ଟ୍ରେନରେ ଯାତ୍ରୀଙ୍କ ସହିତ ଘୋଡ଼ା ଯାତ୍ରା କରିବାର ଫଟୋ ଦେଖି ରେଳବାଇ ଦେଲା ଏଭଳି ପ୍ରତିକ୍ରିୟା

କୋଲକାତା: ଲୋକାଲ ଟ୍ରେନରେ ଏକ ଘୋଡ଼ା ଯାତ୍ରା କରୁଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋରେ ଦେଖିବାକୁ ମିଳୁଛି ଟ୍ରେନରେ ପ୍ରବଳ ଭିଡ ଥିବା ବେ‌ଳେ ଯାତ୍ରୀଙ୍କ ମଝିରେ ଘୋଡା ଛିଡ଼ା ହୋଇଛି। ଆଉ ଘୋଡ଼ା ପାଖରେ ତାର ମାଲିକ ବି ଛିଡ଼ା ହୋଇ ଯାତ୍ରା କରୁଛନ୍ତି।

ରିପୋର୍ଟ ଅନୁଯାୟୀ, ଏହି ଫଟୋ ପଶ୍ଚିମବଙ୍ଗର ସିୟାଲଦହ-ଡାଇମଣ୍ଡ ହାର୍ବର ଡାଉନ୍ ଲୋକାଲ ଟ୍ରେନର। କୁହାଯାଉଛି ଯେ ଏହି ଘୋଡା ବଙ୍ଗଳାର ବରୁଇପୁରରେ ଏକ ଦୌଡ଼ ପ୍ରତିଯୋଗିତାରେ  ଭାଗ ନେବା ପରେ ଫେରୁଥିଲା।  ସାଥୀ ଯାତ୍ରୀମାନେ ଘୋଡା ସହିତ ଟ୍ରେନରେ ଚଢ଼ିବାକୁ ନେଇ ଘୋଡ଼ା ମାଲିକଙ୍କୁ ବାରଣ କରିଥିଲେ। କିନ୍ତୁ ସେ କାହାରି କିଛି କଥା ଶୁଣି ନଥିଲେ।

ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁସାରେ, ଦକ୍ଷିଣ ୨୪ ପରଗନାର ବରୁଇପୁର ଅଞ୍ଚଳରେ ଏକ ଘୋଡା ଦୌଡ଼ କାର୍ଯ୍ୟକ୍ରମ ଥିଲା । ଏହି ଘୋଡାର ମାଲିକ ସେହି ପ୍ରତିଯୋଗିତାରେ ଭାଗ ନେଇଥିଲେ | ଏହାପରେ ସେ  ଘରକୁ ଫେରିବା ପାଇଁ ଘୋଡାକୁ ଧରି ଦକ୍ଷିଣ ଦୁର୍ଗାପୁର ଷ୍ଟେସନକୁ ଆସିଥିଲେ । ଏଥିସହିତ ପୂର୍ବ ରେଳର ମୁଖପାତ୍ର ସ୍ବୀକାର କରିଛନ୍ତି ଯେ ସେମାନେ ମଧ୍ୟ ଏପରି ଫଟୋ ପାଇଛନ୍ତି, କିନ୍ତୁ ପ୍ରକୃତରେ ଏହିପରି ଘଟଣା ଘଟିଛି ନା ନାହିଁ ତାହା ଜଣା ପଡିନାହିଁ। ବର୍ତ୍ତମାନ ଅନୁସନ୍ଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପକ୍ଷରେ, ସୋସିଆଲ ମିଡିଆରେ ଏହି ଭାଇରାଲ ହେବାରେ ଲାଗିଛି। ବ୍ୟକ୍ତି ଜଣକ କିପରି ଘୋଡା ସହିତ ଟ୍ରେନରେ ପ୍ରବେଶ କଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ରେଳ ଷ୍ଟେସନରେ ଉପସ୍ଥିତ ଥିବା ରେଳ କର୍ମଚାରୀମାନେ ଏତେ ବଡ ଘୋଡାକୁ ଟ୍ରେନରେ ଚଢ଼ିବା ସମୟରେ କେମିତି ଦେଖି ପାରିଲେ ନାହିଁ ବୋଲି ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ ଯେ ଟ୍ରେନ୍‌ରେ ପଶୁ ପରିବହନ ପାଇଁ ରେଳବାଇର ଅଲଗା ନିୟମ କରିଛି। ଏପରି ଯାତ୍ରୀଙ୍କ ସହ ପଶୁ ଯାତ୍ରା କରିବା ଘଟଣା ନିୟମର ସିଧାସଳଖ ଉଲ୍ଲଂଘନ ହୋଇଛି ବୋଲି କୁହ‌ାଯାଉଛି।

ସମ୍ବନ୍ଧିତ ଖବର