‘ବାହାଘର ବେଳର ଫଟୋ ଦେଖିବା ସମୟରେ ମୋ ସ୍ବାମୀଙ୍କୁ ଶେଷ ବିଦାୟ ଦେବାକୁ ପଡୁଛି’

ନୂଆଦିଲ୍ଲୀ: ହଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ଜେକ୍‌ ଫ୍ଲିଣ୍ଟ୍‌ଙ୍କ ପରଲୋକ ହୋଇଛି। ସେ ନଭେମ୍ବର ୨୬ ତାରିଖରେ ବିବାହ କରିଥିଲେ। ମାତ୍ର ଦୁଃଖର କଥା ହେଉଛି ବିବାହର କିଛି ଘଣ୍ଟା ମଧ୍ୟରେ ହିଁ ତାଙ୍କର ଦେହାନ୍ତ ହୋଇଥିଲା। କଣ୍ଠଶିଳ୍ପୀଙ୍କର ଅଚାନକ ମୃତ୍ୟୁରେ ତାଙ୍କ ପତ୍ନୀ ବ୍ରେଣ୍ଡା ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ମୃତ୍ୟୁ ବେଳକୁ ଜେକ୍‌ଙ୍କୁ ମାତ୍ର ୩୭ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ତାଙ୍କର ପରିବାର ସମସ୍ତ ସଦସ୍ୟ ଏକଦମ ଭାଙ୍ଗି ପଡ଼ିଛନ୍ତି। ତେବେ ତାଙ୍କ ମୃତ୍ୟୁର କାରଣ ଏଯାବତ୍‌ ଜଣା ପଡ଼ିନାହିଁ।

ଜେକ୍‌ ଓକ୍ଲୋହମାର ବାସିନ୍ଦା ଥିଲେ। ବି‌ଶେଷ ସୂତ୍ରରୁ ମିଳିଥିବା ଖବର ମୁତାବକ, ଶନିବାର ଜେକ୍‌ ବିଣ୍ଡ୍ରାଙ୍କୁ ବିବାହ କରିବା ପରେ ବିଶ୍ରାମ କରିବାକୁ ଯାଇ ଶୋଇ ପଡ଼ିଥିଲେ। ସେ ଶୋଇବା ଅବସ୍ଥାରେ ହିଁ ବିବାହର ମାତ୍ର କିଛି ଘଣ୍ଟା ମଧ୍ୟରେ ତାଙ୍କର ଜୀବନ ଚାଲି ଯାଇଥିଲା। ଘର ଲୋକ ଯେତେ ଉଠାଇବା ପରେ ବି ଉଠିନଥିଲେ ଜେକ୍‌। ଏହି କଥା ସଙ୍ଗେ ସଙ୍ଗେ ଚାରିଆଡ଼େ ଖେଳି ଯାଇଥିଲା।

ସୋସିଆଲ୍‌ ମିଡିଆରେ ଏହାକୁ ନେଇ ବିଭିନ୍ନ ପୋଷ୍ଟ୍‌ ବି ଦେଖିବାକୁ ମିଳିଥାଏ। ସୋସିଆଲ୍‌ ମିଡିଆରେ ପତ୍ନୀ ବ୍ରେଣ୍ଡା ପୋ‌ଷ୍ଟ କରିଛନ୍ତି, ‘ଏବେ ଆମେ ଆମ ବିବାହର ଫଟୋ ଦେଖିବା କଥା। ମାତ୍ର ‌ମୋତେ ଏବେ ଭାବିବାକୁ ପଡୁଛି ମୋ ସ୍ବାମୀଙ୍କୁ କେଉଁ କପଡ଼ାରେ ଶେଷ ବିଦାୟ ଦେବି। ଲୋକଙ୍କୁ ଏତେ ଦୁଃଖ ମିଳିବା ଅନୁଚିତ। ମୋ ମନ ଚାଲିଗଲା, ଆଉ ମୋତେ ତାହାର ଆବଶ୍ୟକତା ଅଛି। ମୁଁ ଚାହୁଁଛି ସେ ଫେରି ଆସନ୍ତୁ। ମୁଁ ଏ ଦୁଃଖ ସହ୍ୟ କରିପାରିବିନି। ମୋତେ ସେ ଦରକାର।’

 

ସମ୍ବନ୍ଧିତ ଖବର