ଚାକିରି ଓ ଘର ନ ଥିବାରୁ ରାସ୍ତାରେ ଛିଡ଼ା ହୋଇ ରିଜ୍ୟୁମ୍‌ ବାଣ୍ଟିଲେ ଯୁବକ, ଆସିଲା ୨୦୦ ବଡ଼ ବଡ଼ କମ୍ପାନିରୁ ଅଫର

ନୂଆଦିଲ୍ଲୀ : ଆମେରିକାର କାଲିଫର୍ଣ୍ଣିଆରେ ରହୁଥିବା ଡ଼େଭିଡ୍‌ କାସରେଜ ଚାକିରି ପାଇବା ପାଇଁ ବାଛିଥିବା ବାଟ ଏବେ ସୋସିଆଲ ମିଡ଼ିଆରେ ଚହଳ ପକାଇଛି । ଦେଢ଼ ବର୍ଷ ହେଲା ଚାକିରି ଏବଂ ରହିବା ପାଇଁ ଘର ନଥିବାରୁ ବିରକ୍ତ ହୋଇ ଡ଼େଭିଡ୍‌ ଶୁକ୍ରବାର ସିଲିକନ୍‌ ଭ୍ୟାଲିର ରାସ୍ତା କଡ଼ରେ ଏକ ପୋଷ୍ଟର ଧରି ଠିଆ ହୋଇଯାଇଥିଲେ । ଧରିଥିବା ବୋର୍ଡ଼ରେ ଘର ନ ଥିବା ଏବଂ ଚକିରିର ଆବଶ୍ୟକତା ଥିବା ଲେଖା ଯାଇଥିଲା । ଡ଼େଭିଡ୍‌ଙ୍କ ଚାକିରି ମାଗିବାର ଉପାୟ ସମସ୍ତଙ୍କୁ ପସନ୍ଦ ଆସିଥିବା ବେଳେ ଏବେ ତାଙ୍କୁ ୨୦୦ରୁ ଊର୍ଦ୍ଧ୍ୱ ଚାକିରିର ଅଫର ଆସି ସାରିଥିବା ଜଣା ପଡ଼ିଛି ।

oneindia.com

ସୂଚନା ମୁତାବକ, େଓ୍ଵବ୍‌ ଡ଼େଭ୍‌ଲପ୍‌ର ଡ଼େଭିଡ୍‌ ଚାକିରି ମିଳୁ ନଥିବାରୁ ଚିନ୍ତାରେ ଥିଲେ । ଧିରେ ଧିରେ ଟଙ୍କା ସରି ଆସିବା ସହ ତାଙ୍କୁ ଘର ଛାଡ଼ିବାକୁ ପଡ଼ିଥିଲା । ଚାକିରି ପାଇଁ ସେ ରାସ୍ତାରେ ନିଜର ରିଜ୍ୟୁମ ବାଣ୍ଟିବା ଆରମ୍ଭ କରିଥିଲେ । ଡ଼େଭିଡ୍‌ଙ୍କ ଏପରି କରୁଥିବା ଦେଖି ଲୋକେ ତାଙ୍କୁ ଭିକାରି ବୋଲି ଭାବି ନେଇଥିଲେ, ଯାହା ପାଇଁ ସେ ଏଭଳି ଉପାୟ ଆପଣାଇଥିଲେ ବୋଲି ଜଣାପଡ଼ିଛି । ଡ଼େଭିଡ୍‌ଙ୍କ ଏହି ପ୍ରୟାସ ପରେ ଗୁଗଲ୍‌ ଏବଂ ନେଟ୍‌ଫ୍ଲିକ୍ସ ଭଳି କମ୍ପାନୀ ତାଙ୍କୁ ଚାକିରିର ଅଫର ଦେଇ ସାରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର