ଏଇ ନିକଟ ଅତୀତରେ ହୋଣ୍ଡା ପକ୍ଷରୁ ବଜାରକୁ ଆସିଛି ହର୍ନେଟ୍ ୨.୦। ଏହାର ପ୍ରାରମ୍ଭିକ ମୂଲ୍ୟ ରହିଛି ୧,୫୬,୯୫୩ ଟଙ୍କା (ଏକ୍ସ ସୋ’ରୁମ୍)। ଏଥିରେ ୧୮୪.୪୦ ସିସିର ସିଙ୍ଗଲ୍ ସିଲିଣ୍ଡର୍, ଏୟାର୍-କୁଲ୍ଡ ଇଂଜିନ୍ ରହିଛି। ଏହାସହିତ ଏଥିରେ ୫-ସ୍ପିଡ୍ ଗିୟର୍ ବକ୍ସ, ରିୟର୍ ଓ ଫ୍ରଣ୍ଟ ଡିସ୍କ ବ୍ରେକ୍, ୪.୨ ଇଞ୍ଚର ଟିଏଫ୍ଟି ଇନ୍ଷ୍ଟ୍ରୁମେଣ୍ଟ୍ କ୍ଲଷ୍ଟର୍ ୱିଥ୍ ବ୍ଲୁଟୁଥ୍ କନେକ୍ଟିଭିଟି ସୁବିଧା ରହିଛି, ଯାହାକି ‘ହୋଣ୍ଡା ରୋଡ୍ସିଙ୍କ୍’ ଅାପ୍ ମାଧ୍ୟମରେ କାର୍ଯ୍ୟ କରିଥାଏ।
ଏହାର ଓଜନ ୧୪୨ କିଲୋଗ୍ରାମ୍ ଏବଂ ଏହାର ତେଲଟାଙ୍କି ଧାରଣ କ୍ଷମତା ୧୨ ଲିଟର୍। ଏହା ମେଟ୍ ଆକ୍ସିସ୍ ଗ୍ରେ ମେଟାଲିକ୍, ମେଟ୍ ମାର୍ଭେଲ୍ ବ୍ଲୁ ମେଟାଲିକ୍, ମେଟ୍ ସାଙ୍ଗ୍ରିଆ ରେଡ୍ ମେଟାଲିକ୍ ଓ ପର୍ଲ ଇଗ୍ନିସ୍ ବ୍ଲାକ୍ ପରି ଚାରିଟି ରଙ୍ଗରେ ଉପଲବ୍ଧ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।