ନୂଆଦିଲ୍ଲୀ: ହୋଲିର ରଙ୍ଗରେ ଦୁନିଆ ରଙ୍ଗିନ । ସବୁଠି ଫଗୁ ଅବିରର ଖେଳ । ଗାଁରୁ ସହର ଉତ୍ସାହର ଉତ୍ସବ । ପିଲାଠୁ ବୃଦ୍ଧ, ସାଧାରଣ ଲୋକଙ୍କ ଠାରୁ ରାଜନେତା ସମସ୍ତେ ହୋଲି ଖେଳି ଖୁସି ମନାଉଛନ୍ତି । ଗତକାଲି ଭାରଚର ଅନେକ ସ୍ଥାନରେ ହୋଲି ଉତ୍ସବ ପାଳନ ହୋଇଥିବା ବେଳେ ଆଜି ମଧ୍ଯ ଭାରତର ବିଭିନ୍ନ ସ୍ଥାନରେ ରଙ୍ଗର ପର୍ବକୁ ମନଭରି ପାଳୁଛନ୍ତି ଲୋକେ ।
#WATCH | Uttar Pradesh: On the last day of #Holi celebrations in Braj, the traditional Dauji ka huranga being celebrated in Mathura. Shri Dauji Maharaj is worshipped on this day. On this occasion, men dress up as 'gop' and women as 'gopika' to celebrate this day. pic.twitter.com/XQVyysGfpo
— ANI (@ANI) March 15, 2025
ଏକତାର ରଙ୍ଗରେ ବାନ୍ଧି ରଖେ ହୋଲି । ଚଳିତ ବର୍ଷ ସାରା ଦେଶରେ ବେଶ ଧୁମଧାମରେ ପାଳିତ ହେଉଛି ହୋଲି ପର୍ବ । ପଲ୍ଲୀରୁ ଦିଲ୍ଲୀ ସବୁଠି ଚାଲିଛି ଜୋରଦାର ସେଲିବ୍ରେସନ । ଯେଉଁଥିରେ ପିଲା ହେଉ କି ବୃଦ୍ଧ, ନେତା ହୁଅନ୍ତୁ କି ଅଭିନେତା ସଭିଏଁ ହୋଇଛନ୍ତି ମସଗୁଲ୍ ।
#WATCH | Uttar Pradesh: On the second day of the two-day #Holi celebrations in Prayagraj, a large number of people gather at Loknath Chauraha in the city to celebrate the festival of colours. pic.twitter.com/H6H9hBuurj
— ANI (@ANI) March 15, 2025
ଛତିଶଗଡରେ ପୋଲି କର୍ମୀ ରଙ୍ଗ ଖେଳି ଖୁସି ମନାଇଛନ୍ତି । ଉତ୍ତରପ୍ରଦେଶ ପ୍ରୟାଗରାଜରେ ଏକାଠି ହୋଇ ଲୋକେ ନାଚଗୀତରେ ମସଗୁଲ ଅଛନ୍ତି । ମଥୁରାରେ ବି ଲୋକେ ପରସ୍ପର ଦେହରେ ରଙ୍ଗ ଅବିର ମାରି ଖୁସି ବାଣ୍ଟିଛନ୍ତି ।
#WATCH | Jodhpur, Rajasthan | Police personnel celebrate Holi with great fervour and enthusiasm pic.twitter.com/sj0hVKVPqz
— ANI (@ANI) March 15, 2025
ଭାରତୀୟ ସେନାର ଯବାନମାନେ ସୀମାରେ ପାଳିଛନ୍ତି ହୋଲି ପର୍ବ । ପରସ୍ପରଙ୍କୁ ରଙ୍ଗ ବୋଳିବା ସହ ଏହି ପବିତ୍ର ପର୍ବର ଶୁଭେଚ୍ଛା ଦେଶବାସୀଙ୍କୁ ଜଣାଇଛନ୍ତି ଭାରତୀୟ ସେନାର ଯବାନମାନେ । ପୁରୀ ଆସି ଶ୍ରୀକ୍ଷେତ୍ରରେ ହୋଲି ପାଳିଛନ୍ତି ବିଜେପି ସାଂସଦ ହେମାମାଳିନୀ ।
#WATCH | Puri, Odisha: BJP MP Hema Malini attends a special program organised by party MP Sambit Patra, on the occasion of #Holi. pic.twitter.com/tENDHMpAIt
— ANI (@ANI) March 15, 2025
ପଲ୍ଲୀରୁ ଦିଲ୍ଲୀ ସବୁଠି ବେଶ ଜାକଜମକରେ ଜାରି ରହିଛି ରଙ୍ଗର ପର୍ବ ହୋଲିର ସେଲିବ୍ରେସନ । ନେତା, ଜନତା ସବୁ ଏକାଠି ରାସ୍ତାକୁ ଓହ୍ଲାଇ ପାଳିଛନ୍ତି ହୋଲି ପର୍ବ । ଯାହା ଦେଶରେ ଭାଇଚାରା ଓ ଏକତାର ବାର୍ତ୍ତା ଦେଉଛି ।