ନୂଆଦିଲ୍ଲୀ: ସେ ଚଳଚ୍ଚିତ୍ର ହେଉ କିମ୍ବା ବାସ୍ତବ ଜୀବନ ପ୍ରତିଟି ସ୍ଥାନରେ ବନ୍ଧୁତ୍ୱର ଉଦାହରଣ ଦେଖିବାକୁ ମିଳିଥାଏ। ଦୁଃଖ ଏବଂ କଷ୍ଟ ସମୟରେ ପ୍ରକୃତ ବନ୍ଧୁ ହିଁ ସାହାଯ୍ୟ କରିଥାଏ। ବନ୍ଧୁତା ହେଉଛି ଏପରି ଏକ ସମ୍ପର୍କ, ଯାହା ପ୍ରତ୍ୟେକ ସମ୍ପର୍କ ଅପେକ୍ଷା ବଡ଼ ଏବଂ ମୂଲ୍ୟବାନ ହୋଇଥାଏ।

Advertisment

କାରଣ ବନ୍ଧୁମାନଙ୍କ ସହିତ ଆମର ରକ୍ତ ସମ୍ପର୍କ ନ ଥାଇପାରେ, କିନ୍ତୁ ଅନେକ ସମୟରେ ସେହି ବନ୍ଧୁ ହି ସାହାଯ୍ୟ ପାଇଁ ଜୀବନ ଦେବାକୁ ପଛାଇ ନଥାଏ। ବନ୍ଧୁତା ସେ ମଣିଷ ସହିତ ହେଉ ଅବା ପଶୁ ସହିତ ସର୍ବଦା ଏକ ଉଦାହରଣ ସୃଷ୍ଟି କରିଥାଏ। ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି।

ଭାଇରାଲ୍ ହେଉଥିବା ଏହି ଭିଡିଓକୁ ଆଇପିଏସ୍ ଅଧିକାରୀ ଦିପାଂଶୁ କାବ୍ରା ସେୟାର କରିଛନ୍ତି। ଭିଡିଓ ସହିତ ସେ କ୍ୟାପସନରେ ଲେଖିଛନ୍ତି, "ବନ୍ଧୁ ଚିନ୍ତା କର ନାହିଁ, ମୁଁ ଅଛି। ଅସୁବିଧା ସମୟରେ ବନ୍ଧୁକୁ ଏତିକି କହିଦେଲେ ବି ମନରେ ଏକ ଶକ୍ତି ଭରି ଦେଇଥାଏ।

ଭିଡିଓରେ ଆପଣ ଦେଖିପାରିବେ ଏକ ଘୋଡା ଦୁଃଖରେ ଛିଡ଼ା ହୋଇଥିବା ବେଳେ ତାର ଆଖିରୁ ଲୁହ ଗଡ଼ି ଯାଉଛି। ଘୋଡ଼ାକୁ ଏପରି ଅବସ୍ଥାରେ ଦେଖି ଏକ ବିଲେଇ ଆସି ତାକୁ ଆଲିଙ୍ଗନ କରି ସ୍ନେହ କରୁଥିବା ଦେଖିବାକୁ ମିଳୁଛି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ବିଲେଇ ଘୋଡାର ଦୁଃଖ ଦେଖିବା ପରେ ତାକୁ ସାନ୍ତ୍ୱନା ଦେଉଛି