ଉଦ୍ଭାବିତ ହେଲା ଏକ ନୂତନ ଧରଣର ସାର୍ଟ ଯାହା ଶାରୀରିକ ଫିଟନେସ୍‌ ସମ୍ପର୍କରେ ସୂଚନା ଦେବା ସହ କମ୍ପ୍ୟୁଟର ଭଳି ସଂରକ୍ଷଣ କରି ରଖିପାରିବ ଡାଟା!

ବର୍ତ୍ତମାନର ବିଜ୍ଞାନ ଯୁଗରେ ବୈଜ୍ଞାନିକମାନେ ଦିନକୁ ଦିନ ନୂତନ ଜ୍ଞାନକୌଶଳ ପ୍ରୟୋଗ କରି ନୂଆ ନୂଆ ଉଦ୍ଭାବନ କରିଚାଲିଛନ୍ତି। ଯାହା ବଳରେ ଅନେକ କାମ ବହୁତ ଅଳ୍ପ ସମୟ ମଧ୍ୟରେ ସମ୍ପାଦନ ହୋଇପାରୁଛି । ଏପରିକି ବିଭିନ୍ନ କ୍ଷେତ୍ରରେ ଜ୍ଞାନକୌଶଳ ବଳରେ ଅନେକ ସଫଳତା ମିଳିଥିବାର ଉଦାହରଣ ମଧ୍ୟ ରହିଛି ।

ସମ୍ପ୍ରତ୍ତି ବୈଜ୍ଞାନିକମାନେ ଏପରି ଏକ ନୂତନ ଧରଣର ସାର୍ଟ ତିଆରି କରିଛନ୍ତି, ଯାହା ମଣିଷର ଫିଟ୍‌ନେସ୍‌ ସମ୍ପର୍କରେ ସୂଚନା ଦେଇପାରିବ। ଖାଲି ସେତିକି ନୁହେଁ ଏହା କମ୍ପ୍ୟୁଟର ଭଳି ଡାଟା ମଧ୍ୟ ସଂରକ୍ଷଣ କରି ରଖିପାରିବ। ଏଭଳି ଏକ ନୂତନ ଧରଣର ସାର୍ଟକୁ ଓହିଓ ଷ୍ଟେଟ୍‌ ୟୁନିଭରସିଟିର ବିଶେଷଜ୍ଞମାନେ ଏକ ନୂଆ କାରିଗରି ବିଦ୍ୟା ବଳରେ ପ୍ରସ୍ତୁତ କରିବାରେ ସଫଳତା ପାଇଛନ୍ତି ।

ବିଶେଷଜ୍ଞମାନଙ୍କ ଏହିି ସାର୍ଟ ପ୍ରସ୍ତୁତ ଫଳରେ ଯାହାକୁ ଅନେକ କାର୍ଯ୍ୟରେ ବ୍ୟବହାର କରାଯାଇପାରିବ। ତେବେ ଏହି ସାର୍ଟକୁ ହାଇଟେକ ସାର୍ଟ ବୋଲି କୁହାଯାଉଛି । ତେବେ ଏହାର ବିଶେଷତ୍ତ୍ୱ ହେଉଛି, ଏହା କମ୍ପ୍ୟୁଟର ଭଳି ବିଭିନ୍ନ ଡାଟା ସଂଗ୍ରହ କରିବ । ଏପରିକି ସଂରକ୍ଷଣ ମଧ୍ୟ କରି ରଖିପାରିବ । ଡାଟା ଟ୍ରାନ୍‌ସଫର କରିବାରେ ମଧ୍ୟ ଏହା ସହାୟକ ହୋଇପାରିବ। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ସାର୍ଟ ଶାରୀରିକ ଫିଟନେସ୍‌ ସମ୍ପର୍କରେ ମଧ୍ୟ ସୂଚନା ଦେଇପାରିବ।

ସମ୍ବନ୍ଧିତ ଖବର