୩ ମାସର ଶିଶକୁ ଧରି ମା’ ରାସ୍ତା ପାର କରୁଥିବା ବେଳେ ଧକ୍କା ଦେଲା କାର, ଦେଖନ୍ତୁ କିପରି ଶୂନ୍ୟରେ ଉଡ଼ି ଦୂରକୁ ଛିଟିକି ପଡ଼ୁଛି ଶିଶୁ

ନୂଆଦିଲ୍ଲୀ: ‘ଯାହାକୁ ରଖିବ ଅନନ୍ତ କି କରି ପାରିବ ବଳବନ୍ତ’। ଏହି ଉକ୍ତିର ଅନେକ ଉଦାହରଣ ପୂର୍ବରୁ ଦେଖିଥିବା ବେଳେ ନିକଟରେ ଏମିତି ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦ୍ରୁତଗତିରେ ଆସୁଥିବା ଏକ କାର ୩ମାସର ଶିଶୁକୁ ଧକ୍କା ଦେଇ ଚାଲି ଯାଉଥିବା ଦେଖିବାକୁ ମିଳୁଛି। ଏହି ଶିଶୁର ନାମ ପ୍ରେମ ବୋଲି ଜଣାପଡ଼ିଛି।

तेज रफ्तार कार ने मां के साथ प्रैम में जा रहे बच्चे को मारी टक्कर तो हवा में उड़ते हुए गिरी प्रैम और फिर... देखें Video
khabar.ndtv.

ଏଭଳି ଏକ ଘଟଣା ୟୁକ୍ରେନ୍‌ରେ ଘଟିଛି। ଟ୍ରାଫିକ୍‌ରେ ଅଟକିଥିବା ଏକ କାରର  କ୍ୟାମେରାରେ ଏହି ଦୃଶ୍ୟ ସୁଟ ହୋଇଯାଇଥିଲା। ଏଥିରେ ଦେଖିବାକୁ ମିଳୁଛି, ଜଣେ ମା’ ତାଙ୍କର ତିନିମାସର ଶିଶୁ ପ୍ରେମକୁ ଧରି ରାସ୍ତା ପାର ହେଉଛନ୍ତି। ଏହି ସମୟରେ ହଠାତ ଦ୍ରୁତଗତିରେ ଆସୁଥିବା ଏକ କାର ପ୍ରେମକୁ ଧକ୍କା ଦେଇ ଆଗକୁ ମାଡ଼ି ଯାଉଛି।  ଧକ୍କା ଏତେ ଜୋରରେ ଥିଲା ଯେ ଶିଶୁଟି ପବନର ଉଡ଼ି କିଛିବାଟ ଯାଇ ରାସ୍ତାକୁ ଝିଟିକି ପଡ଼ୁଛି।

ମହିଳା ଜଣକ ସ୍ଥାନୀୟଲୋକଙ୍କ ସାହାଯ୍ୟରେ ଶିଶୁକୁ ତୁରନ୍ତ ହସ୍‌ପିଟାଲ୍‌ରେ ନେଇ ଭର୍ତ୍ତି କରାଇଥିଲେ। ଏତେ ବଡ଼ ଦୁର୍ଘଟଣା ସତ୍ତ୍ୱେ ଶିଶୁ ଶରୀରରେ ସାମାନ୍ୟ ଆଘାତ ଲାଗି ନଥିବା ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହେବା ସହିତ ଏକ କୌଣସି ଚମତ୍କାରଠାରୁ କମ୍‌ ନୁହେଁ ବୋଲି କହିଥିଲେ।

ଶିଶୁକୁ ଧକ୍କା ଦେଇଥିବା କାର ଚାଳକଙ୍କୁ ପୁଲିସ ଗିରଫ କରି ନେଇଛି। ଚାଳକ ମଦ ନିଶାରେ ଥିବା ହେତୁ ଏଭଳି କାଣ୍ଡ ଘଟାଇଛି। ଏହି ଘଟଣାରେ ତାକୁ ୩ବର୍ଷ ପର୍ଯ୍ୟନ୍ତ ଜେଲ ବି ହୋଇପାରେ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର