ବୀର ଯବାନଙ୍କ ଗାଁ ସୌଥା, ଯେଉଁଠି ଦେଶ ପାଇଁ ଜୀବନ ଦେବାକୁ ସବୁବେଳେ ପ୍ରସ୍ତୁତ ଥାଆନ୍ତି ଯୁବକ!

ଭାରତୀୟ ସେନା ଦେଶର ଗର୍ବ। ପ୍ରତିଦିନ ସୀମାରେ ଶତ୍ରୁ ସହ ଲଢ଼ି ଦେଶ ପାଇଁ ହସି ହସି ଜୀବନ ଦେଉଛନ୍ତି। ତାଙ୍କ ତ୍ୟାଗ ଆଗରେ ସବୁକିଛି ଛାର। ଦେଶପ୍ରେମ ଆଗରେ ସେମାନଙ୍କର ମୃତ୍ୟୁର ଡର ବୋଲି କିଛି ନଥାଏ। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଭାରତ ବର୍ଷରେ ଏମିତି ଏକ ଗାଁ ଅଛି, ଯେଉଁଠି ସେନାରେ ଭର୍ତ୍ତି ହେବା ପାଇଁ, ଦେଶ ପାଇଁ ଜୀବନ ଦେବା ପାଇଁ ସବୁବେଳେ ଯୁବକମାନେ ପ୍ରସ୍ତୁତ ଥାଆନ୍ତି। ହରିୟାଣାର ହିସାର ଜିଲ୍ଲାରେ ସୌଥା ଗାଁର ମାଟିରେ କିଛି ଖାସ ମହକ ଅଛି। ଏଠାରେ ଯୁବକମାନଙ୍କ ଦେଶପ୍ରେମ ଦେଖିଲେ ଯେକେହି ଆଶ୍ଚର୍ଯ୍ୟ ହେବ। ଆଜି ଏହି ଗାଁ ବୀର ଯବାନଙ୍କ ଗାଁ ନାମରେ ପରିଚିତ। ଚାରି ବର୍ଷ ପୂର୍ବରୁ କିନ୍ତୁ ଗାଁର ସ୍ଥିତି ଏପରି ନଥିଲା। ସାଧାରଣ ଗାଁ ପରି ଥିଲା ସୌଥା ଗାଁ। ଆଉ ପାଖାପାଖି ୧୨ ଜଣ ଯୁବକ ସେନାରେ ଭର୍ତ୍ତି ହୋଇଥିିଲେ।

ଉକ୍ତ ଯବାନଙ୍କ ପ୍ରଚେଷ୍ଟାରେ ଆଜି ସୌଥା ଗାଁକୁ ବୀର ଯବାନଙ୍କ ଗାଁ କୁହାଯାଉଛି। ନିଜ ପ୍ରଚେଷ୍ଟାରେ ସେମାନ ଏକ ସାଧାରଣ ଗାଁକୁ ବୀର ଯବାନଙ୍କ ଗାଁରେ ପରିଣତ କରିଦେଇଛନ୍ତିି। ଛୁଟିରେ ଆସିଲେ ସେମାନେ ଯୁବକଙ୍କୁ ପ୍ରଶିକ୍ଷଣ ଦିଅନ୍ତି। ଏହାର ପରିଣାମ ସ୍ୱରୂପ ଆଜି ୫୦ରୁ ଅଧିକ ଯୁବକ ସେନାରେ ଭର୍ତ୍ତି ହୋଇସାରିଛନ୍ତି।

ସୂଚନା ଅନୁସାରେ ସେନାରେ ଭର୍ତ୍ତି ହୋଇଥିବା ଯୁବକମାନଙ୍କ ଚେଷ୍ଟାରେ ହିଁ ଏସବୁ ସମ୍ଭବ ହୋଇପାରୁଛି। ଜଣଙ୍କ ଛୁଟି ସରିଲେ ଆଉ ଜଣେ ଛୁଟି ନେଇ ପ୍ରଶିକ୍ଷଣ ଦେବା ପାଇଁ ଚାଲିଆସନ୍ତି। ତାଙ୍କ ଚେଷ୍ଟା ଓ ପରିଶ୍ରମ ଦେଖି ପଂଚାୟତ ମଧ୍ୟ ସାହାଯ୍ୟର ହାତ ବଢ଼ାଇଛି। ଛଅ ଏକର ଜାଗା ନେଇ ଅଭ୍ୟାସସ୍ଥଳ ତିଆରି କରାଯାଇଛି। ଏହା ବ୍ୟତୀତ ଆଧୁନିକ ଟ୍ରେନିଂ ସେଣ୍ଟର ତିଆରି କରିଥିଲେ। ତେବେ ସେମାନଙ୍କ ଏତେ କଷ୍ଟ ବେକାର ଯାଇନଥିଲା। ଶେଷର ଯୁବକମାନେ ସେନାରେ ଭର୍ତ୍ତି ହେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ଆଜି ସେମାନଙ୍କ ଗାଁ ବୀର ପୁତ୍ରଙ୍କ ଗାଁ ନାମରେ ପରିଚିତ।

ସମ୍ବନ୍ଧିତ ଖବର