ଆମେ ପ୍ରତିବର୍ଷ ଫଗୁଣ ପୂର୍ଣ୍ଣିମାରେ ହୋଲି ମନାଇଥାନ୍ତି। ଏବର୍ଷ ମାର୍ଚ ୭ ତାରିଖରେ ‘ହୋଲି କା ଦହନ’ ଓ ମାର୍ଚ ୮ ତାରିଖରେ ରଂଗ ଖେଳ ହେବ। ଯେବେ ଯେବେ ବି ହୋଲି ଆସେ, ସେବେ ସେବେ ମନରେ ଭକ୍ତ ପ୍ରହଲ୍ଲାଦ ଓ ତାଙ୍କ ପିଉସୀ ହୋଲିକାଙ୍କୁ ମନେ ପକାଯାଏ। ଏହି ପର୍ବ ସହ ଯୋଡ଼ି ହୋଇଥିବା ଏକ ପାରମ୍ପରିକ କାହାଣୀ ବିଷୟରେ ଆପଣ ଜାଣନ୍ତି କି? ଆଜି ଆମେ ଦେବଲୋକରେ ଖେଳା ଯାଇଥିବା ପ୍ରଥମ ହୋଲି ବିଷୟରେ କହିବୁ।
ଏହି ପର୍ବ ଉଭୟ ଭଗବାନ ଶଙ୍କର ଓ ବିଷ୍ଣୁଙ୍କ ସହ ଜଡ଼ିତ। ହରିହର ପୁରାଣରେ ଲେଖାଯାଇଛି ଯେ ସଂସାରର ପ୍ରଥମ ହୋଲି ମହାଦେବ ଖେଳିଥିଲେ। ଯେତେବେଳେ ଭଗବାନ ଶଙ୍କର କୈଳାସରେ ଧ୍ୟାନରେ ମଗ୍ନ ହୋଇଥାନ୍ତି ସେହି ସମୟରେ ତାରକାଶୁରଙ୍କ ବଦ୍ଧ ପାଇଁ କାମଦେବ ଏବଂ ତାଙ୍କ ପତ୍ନୀ ରତୀ ଶିବଙ୍କୁ ଜାଗ୍ରତ କରିବାକୁ ନୃତ୍ୟ ପ୍ରଦର୍ଶନ କରିଥିଲେ।
ଶଙ୍କର ରାଗରେ ଆସି ଅଗ୍ନିରେ କାମଦେବଙ୍କୁ ଭସ୍ମ କରିଦେଲେ। କାମଦେବଙ୍କ ପତ୍ନୀ ରତୀ ବିନୟ ହୋଇ ଶଙ୍କରଙ୍କୁ ତାଙ୍କ ସ୍ବାମୀଙ୍କ ଜୀବନ ମାଗିଲେ। ଶିବ ବି କାମଦେବଙ୍କୁ ପୁଣି ଥରେ ଜୀବିତ କରିଦେଲେ।
ଉଭୟ ପତିପତ୍ନୀ ଖୁସି ହୋଇ ଦେବାଲୋକ ପାଇଁ ଏକ ଭୋଜିର ଆୟୋଜନ କଲେ। ସେହି ଦିନ ଥାଏ ଫଗୁଣ ପୂର୍ଣ୍ଣିମା। ଦେବାଦେବୀମାନେ ଏକତ୍ର ହୋଇ ଭୋଜି କରିବା ସହ ସଂଗୀତ, ନୃତ୍ୟ ଓ ରଂଗ ଖେଳ ସହ ଖୁସି ମନାଇଥିଲେ। ସେହି ଦିନକୁ ହିଁ ରଂଗର ପର୍ବ ହୋଲି ଭାବେ ପାଳନ କରାଯାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/Untitled-25.jpg)