ହୋଲି ଖେଳିବା ପରେ ସାର୍ଟରେ ଲାଗୁଥିବା ଦାଗକୁ ନେଇ ଚନ୍ତିତ କି? ଆପଣାନ୍ତୁ ଏହି ସହଜ ଉପାୟ

ରଙ୍ଗର ପର୍ବ ହୋଲି ବଡ଼ମାନଙ୍କଠାରୁ ଆରମ୍ଭ କରି ଛୋଟ ପିଲାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଖୁସି କରିଥାଏ। ଏହି ଦିନ ଲୋକମାନେ ପରସ୍ପରକୁ ରଙ୍ଗ ଲଗାଇ ହୋଲି ପାଳନ କରି ଥାଆନ୍ତି । କିନ୍ତୁ କିଛି ଲୋକ ହୋଲି ଖେଳିବା ପାଇଁ ଅବିର/ଫଗୁର ବ୍ୟବହାର ନ କରି ଗାଢ଼ା ରଙ୍ଗ ବ୍ୟବହାର କରିଥାଆନ୍ତି । ବେଳେବେଳେ ଏହି ଗାଢ଼ ରଙ୍ଗ ଆପଣଙ୍କ ପସନ୍ଦର ପୋଷାକକୁ ଖରାପ କରି ଦେଇଥାଏ, ଯାହା ଆପଣଙ୍କ ହୋଲିର ମଜାକୁ ଖରାପ କରି ଦେଇଥାଏ । ତେବେ ଯଦି ଆପଣଙ୍କ ପୋଷାକ ଗାଢ଼ା ରଙ୍ଗ ପାଇଁ ଖରାପ ହୋଇ ଯାଉଛି ତେବେ ଏହି ଉପାୟରେ ତାକୁ ସଫା କରନ୍ତୁ । ଆଜି ଆମେ ଜଣାଇବୁ କେଉଁ ଘରୋଇ ଉପାୟକୁ ବ୍ୟବହାର କରି ଆପଣମାନେ ଗାଢ଼ ଦାଗ ଲାଗିଥିବା ପୋଷାକୁ ସଫା କରି ପାରିବେ ।

୧. ଟୁଥ୍‌ପେଷ୍ଟ : ଯଦି ଆପଣଙ୍କ ପୋଷାକରେ କିଛି ଗାଢ଼ା ରଙ୍ଗ ଲାଗି ଯାଇଛି, ତେବେ ଟୁଥ୍‌ପେଷ୍ଟକୁ ବ୍ୟବହାର କରି ଆପଣ ସେହି ଦାଗକୁ ଛଡ଼ାଇ ପାରିବେ । ସେଥିପାଇଁ ଜେଲ୍‌ ଟୁଥ୍‌ପେଷ୍ଟକୁ ଦାଗ ଉପରେ ଲଗାଇ ତାଙ୍କୁ ଶୁଖିବାକୁ ଦିଅନ୍ତୁ । ଏହା ପରେ ଡିଟରଜେଣ୍ଟ ସାହାଯ୍ୟରେ ତାକୁ ସଫା କରି ଦିଅନ୍ତୁ । ଦେଖିବେ ପୁରା ଦାଗ ଦୂର ହୋଇଯିବ ।
୨.ବାଲି କାଗଜ : ଘରର ବିଭିନ୍ନ କାମରେ ବାଲି କାଗଜ ଆପଣ ବ୍ୟବହାର କରିଥିବେ । ସାଧାରଣତଃ କବାଟରେ ରଙ୍ଗ ଦେବା ପୂର୍ବରୁ ବାଲି କାଗଜରେ ଭଲ କରି ଘସି ତା’ ପରେ ରଙ୍ଗ ଦିଆ ଯାଇଥାଏ । ସେହିଭଳି ଭାବରେ ବାଲିକାଗଜକୁ ଦାଗ ଲାଗିଥିବା ସ୍ଥାନରେ ଭଲ କରି ଘସିବା ସହ ଡିଟରଜେଣ୍ଟରେ ଧୋଇ ଦିଅନ୍ତୁ । ଦାଗ ସଫା ହୋଇଯିବ ।

Image result for holi
National Geographic Society

୩.ଆଲ୍‌କହଲ : ହୋଲିକୁ ଭଲ ଭାବରେ ପାଳନ କରି ସାରିବା ପରେ ଦାଗ ଲାଗିଥିବା ପୋଷାକକୁ ଆଲ୍‌କହଲରେ ୧୫-୨୦ମିନିଟ୍‌ ପର୍ଯ୍ୟନ୍ତ ବୁଡ଼ାଇ ରଖନ୍ତୁ । ୨୦ମିନିଟ୍‌ ପରେ ପୋଷାକକୁ ଡିଟରଜେଣ୍ଟରେ ଭଲ କରି ସଫା କରିବା ସହ ଧୋଇ ଦିଅନ୍ତୁ । ଏହା ପରେ କପଡ଼ା ଚମକିବାକୁ ଲାଗିବ ।
୪. ହ୍ଵାଇଟ୍‌ ଭିନେଗାର : ହୋଲିରେ ପିନ୍ଧିଥିବା ପୋଷାକକୁ ଗୋଟେ କପ ହ୍ଵାଇଟ୍‌ ଭିନେଗାରରେ ବୁଡ଼ାଇ ରଖନ୍ତୁ । ଏହା ପରେ ଭଲ କରି ସଫା କରି ନିଅନ୍ତୁ । ସବୁ ଦାଗ ସଫା ହୋଇଯିବ ।

ସମ୍ବନ୍ଧିତ ଖବର