ମହାଦେବ କୈଳାସରେ ରହୁଥିବାର ଐତିହାସିକ ପ୍ରମାଣ

କେହି କୈଳାସ ପର୍ବତ ଆରୋହଣ କରି ପାରିବେ ନାହିଁ। କରିବା ମଧ୍ୟ ଅନୁଚିତ। ନାସ୍ତିକ ଏବଂ ଅଧର୍ମାମାନଙ୍କ ମୃତ୍ୟୁ ଏହାର ପ୍ରମାଣ କରିଛି। ରୁଷୀୟମାନେ ଭଗବାନ ଶିବଙ୍କ ନିବାସ କୈଳାସ ପର୍ବତ ଉପରେ ଗବେଷଣା କରି କହିଛନ୍ତି କି, ଏହା ବିଶ୍ୱର ଅକ୍ଷ ଏବଂ କେନ୍ଦ୍ରସ୍ଥଳ।
ସେମାନେ ଆହୁରି ମଧ୍ୟ କହିଛନ୍ତି କି, କୈଳାସ ପର୍ବତ ମାନବ ନିର୍ମିତ ଗୁଡ଼ାଏ ପିରାମିଡ୍‌ର କେନ୍ଦ୍ରସ୍ଥଳ ହୋଇଥାଇ ପାରେ। ଏହିସ୍ଥଳ ବିଶ୍ୱର ଅନ୍ୟାନ୍ୟ ରହସ୍ୟମୟ ସ୍ଥାନଗୁଡ଼ିକୁ ସଂଯୁକ୍ତ ହୋଇ ଥାଇ ପାରେ। ଏ ଅଞ୍ଚଳର ପିରାମିଡ୍‌ଗୁଡ଼ିକ ରାମାୟଣ ଯୁଗ ସହ ସମ୍ପୃକ୍ତ।

ରାବଣ ସୀତାଙ୍କୁ ହରଣ କରିନେବା ପରେ ସୀତାଙ୍କୁ ଠାବ କରିବାକୁ ସୁଗ୍ରୀବ ଓ ବାନର ସେନା ଯୋଜନା ପ୍ରସ୍ତୁତି କଲେ। ଫଳରେ ବାନରମାନଙ୍କର ଭାରତର ବିଭିନ୍ନ ସ୍ଥାନ ବିଷୟରେ ନୂତନ ଧାରଣା ଆସିଲା। ସୀତା ଠାବ ବେଳେ ହିମାଳୟର ତିନିଟି ଶୃଙ୍ଗ କଥା ଉଲ୍ଲେଖ ରହିଛି। ସେଗୁଡ଼ିକ ହେଲା କାଳ, ସୁଦର୍ଶନ ଏବଂ ଦେବଶଖା। ସୁଗ୍ରୀବ କହିଥିଲେ ଏହି ତିନୋଟି ଶୃଙ୍ଗ ପରେ ଯେଉଁ ଟାଙ୍ଗର ଭୂଇଁ ପଡ଼ିବ ତାହା ଟପିଗଲେ କୈଳାସ ପର୍ବତ ପଡ଼ିବ।


ରାମାୟଣ ବର୍ଣ୍ଣିତ ଏହି ନୈସର୍ଗିକ ପର୍ବତ ଅବସ୍ଥିତିର ଭୌଗୋଳିକ ସତ୍ୟତା ଅଛି ବୋଲି ପ୍ରମାଣିତ ହୋଇଛି। ସେହି ଟଙ୍ଗର ଭୂଇଁ ହେଉଛି ଏବକାର ତିବ୍ଦତ।

ତା’ପରେ ସୁଗ୍ରୀବ କହିଥିଲେ କି, କୈଳାସ ପର୍ବତ ଉପରେ କୁବେରଙ୍କ ପାଇଁ ପ୍ରାସାଦ ନିର୍ମାଣ କରିଥିଲେ ବିଶ୍ୱକର୍ମା। ତା’ପରେ ସେ ବାନରମାନଙ୍କୁ ଆଗକୁ ଯିବାକୁ ନିର୍ଦେଶ ଦେଇ କହିଥିଲେ କି ସେଠାରେ କ୍ରୌଞ୍ଚ ଶୃଙ୍ଗ ନିକଟରେ ଏକ ଅଭେଦ୍ୟ ସୁଡ଼ଙ୍ଗ ପଡ଼ିବ। ସେହି ପଥ ଦେଇ ଭଗବାନ ଶିବ ସ୍ୱର୍ଗରୁ ଗଙ୍ଗାଙ୍କୁ ମର୍ତ୍ତ୍ୟାବତରଣ କରାଇଥିଲେ। ଏବେ ମଧ୍ୟ ସେଠାରେ ସୁଡ଼ଙ୍ଗ ଦେଖିବାକୁ ମିଳେ।

ତା’ପରେ ସୁଗ୍ରୀବ ମୈନାକ ଶୃଙ୍ଗ କଥା କହିଛନ୍ତି। ଏହା ମୟ ରାକ୍ଷସ ବୋଲି ଜଣେ ସ୍ଥପତି ତୋଳିଥିଲେ। ସମଗ୍ର ହିମାଳୟ ପର୍ବତ ଶ୍ରେଣୀର ଭାରତ, ତିବ୍ଦତ ଏବଂ ଚୀନ୍‌ର ମଧ୍ୟସ୍ଥଳରେ ମୈନାକ ଶୃଙ୍ଗ ଭଳି ପର୍ବତ ଏବେ ମଧ୍ୟ ବିଦ୍ୟମାନ। ସମସ୍ତ ଶୃଙ୍ଗମାନଙ୍କ ମଧ୍ୟରେ ଶ୍ରେଷ୍ଠ କୈଳାସ ପର୍ବତ ହିଁ ହିମାଳୟର ସବୁ ଶୃଙ୍ଗମାନଙ୍କର ରକ୍ଷାକର୍ତ୍ତା। ଏଭଳି ହିମାଳୟର ନାନା ଶୃଙ୍ଗ ବିଷୟରେ ସୁଗ୍ରୀବ ବାନରମାନଙ୍କ ଆଗରେ ବର୍ଣ୍ଣନା କରିଛନ୍ତି।


ଉଭୟ ଭୂଗୋଳ ଏବଂ ଇତିହାସ କୈଳାସ ପର୍ବତର ଗୁରୁତ୍ୱ ପ୍ରସଙ୍ଗ କହୁଛି। ଏହି ପବିତ୍ର ଶୃଙ୍ଗ ସମୁଦ୍ର ପତ୍ତନ ଠାରୁ ୬୬୬୬ ମିଟର ଉର୍ଦ୍ଧ୍ୱରେ ଅବସ୍ଥିତ। କେତେକ ସ୍ଥାନରେ ଏହାକୁ ମେରୁ ପର୍ବତ ବୋଲି କୁହାଯାଇଛି। ଏହି ଅଞ୍ଚଳରୁ ବାହାରିଛନ୍ତି ସିନ୍ଧୁ, ବ୍ରହ୍ମପୁତ୍ର, ସରଲେଜ ଏବଂ କାର୍ଣ୍ଣେଲ୍‌ ଆଦି ନଦୀ। ଏଠାରେ ଥିବା ଦୁଇଟି ହ୍ରଦ ମଧ୍ୟ ଏହାର ନୈସର୍ଗିକତାର ପ୍ରମାଣ ଦିଏ। ଛୋଟ ହ୍ରଦଟି ହେଉଛି ମାନସରୋବର। ଅନ୍ୟଟି ହେଉଛି ରାକ୍ଷସ ତଳ।

କୈଳାସ ପର୍ବତ ଚଢ଼ିବା ନିଷିଦ୍ଧ କରାଯାଇଛି। ତିବ୍ଦତୀୟ ବୌଦ୍ଧ ସୈନ୍ନ୍ୟାସୀମାନେ ଦାବି କରନ୍ତି ଏକାଦଶ ଶତାବ୍ଦୀରେ ଜଣେ ମାତ୍ର ବୌଦ୍ଧ ସୈନ୍ନ୍ୟାସୀ ଏହି ଶୃଙ୍ଗର ଶୀର୍ଷକୁ ଯାଇଥିଲେ। ଲୋକବିଶ୍ୱାସ ଅନୁସାରେ ସେଠାରୁ ସ୍ୱର୍ଗକୁ ପଥ ରହିଛି।

ସମ୍ବନ୍ଧିତ ଖବର