ଏହି ୭୦୦ଟି ସ୍ଥାନରେ କେବଳ ୭୫ ଟଙ୍କାରେ ମିଳିବ ଏଚ ଆଇ ଭି ଟେଷ୍ଟିଂର ସୁବିଧା

ମୁମ୍ବାଇ: ଏଚ ଆଇଭି ଟେଷ୍ଟିଂ ପାଇଁ ମୁମ୍ବାଇ ଡ଼ିଷ୍ଟ୍ରିକ୍ଟ୍‌ ଏଡ୍‌ସ କଣ୍ଟ୍ରୋଲ୍‌ ସୋସାଇଟି (ଏମ୍‌ଡେକ୍ସ) ପକ୍ଷରୁ କେତେକ ସ୍ଥାନରେ ନିଃଶୁଳ୍କ ବ୍ୟବସ୍ଥା କରାଯାଇଛି। ଅନ୍ୟ କେତେକ ସ୍ଥାନରେ ଏଥିପାଇଁ ଦେବାକୁ ପଡ଼ିବ ମାତ୍ର ୭୫ ଟଙ୍କା । ଏହା ୭୦୦ଟି ସ୍ଥାନରେ ଉପଲବ୍ଧ ହେବ।
ମିଳିଥିବା ସୂଚନା ଅନୁସାରେ, ଆଗାମୀ ଡିସେମ୍ବର ୧ ତାରିଖରେ ବିଶ୍ୱ ଏଡ୍‌ସ ଦିବସ ଅବସରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ। ମୁମ୍ବାଇର ଦାଦର,କୁର୍ଲା,ଘାଟକୋପର,ଅନ୍ଧେରି ଓ ବୋରାବଲି ଷ୍ଟେସନ୍‌ରେ ମାଗଣାରେ ଏଚ ଆଇ ଭି ଟେଷ୍ଟିଂ କରାଇପାରିବେ ଆପଣ। ଏତଦବ୍ୟତୀତ ବିଏମ୍‌ ସି ହସ୍ପିଟାଲରେ ମଧ୍ୟ ସମସ୍ତ କାଜୁଆଲିଟିରେ ନିଃଶୁଳ୍କ ଯାଞ୍ଚରେ ସୁବିଧା ମିଳିବ।

ଏମ୍‌ଡେକ୍ସର ଶ୍ରୀକଳା ଆଚାର୍ଯ୍ୟ କହିଛନ୍ତି ଯେ,ଏଚଆଇଭି ଟେଷ୍ଟିଂ ପାଇଁ ଶକ୍ତି କ୍ଲିନିକ୍‌ ମୋବାଇଲ୍‌ ଭ୍ୟାନର ସହୟତା ମଧ୍ୟ ନିଆଯିବ। ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି ସ୍କୁଲ ଓ କଲେଜ୍‌ରେ ପିଲାଙ୍କ ଦ୍ୱାରା ପ୍ଲାସ ମୋବ୍‌ର ମଧ୍ୟ ଆୟୋଜିତ କରାଯିବ।

ସମ୍ବନ୍ଧିତ ଖବର