ହିଟ୍‌ଲରଙ୍କ ମୃତ୍ୟୁ ନେଇ ନୂଆ ତଥ୍ୟ : ମୁଣ୍ଡରେ ଗୁଳିବାଜି ମୃତ୍ୟୁ ହୋଇଥିଲା, ନିଜେ ନିଜକୁ ଗୁଳି କରିଥିଲେ ନା ଆଉ କିଏ ମାରିଥିଲେ ?

ନୂଆଦିଲ୍ଲୀ: ନିକଟରେ କିଛି ଫରାସୀ ଗବେଷକ ଗବେଷଣା କରି ନିଶ୍ଚିତ ହୋଇଛନ୍ତି ଯେ ଗୁଳିମାଡରେ ବର୍ଲିନଠାରେ ୧୯୪୫ ମସିହାରେ ଆଡଲ୍‌ଫ ହିଟ୍‌ଲର୍‌ଙ୍କର ପରଲୋକ ହୋଇଥିଲା। ଏଥିରେ ତିଳେ ବି ସନ୍ଦେହ ନାହିଁ, ହିଟ୍‌ଲରଙ୍କ ଦାନ୍ତ ହେଉଛି ତାହାର ପ୍ରମାଣ ବୋଲି ଗବେଷକ ମତ ରଖିଛନ୍ତି। ଗବେଷକ ପ୍ରଫେସର୍‌ ଫିଲିପ୍‌ ଚାର୍ଲି ଜଣାଇଛନ୍ତି ଯେ, ‘ଆମର ଗବେଷଣାରୁ ଆମେ ସ୍ପଷ୍ଟ ହୋଇଛୁ କି ହିଟ୍‌ଲର୍‌ ୧୯୪୫ ମସିହାରେ ନିଶ୍ଚିତ ଭାବେ ପ୍ରାଣତ୍ୟାଗ କରିଛନ୍ତି।’

ଚାର୍ଲି ଆହୁରି ବି କହିଛନ୍ତି ଯେ, ‘ହିଟ୍‌ଲରଙ୍କ ବିପକ୍ଷରେ ସମାଲୋଚନା ହୋଇଥିବା ସେ ସମସ୍ତ କଥାକୁ ଆମେ ମିଥ୍ୟା ପ୍ରମାଣ କରିଦେବୁ। ସେ ଜଳଜାହାଜ ଯୋଗେ ଆର୍ଜେଣ୍ଟିନା ପଳାଇ ଯାଇନଥିଲେ କିମ୍ବା ସେ ଆଣ୍ଟାର୍କଟିକାରେ ଲୁଚି ନଥିଲେ।’

ଚାର୍ଲିଙ୍କ ସମେତ ଅନ୍ୟ ୪ ଗବେଷକଙ୍କ ଦ୍ୱାରା ହୋଇଥିବା ଏହି ଗବେଷଣା ସଂପର୍କରେ ବିଜ୍ଞାନ ପତ୍ରିକା ‘ଇୟୁରୋପିୟାନ୍‌ ଜର୍ଣ୍ଣାଲ ଅଫ୍‌ ଇଣ୍ଟର୍‌ନାଲ ମେଡିସିନ୍‌’ରେ ପ୍ରକାଶ ପାଇଛି।

ପୂର୍ବରୁ ୨୦୧୭ ମସିହା ମାର୍ଚ ଏବଂ ଜୁଲାଇ ମାସରେ ରୁଷିୟାର ଏଫ୍‌ଏସ୍‌ବି ନାମକ ଏକ ଗୋପନୀୟ ସଂସ୍ଥା ଏବଂ ଜାତୀୟ ଅଭିଲେଖାଗାର ପକ୍ଷରୁ ଏକ ଦଳ ଗଠନ କରାଯାଇଥିଲା। ୧୯୪୬ ମସିହା ପରେ ପ୍ରଥମ ଥର ପାଇଁ ହିଟ୍‌ଲରଙ୍କର ଏକ ଅସ୍ଥିି ପରୀକ୍ଷା କରିବା ପାଇଁ ସେମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା।

ଫ୍ରେଞ୍ଚର ଗବେଷକମାନେ ପରବର୍ତ୍ତୀ ମୁହୂର୍ତ୍ତରେ ହିଟ୍‌ଲରଙ୍କର ମସ୍ତିଷ୍କ ପାଇବାରେ ସମର୍ଥ ହେଲେ। ସେମାନେ ମସ୍ତିଷ୍କରେ ଥିବା ଛେଦ ଦେଖିବା ପରେ ତାଙ୍କ ମୁଣ୍ଡରେ ଗୁଳି ବାଜିବା ହେତୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ନିଶ୍ଚିତ ହେଲେ। ମାତ୍ର ଏହାର ନମୂନା ନେବାର ଅନୁମତି ବୈଜ୍ଞାନିକଙ୍କ ନିକଟରେ ନଥିଲା। ମାତ୍ର ହିଟ୍‌ଲରଙ୍କ ମୃତ୍ୟୁର କିଛି ବର୍ଷ ପୂର୍ବରୁ ନିଆଯାଇଥିବା ତାଙ୍କ ମସ୍ତିଷ୍କର ରେଡିଓଗ୍ରାଫିରେ ଏହି ମସ୍ତିଷ୍କର ସମାନତା ପରିଲିକ୍ଷିତ ହୋଇଛି।

ସାଧାରଣ ଭାବେ ସମସ୍ତେ ଜାଣନ୍ତି କି ହିଟ୍‌ଲର୍‌ ତାଙ୍କ ପତ୍ନୀ ଏଭା ବରୁନଙ୍କ ସହ ବର୍ଲିନଠାରେ ମୃତ୍ୟୁବରଣ କରିଥିଲେ। ମାତ୍ର ଚାର୍ଲିଙ୍କ କହିବା ଅନୁସାରେ, ‘ଆମେ ଜାଣିନାହୁଁ ସେ ନିଜେ ନିଜକୁ ଗୁଳି କରିଛନ୍ତି କିମ୍ବା ଗୁଳି କରାଯାଇଛି। ଏହି ଦୁଇଟାରୁ କିଛି ବି ହୋଇପାରେ।’

ସମ୍ବନ୍ଧିତ ଖବର