ମୁମ୍ବାଇ: ନିଜ ପୋଷାକୁ ନେଇ ଚର୍ଚ୍ଚାରେ ରହିବା ସେଲିବ୍ରିଟିମାନଙ୍କ ପାଇଁ ଅତି ସାଧାରଣ କଥା। ଅନେକ ସମୟ ସେଲିବ୍ରିଟିମାନେ ପିନ୍ଧୁଥିବା ପୋଷାକ ପାଇଁ ଟ୍ରୋଲ୍‌ ହୋଇଥାନ୍ତି। ତେବେ କୌଣସି ନାୟକ କିମ୍ବା ନାୟିକା ଯଦି ପରୁଣାର ଦେବାଦେବୀଙ୍କ ଚରିତ୍ରରେ ଅଭିନୟ କରନ୍ତି ତ ତାଙ୍କୁ ନେଇ ଲୋକ ଆହୁରି ଅଧିକ ରକ୍ଷଣଶୀଳ ହୋଇପଡ଼ନ୍ତି।

Advertisment

ଶିବ୍ୟା ପଠାନିଆଙ୍କୁ ଆପଣ ଜାଣିଥିବେ। ସେ ପରଦାରେ ସୀତା, ପାର୍ବତୀ ଓ ରାଧା ଆଦି ଭୂମିକାରେ ଅବତୀର୍ଣ୍ଣ ହୋଇ ସାରିଛନ୍ତି। ତେବେ ନିକଟରେ ତାଙ୍କର ଏକ ବିକିନି ଫଟୋ ଭାଇରାଲ୍‌ ହେବା ପରେ ତାଙ୍କୁ ଖୁବ୍‌ ଜୋର୍‌ରେ ଟ୍ରୋଲ୍‌ କରାଯାଉଛି।

ଆପଣଙ୍କୁ ଆମେ ରାଧାଙ୍କ ରୂପରେ ଦେଖୁ, ଦୟାକରି ଏପରି ପୋଷାକ ପିନ୍ଧନ୍ତୁ ନାହିଁ‌ ବୋଲି ଲେଖିଥିବା ସୋସିଆଲ୍‌ ମିଡିଆ ବ୍ୟବହାରକାରୀଙ୍କ ମତରେ ଜବାବ ଦେବାକୁ ହେଳା କରିନାହାନ୍ତି ଶିବ୍ୟା।

ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଦୀର୍ଘ ପୋଷ୍ଟ୍‌ ଲେଖିଛନ୍ତି। ଶିବ୍ୟା ତାଙ୍କ ମାଲଦୀପ ଟ୍ରିପ୍‌ର କିଛି ଫଟୋ ସେୟାର କରିଥିଲେ, ଯେଉଁଥିରେ ‌ସେ ବିକିନି ପିନ୍ଧିଥିବାର ଦେଖିବାକୁ ମିଳିଥିଲା। ତେବେ ତାଙ୍କ ପୋଷ୍ଟ୍‌ରେ ତାଙ୍କୁ କେହି ଦୟାକରି ଏପରି ପିନ୍ଧନ୍ତୁ ନାହିଁ ବୋଲି କହିଥିବା ବେଳେ କେହି ସୀମା ଅତିକ୍ରମ ନକିବାକୁ କହିଥିଲେ।

ତାପରେ ଶିବ୍ୟା ଲେଖିଛନ୍ତି କି ‘ମୁଁ ଖୁବ୍ ଭାଗ୍ୟଶାଳୀ ଯେ ମୋତେ ଏପରି ଧାର୍ମିକ ଚରିତ୍ରକୁ ଜିଇବାର ସୁଯୋଗ ମିଳିଛି। ଭଲପାଇବା ଓ ସମ୍ମାନ ବି ମିଳିଛି। ମୋତେ ଲାଗେ ଅଭିନୟରେ ଆଗକୁ ଯିବାକୁ ହେଲେ ଭିନ୍ନ ଭିନ୍ନ ଚରିତ୍ର କରିବାକୁ ପଡ଼େ। ମୋର ବି ବ୍ୟକ୍ତିଗତ ଜୀବନ ଅଛି। ଯାହାକି ଟ୍ରୋଲର୍ସଙ୍କ ଟ୍ରୋଲିଂରୁ ଅନେକ ବଡ଼।’