିଆ ପାଇଲି
ମୋ ହୃଦୟ ପୂରି ଯାଇଥିଲା କି ସତେ!

ସେ ଶପଥ ମୋର ମନେ ଅଛି ଯାହା ମୁଁ ସେଦିନ ନେଇଥିଲି
ପଚିଶ ବର୍ଷରେ ମୁଁ ଘର ପରିବାର ସମ୍ଭାଳିବାର ଦାୟତ୍ୱ ନେଲି
ତିରିଷ ବର୍ଷରେ ମୋ ଯୌବନ ମୋତେ ଛାଡ଼ି ଦେଲା
ଚାଳିଶି ବର୍ଷରେ ମୋ ପୁଅ ବିବାହ କଲା, ସେ ସବୁ ସାକ୍ଷୀ ମୋ ପତ୍ନୀ
ପଚାଶ ବର୍ଷରେ ଆହୁରି କେତେକ ଶିଶୁ ମୋ କୋଳରେ ଖେଳିଲେ

ମୋ ପତ୍ନୀ ଆଉ ନାହାନ୍ତି, ମୁଁ ଜଣେ ବୃଦ୍ଧ ଆଉ ଏହି ପ୍ରକୃତି ଭାରି କ୍ରୁର
ମୋ ଶରୀର ଆଉ ଶରୀର ନୁହେଁ, ଚର୍ମ ଆଉ ପୂର୍ବ ପରି ନାହିଁ
ମୋ ହୃଦୟ ଏବେ ପଥରଟିଏ
ହେଲେ ଏହି ବୃଦ୍ଧାଶ୍ରମରେ ଯୁବ ମନଟିଏ ଜିଇଛି
ସେ ଆନନ୍ଦ, ସେ ଯନ୍ତ୍ରଣାକୁ ମନେପକାଉଛି

ତେଣୁ ତୁମେମାନେ ଟିକେ ଆଖି ଖୋଲ
ଦେଖିବାକୁ ଆଖି ଖୋଲିବାକୁ ହେବ
ଜଣେ ବୃଦ୍ଧ ପାଗଳକୁ ନୁହେଁ
ତୁମେ ଏବେ ମୋତେ ଦେଖ!!’

ସମ୍ବନ୍ଧିତ ଖବର