ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବାଇକ୍‌ ଚୋରି। ବଢୁଥିବା ଗାଡି ଚୋରିକୁ ଦୃଷ୍ଟିରେ ରଖି ମାର୍କେଟରେ ଏଭଳି ଏକ ଲକକୁ ଲଞ୍ଚ୍‌ କରାଯାଇଛି ଯାହାଦ୍ୱାରା ଯଦି କୌଣସି ଲୋକ ଆପଣଙ୍କ ଗାଡି ଚୋରି କରିବାକୁ ଚେଷ୍ଟା କରେ ତେବେ ସଂଗେ ସଂଗେ ଆପଣଙ୍କୁ ସୂଚନା ମିଳିଯିବ। ଏହି ଲକ୍‌ ଦ୍ୱାରା ଗାଡିକୁ ସୁରକ୍ଷିତ ରଖିବା ସହ ଗାଡି ଚୋରି ହେବାର ଚିନ୍ତାରୁ ମୁକ୍ତି ପାଇପାରିବେ।

Advertisment

ବାଇକ୍‌ ଚୋରି ରୋକିବ ହାଇଟେକ୍‌ ଲକ୍‌। ବଜାରକୁ ଆସିଲା ଏକ ଏଭଳି ଲକ୍‌ ଯେଉଁଥିରେ ବ୍ୟବହାର କରାଯାଇଛି ଅନେକ ଆଡଭାନ୍‌ସ ଫିଚର୍ସ। ଏହି ଲକ୍‌ ଜରିଆରେ ଆପଣ ଆପଣଙ୍କର ଗାଡିକୁ ଚୋରମାନଙ୍କ କବଳରୁ ରକ୍ଷା କରିପାରିବେ। ଏହି ଲକର ମୁଖ୍ୟ ଆକର୍ଷଣ ହେଉଛି ଯେ, ଏହି ଲକଟିକୁ ଆପଣ ଆପଣଙ୍କ ମୋବାଇଲ ଫୋନରୁ ଅପରେଟ କରିପାରିବେ । ଯଦି କୌଣସି ବ୍ୟକ୍ତି ଆପଣଙ୍କ ଗାଡିକୁ ଛୁଇଁବାକୁ ବି ଚେଷ୍ଟା କରିବେ ତେବେ ଏନେଇ ଆପଣଙ୍କ ମୋବାଇଲକୁ ଏକ ନୋଟିଫିକେସନ ଚାଲିଆସିବ।

publive-image

ଏହି ହାଇଟେକ୍‌ ଲକର ନାଁ ରହିଛି ellipse-smart-bike-lock। ପ୍ରତିଦିନ ବଜାରରେ ବଢୁଥିବା ଗାଡି ଚୋରିକୁ ଦୃଷ୍ଟିରେ ରଖି ମାର୍କେଟରେ ଏଭଳି ଏକ ଲକକୁ ଲଂଚ କରାଯାଇଛି। ଏଥି ଲକରେ ବହୁ ଆଡଭାନ୍‌ସ ଫିଚର୍ସ ଯୋଡା ରହିଛି। ଏହି ଲକ୍‌ ଜରିଆରେ ଆପଣ ଆପଣଙ୍କର ବାଇକ୍‌ ଏବଂ ସାଇକେଲକୁ ସୁରକ୍ଷିତ କରିପାରିବେ। ଏହି ଲକର ମୁଖ୍ୟ ବିଶେଷତ୍ୱ ହେଲା କି, ଏହାକୁ ମୋବାଇଲ ଜରିଆରେ ଲକ୍‌ ଅନଲକ କରିପାରିବେ ।

ତେବେ ଥରେ ମାତ୍ର ଏହି ଲକ୍‌ ମୋବାଇଲରେ କନେକ୍ଟ କରିବା ପରେ, ଯଦି ଅନ୍ୟ କୌଣସି ବ୍ୟକ୍ତି ଏହାର ଲକ ଖୋଲିବାକୁ ଚେଷ୍ଟା କରେ ତେବେ ଏନେଇ ଆପଣଙ୍କ ମୋବାଇଲରେ ଏକ ନୋଟିଫିକେସନ ଚାଲିଆସିବ। ଏଥିରେ ସୋଲାର ଚାର୍ଜିଂ ସିଷ୍ଟମ ଦିଆଯାଇଛି। ଏହି ଲକକୁ ଆପଣ ଅନଲାଇନ ଜରିଆରେ କିଣିପାରିବେ।