ଜାଣନ୍ତୁ ଭାରତର ବେଷ୍ଟ୍‍ ହନିମୁନ୍‌ ସ୍ପଟ୍‌ ସଂପର୍କରେ

ଏବେ ବାହଘର ସିଜିନ୍‌ ଚାଲିଛି । ସଦ୍ୟ ବିବାହିତ ଦଂପତି ହନିମୁନ୍‌ର ପ୍ଲାନିଂ କରୁଥିବେ । ସେମାନଙ୍କ ପାଇଁ ଭାରତରେ ଥିବା କେତେକ ବେଷ୍ଟ୍‍ ହନିମୁନ୍‌ ସ୍ପଟ୍‌ ସଂପର୍କରେ ସମ୍ୟକ୍‌ ସୂଚନା ।
କୋଡଗୁ: କର୍ଣ୍ଣାଟକର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ସ୍ଥିତ କୋଡଗୁକୁ କୁହାଯାଏ ଭାରତର ସ୍କଟ୍‌ଲାଣ୍ଡ୍‌ । ଯେଉଁମାନେ ପାହାଡ଼ ପର୍ବତ ଘେରା ରୋମାଣ୍ଟିକ୍‌ ଜାଗାରେ ହନିମୁନ୍‌ କରିବାକୁ ଚାହାଁନ୍ତି ସେମାନଙ୍କ ପାଇଁ ଏହାଠୁ ଆଉ ଭଲ ସ୍ଥାନ ମିଳିବା କଷ୍ଟକର ।

photo- .india.com

ତବାଙ୍ଗ୍‌ : ଅରୁଣାଚଳ ପ୍ରଦେଶର ଉତ୍ତର-ପଶ୍ଚିମ ଅଞ୍ଚଳରେ ଥିବା ତବାଙ୍ଗ୍‌ ହେଉଛି ମ୍ୟାଜିକାଲ୍‌ ଲାଣ୍ଡ୍‌ । ଯଦି ଆପଣ ପ୍ରାକୃତିକ ତଥା ସାଂସ୍କୃତିକ ସୌନ୍ଦର୍ଯ୍ୟରେ ଭରପୂର ସ୍ଥାନରେ ହନିମୁନ୍‌ କରିବା ପାଇଁ ଆଗ୍ରହୀ ତେବେ ଏହା ବେଷ୍ଟ୍‍ ହନିମୁନ୍‌ ସ୍ପଟ୍‌ ।
ଓଲି: ଉତ୍ତରାଖଣ୍ଡର ହିମାଳୟ ପର୍ବତମାଳାରେ ଅବସ୍ଥିତ ଏହି ଆଡଭେଞ୍ଚରସ୍‌ ସ୍ପଟ୍‌ କୁ ଆସି ଆପଣ ଅଧିକ ରୋମାଣ୍ଟିକ୍‌ ହୋଇଯିବେ । ତାଛଡ଼ା ଏଠାରେ ଆପଣ ନିଜର ପାର୍ଟନରଙ୍କ ସହିତ ସ୍କିଇଂର ମଜ୍ଜା ଉଠାଇପାରିବେ । ଶୀତଋତୁରେ ବରଫପାତର ମଜା ନେବା ସହ ଏଠାକୁ ଆସି ଆପଣ ନିଜର ପାର୍ଟନରଙ୍କ ସହିତ ଉଷ୍ମତା ପାଇପାରିବେ ।

photo-yatra.com

ଦାମନ୍‌ ଡିୟୁ : ସମୁଦ୍ରର ଲହରୀ ଭଳି ନିଜର ରୋମାନସକୁ ସରସ କରିବା ଲାଗି ଯଦି ଇଚ୍ଛା ରଖିଥାନ୍ତି ତେବେ ଦାମନ୍‌ ଡିୟୁ ହୋଇପାରେ ଆପଣଙ୍କଲାଗି ବେଷ୍ଟ୍‍ ହନିମୁନ୍‌ ସ୍ପଟ୍‌ । ଏଠାକାର ରୋମାଣ୍ଟିକ୍‌ ପରିବେଶ ଆପଣଙ୍କ ହନିମୁନ୍‌କୁ ଅଧିକ ସ୍ମରଣୀୟ କରିବ ।

ସମ୍ବନ୍ଧିତ ଖବର