ସାମ୍ପୁ ପାଇଁ ଆବଶ୍ୟକ: ରିଠା ୧୦/୧୫ଟି, ମେଥି ୧ ଚାମଚ, ମନ୍ଦାର ଫୁଲ ଓ ପତ୍ର ୪/୫ଟି ଲେଖାଏଁ, ଫ୍ରେସ୍‌ ଘିକୁଆଁରି ଗୋ‌ଟିଏ ପତ୍ର, ଅଳସୀ/ ଫ୍ଲାକ୍ସ ସିଡ୍‌ ୧ ଚାମଚ, ରେଜ୍‌ମେରି ୱାଟର୍‌, ଚାଉଳ ପାଣି ପ୍ରଣାଳୀ: ପ୍ରଥମେ ରିଠା ଓ ମେଥିକୁ ରାତିସାରା ପାଣିରେ ଭିଜାଇ ରଖନ୍ତୁ। ସକାଳୁ ରିଠାର ମଞ୍ଜି ବାହାର କରି ରିଠା ଓ ମେଥିକୁ ଛାଣି ଉକ୍ତ ପାତ୍ରରେ ରଖନ୍ତୁ। ସେଥିରେ ମନ୍ଦାର ଫୁଲ, ପତ୍ର, ରୋଜମେରି ୱାଟର୍‌ ବା ଚାଉଳ ପାଣି, ଅଳସୀ ମଞ୍ଜି, ଘିକୁଆଁରି ପତ୍ରକୁ ଛୋଟ ଛୋଟ କାଟି ଗୋଟେ ଗ୍ଲାସ୍‌ ପାଣିରେ ଭଲଭାବେ ୫ରୁ ୧୦ ମିନିଟ୍‌ ଫୁଟାନ୍ତୁ। ଭଲକି ଫୁଟି ସାରିବା ପରେ ଗରମ ଗରମ ଅନ୍ୟ ଏକ ପାତ୍ରକୁ ଛାଣି ଦିଅନ୍ତୁ। ଥଣ୍ଡା ହେଲାପରେ ମିଶ୍ରଣଟି ଜେଲ୍‌ ଭଳି ହୋଇଯିବ। ଏଥର ଏହାକୁ ମିକ୍ସିରେ ଗ୍ରାଇଣ୍ଡ୍‌ କରିଦିଅନ୍ତୁ। ଦେଖିବେ ମିଶ୍ରଣଟି ପୁରା ବଜାର ଭଳି ସାମ୍ପୁରେ ପରିଣତ ହୋଇଯିବ। ଏହି ସାମ୍ପୁ ବ୍ୟବହାର କଲେ କେଶମୂଳ ଭଲ ଭାବେ ସଫା ହେବାସହ ‌େକଶ ଝଡ଼ିବା ବନ୍ଦ ହୁଏ ଏବଂ କେଶ‌ର ଉଜ୍ଜଳତା ବଢ଼େ। ‌ତେବେ ଘରେ ଅନ୍ତତଃ ଥରେ ତିଆରି କରନ୍ତୁ ଏହି ହର୍ବାଲ୍‌ ସାମ୍ପୁ ଏବଂ ଫରକ ଦେଖନ୍ତୁ।

Advertisment

ସହଜରେ ମିଳିଯାଉଥିବା କିଛି ସାମଗ୍ରୀରେ ଏଥର ତିଆରି କରନ୍ତୁ ହର୍ବାଲ୍‌ ସ‌ାମ୍ପୁ। ହୋଲି ଖେଳିସାରି ସେଥିରେ କେଶ ଧୁଅନ୍ତୁ।

publive-image