ଲକ୍ଷ୍ନୌ: ହୋଲିକୁ ନେଇ ଏବେ ସବୁଠି ଉତ୍ସାହ ଏବଂ ଉତ୍ସବ । ଚାରିଆଡେ ରଙ୍ଗର ପର୍ବକୁ ନେଇ ଖୁସିର ପସରା । ହୋଲି ପାଇଁ ବଜାରରେ ଭଳି କି ଭଳି ରଙ୍ଗ ମିଳୁଥିବା ବେଳେ ସୁଗନ୍ଧିତ ଅବିର ଏବଂ ହର୍ବାଲ ରଙ୍ଗ ଲୋକଙ୍କର ପ୍ରଥମ ପସନ୍ଦ ପାଲଟୁଛି । ମାତ୍ର ପିଲାଙ୍କ ପାଇଁ ପିଚକାରୀ ମାନେ ହିଁ ହୋଲି ଖେଳ । ହୋଲି ପିଚକାରୀ ବିନା ସତେ ଯେମିତି ଅଧୁରା । ତେଣୁ ବିଭିନ୍ ରଙ୍ଗ ଦୋକାନରେ ପିଚକାରୀକୁ ନେଇ ବେଶ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ଲକ୍ଷ୍ନୌର ଲକ୍ଷେ ଟଙ୍କିଆ ପିଚକାରୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ପିଚକାରୀ ପୁଣି ଲକ୍ଷେ ଟଙ୍କା ? ଶହେ କି ହଜାରେ ନୁହେଁ ଲକ୍ଷେ ଟଙ୍କା... ଦାମ୍ ଶୁଣି ଆପଣ ଆଶ୍ଚର୍ଯ୍ଯ ହୋଇଥିବେ ନିଶ୍ଚିତ । ହଁ ଆଜ୍ଞା, ଲକ୍ଷେ ଟଙ୍କାର ପିଚକାରୀ, ଯାହା ଉତ୍ତରପ୍ରଦେଶ ଲକ୍ଷ୍ନୌରେ ହିଁ ମିଳୁଛି । ହୋଲି ଉପଲକ୍ଷେ ଏହି ସ୍ବତନ୍ତ୍ର ପିଚକାରୀର ପରିକଳ୍ପନା କରାଯାଇଛି ।
#WATCH | Lucknow, UP | A jewellery shop in Lucknow sells silver Pichkari (water gun) worth Rs 1 lakh ahead of the Holi festival tomorrow. pic.twitter.com/FOASp5rHu0
— ANI (@ANI) March 13, 2025
ତେବେ ଏହି ଦାମୀ ପିଚକାରୀ କେଉଁ ରଙ୍ଗ ଦୋକାନରେ ମିଳୁନି ବରଂ ଏହା ଅଳଙ୍କାର ଦୋକାନରେ ମିଳୁଛି । ଲକ୍ଷ୍ନୌର ଜଣେ ବ୍ୟବସାୟୀ ହୋଲି ଉପଲକ୍ଷେ ଏହି ସ୍ବତନ୍ତ୍ର ପିଚକାରୀ ତିଆରି କରିଥିବା ବେଳେ ଏହା ସମ୍ପୂର୍ଣ୍ଣ ରୂପାରେ ତିଆରି । ରୂପାରେ ସୁନ୍ଦର କାରୁକାର୍ଯ୍ୟ ହୋଇଥିବା ପିଚକାରୀ ସହ ଗୋଟେ ବାଲଟି ମଧ୍ୟ ମିଳୁଛି ।
ତେବେ ସୁନା ବ୍ୟବସାୟୀ ଆଦେଶ ଜୈନ କହିବା କଥା ଏହି ସ୍ବତନ୍ତ୍ର ପିଚକାରୀ ଆମ ପୁରୁଣା ପରମ୍ପରାର ପ୍ରତୀକ । ଯାହାକୁ ବିବାହରେ ବହୁଳ ଭାବରେ ଉପହାର ସ୍ବରୁପ ଦିଆଯାଏ । ନବବିବାହିତ ଦମ୍ପତ୍ତିଙ୍କୁ କେହି କେହି ସେମାନଙ୍କ ଜୀବନ ରଙ୍ଗୀନ ହେବାର ଆଶାରେ ଏହାକୁ ଉପହାର ଦିଅନ୍ତି । ତେବେ ଝିଅ ଘର ପକ୍ଷରୁ ପୁଅ ଘରକୁ ଏହି ରୂପାର ପିଚକାରୀ ଦିଆଯାଏ । ଏହି ସ୍ବତନ୍ତ୍ର ପିଚକାରୀର ଦାମ ୮୦୦୦ରୁ ଆରମ୍ଭ ହୋଇ ଏକ ଲକ୍ଷ ଟଙ୍କା ପର୍ଯ୍ଯନ୍ତ ରହିଛି ।
#WATCH | Lucknow, UP | Jeweller Adesh Kumar Jain says, "This is an old tradition in which this 'Pichkari' is gifted among a newly married couple's family, where the bride's family gifts it to the groom's family as a pledge... Its price ranges from about Rs 8000 to Rs 1 lakh..." pic.twitter.com/jZ4krH6AY7
— ANI (@ANI) March 13, 2025