ନୂଆଦିଲ୍ଲୀ: ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା ଘୋଡ଼ା ଦୌଡ଼ ପ୍ରତିଯୋଗିତାରେ ଘୋଡ଼ାକୁ ଦୌଡ଼ୁଥିବାର ‌ଦେଖିବାକୁ ମିଳିଥାଏ। ଏଥିସହିତ ଆଜିକାଲି ବିବାହ ଆଦି କାର୍ଯ୍ୟକ୍ରମରେ ବର ଘୋଡ଼ା ଚଢ଼ି କନ୍ୟା ଘରେ ପହଞ୍ଚିବାର କିଛି ଘଟଣା ବି ସାମ୍ନାକୁ ଆସିଛି। ନିକଟରେ ଘୋଡ଼ାକୁ ନେଇ ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହାକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ବେଶ ପସନ୍ଦ କରୁଛନ୍ତି।

Advertisment

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି, ଏକ ଘୋଡ଼ା ରାସ୍ତାରେ ଛିଡ଼ା ହୋଇଥିବା ଏକ ଧଳା ରଙ୍ଗର କାରର କାଚ ଭାଙ୍ଗି ଭିତରକୁ ପ୍ର‌ବେଶ କରିବାକୁ ଚେଷ୍ଟା କରୁଛି। ଯେମିତି ସେ କହୁଛି କି, ‘ଆଜ୍ଞା ମୋତେ ବି କାରରେ ବସିବାକୁ ସୁଯୋଗ ଦିଆଯାଉ। କାରରେ ବସିଲେ କେମିତି ଲାଗେ ମୁଁ ବି ଅନୁଭବ କରିବାକୁ ଚାହୁଁଛି।’

ତେବେ କାଚ ଭାଙ୍ଗି ଘୋଡ଼ା କାର ଭିତରେ ପ୍ରବେଶ କରୁଥିବା ବେଳେ ସେଥିରେ ଫସି ଯାଉଛି। ଏଦୃଶ୍ୟ ଦେଖି ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମି ଯାଉଛି। କାର ମାଲିକ ବି ଘୋଡ଼ାର ଏଭଳି କାମ ଦେଖି ବିଚଳିତ ହୋଇପଡ଼ୁଛନ୍ତି।

ପରେ ସ୍ଥାନୀୟଲୋକଙ୍କ ସାହାଯ୍ୟରେ ଘୋଡ଼ାକୁ ସୁରକ୍ଷିତ ଭାବେ କାରରୁ ଉଦ୍ଧାର କରାଯାଇଥିଲା। ତେବେ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଏହି ଘୋଡ଼ା ରାସ୍ତାକୁ କେମିତି ଆସିଲା। ଏହାର ମାଲିକ କିଏ ସେନେଇ ସ୍ପଷ୍ଟ ସୂଚନା ମିଳି ପାରି ନଥିଲା।