ଆଜିକାଲି ପୁରୁଷ ଓ ମହିଳାଙ୍କଠାରେ ଦେଖାଯାଉଥିବା ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା କ’ଣ?
ଏବେ ଉଭୟ ପୁରୁଷ ଓ ମହିଳାଙ୍କଠାରେ ହର୍ମୋନାଲ୍ ଡିଜ୍ଅର୍ଡର ଅଧିକ ଦେଖାଯାଉଛି। ଜିନ୍ରେ ସମସ୍ୟା ଯୋଗୁଁ ଏକ୍ସ୍ୱାଇ (ପୁରୁଷ କ୍ରୋମୋଜୋମ୍) ଓ ଏକ୍ସ୍ଏକ୍ସ୍ (ମହିଳା କ୍ରୋମୋଜୋମ୍) ଏବେ ପ୍ରଭାବିତ ହୋଇ ମହିଳାଙ୍କଠାରେ ‘ଟର୍ନର ସିଣ୍ଡ୍ରୋମ୍’ ଦେଖାଯାଉଛି। କିଛି ଲୋକଙ୍କଠାରେ ପୁରୁଷ କ୍ରୋମୋଜୋମ୍ ଏକ୍ସ୍ୱାଇ ବଦଳରେ ଏକ୍ସ୍ଏକ୍ସ୍ୱାଇ ରହିଥାଏ। ଏହାକୁ କ୍ଲାଇନଫେଲ୍ଟର ସିଣ୍ଡ୍ରୋମ୍ କୁହାଯାଇଥାଏ।
ଟର୍ନର ସିଣ୍ଡ୍ରୋମ୍ କ’ଣ?
ଟର୍ନର ସିଣ୍ଡ୍ରୋମ୍ ସେତେବେଳେ ହୁଏ, ଯେତେବେଳେ ଜଣେ ଶିଶୁକନ୍ୟା ଗୋଟିଏ ନିଖୋଜ କିମ୍ବା ଆଂଶିକ ‘ଏକ୍ସ କ୍ରୋମୋଜୋମ୍’ ସହିତ ଜନ୍ମ ହୁଏ। ଫଳରେ ସେହି ଶିଶୁକନ୍ୟାର ଫେନୋଟାଇପ୍ ଅର୍ଥାତ୍ ବାହ୍ୟ ଅଙ୍ଗରେ ସମସ୍ୟା ଦେଖାଯାଇଥାଏ। ଶିଶୁକନ୍ୟାଟି ବାହାରୁ ଝିଅ ଭଳି ଦେଖାଯାଉଥିଲେ ବି ଝିଅମାନଙ୍କ ଭଳି ଶରୀର ଗଠନ ହୋଇନଥାଏ। ପେଟ ଭିତରେ ଅଣ୍ଡାଶୟ ବି ବିକଶିତ ହୋଇନଥାଏ।
‘କ୍ଲାଇନ୍ଫେଲ୍ଟର୍ ସିଣ୍ଡ୍ରୋମ’ କାହାକୁ କୁହାଯାଏ?
‘କ୍ଲାଇନ୍ଫେଲ୍ଟର୍ ସିଣ୍ଡ୍ରୋମ’ ଏକ ସାଧାରଣ ଅବସ୍ଥା ଯେତେବେଳେ ଜଣେ ଶିଶୁପୁତ୍ରର କ୍ରୋମୋଜୋମ୍ ଏକ୍ସ୍ୱାଇ ବଦଳରେ ଏକ୍ସ କ୍ରୋମୋଜୋମର ଅତିରିକ୍ତ କପି ସହ ଏକ୍ସ୍ଏକ୍ସ୍ୱାଇ ରହିଥାଏ। ଏଭଳି ବିକୃତି ଥିବା ବ୍ୟକ୍ତିମାନେ ପୁରୁଷ ଭଳି ଉପରକୁ ଦେଖାଯାଉଥିବା ବେଳେ ଉଚ୍ଚତା ଅଧିକ ରହିଥିବା ସହ ମହିଳାଙ୍କ ଭଳି ସ୍ତନ ବିକଶିତ ହୋଇଥାଏ। ଏଥିରେ ପୁରୁଷଙ୍କ ଭଳି ଆଭ୍ୟନ୍ତରୀଣ କ୍ଷମବା ବି ହ୍ରାସ ପାଇଥାଏ।
ହର୍ମୋନାଲ୍ ଡିଜ୍ଅର୍ଡର ମହିଳାମାନଙ୍କୁ ଅଧିକ କ୍ଷତି ପହଞ୍ଚାଇଥାଏ କି?
ହର୍ମୋନାଲ୍ ଡିଜ୍ଅର୍ଡର ଉଭୟ ମହିଳା ଓ ପୁରୁଷଙ୍କଠାରେ ବିସ୍ଫୋରକ ସ୍ଥିତି ସୃଷ୍ଟି କରୁଛି। ଝିଅମାନଙ୍କଠାରେ ଋତୁସ୍ରାବଜନିତ ସମସ୍ୟା ପିସିଓଏସ୍ ଦେଖାଯାଉଥିବା ବେଳେ ଏହା ବନ୍ଧ୍ୟାଦୋଷର କାରଣ ହେଉଛି। ସେହିଭଳି ବିଶେଷ କରି ୪୦ରୁ ୫୦ ବର୍ଷୀୟ ପୁରୁଷମାନଙ୍କଠାରେ ଯେଉଁ ପରିମାଣରେ ଟେଷ୍ଟୋଷ୍ଟିରନ୍ ହର୍ମୋନ୍ ରହିବା କଥା, ତାହା ରହୁନାହିଁ। ଫଳରେ ପୁରୁଷମାନଙ୍କ ମାଂସପେଶୀ ଓ ହାଡ଼ କ୍ଷମତା ଲୋପ ପାଉଛି। ଏଥିସହ ସହବାସଦୋଷ ବଢୁଛି ଓ ଶୁକ୍ରାଣୁ ପରିମାଣ କମୁଛି।
ଏସବୁର କାରଣ କ’ଣ?
ଚାପଗ୍ରସ୍ତ ଜୀବନଶୈଳୀ ଏହାର ମୂଳ କାରଣ। ଏଥିସହ ଆଜିର ଭେଜାଲ୍ ଓ ମିଶ୍ରିତ ଖାଦ୍ୟ, ଜଙ୍କଫୁଡ୍ ଆଦି ସହ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ କାମ କରିବା ଯୋଗୁଁ ଏସବୁ ଧୀରେଧୀରେ ବିସ୍ଫୋରକ ରୂପ ନେଇଛି।
ହର୍ମୋନାଲ୍ ଡିଜ୍ଅର୍ଡର ବିସ୍ଫୋରକ ସ୍ଥିତି ସୃଷ୍ଟି କରୁଛି
ଏବେ ଉଭୟ ପୁରୁଷ ଓ ମହିଳାଙ୍କଠାରେ ହର୍ମୋନାଲ୍ ଡିଜ୍ଅର୍ଡର ଅଧିକ ଦେଖାଯାଉଛି। ଜିନ୍ରେ ସମସ୍ୟା ଯୋଗୁଁ ଏକ୍ସ୍ୱାଇ (ପୁରୁଷ କ୍ରୋମୋଜୋମ୍) ଓ ଏକ୍ସ୍ଏକ୍ସ୍ (ମହିଳା କ୍ରୋମୋଜୋମ୍) ଏବେ ପ୍ରଭାବିତ ହୋଇ ମହିଳାଙ୍କଠାରେ ‘ଟର୍ନର ସିଣ୍ଡ୍ରୋମ୍’ ଦେଖାଯାଉଛି।
/sambad/media/media_files/2025/04/09/0tlPv2VP7VAjoVqS0k3J.jpg)