ନୂଆଦିଲ୍ଲୀ: ଭାରତରେ ପାଖାପାଖି ୬୦୦,୦୦୦ ଡାକ୍ତର ଓ ୨ ମିଲିୟନ ନର୍ସଙ୍କ ଆବଶ୍ୟକ ରହିଛି ବୋଲି ସିଡିଡିଇପି ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। ବିଶେଷଜ୍ଞଙ୍କ କହିବାନୁସାରେ, ବିଶେଷ ଭାବେ ଆଣ୍ଟିବାୟୋଟିକ୍ ଔଷଧ ଦେବାରେ ପ୍ରଶିକ୍ଷିତଙ୍କ ସଂଖ୍ୟା କମ୍ ରହିଛି। ଏମିତି କି ଆଣ୍ଟିବାୟୋଟିକ୍ସ ଉପଲବ୍ଧ ଥିବା ସମୟରେ ବି ରୋଗୀ ଅନେକ ସମୟରେ ତାହାକୁ ବହନ କରିବାରେ ଅସମର୍ଥ ରହିଥାଆନ୍ତି।
ଆମେରିକାର ସେଣ୍ଟର ଫର ଡିଜିଜେସ୍ ଡାଇନାମିକ୍, ଇକୋନୋମି ଆଣ୍ଟ ପଲିସି (ସିଡିଡିଇପି) ରିପୋର୍ଟ ଅନୁସାରେ, ଭାରତରେ ୬୫ ପ୍ରତିଶତ ଚିକିତ୍ସା ଖର୍ଚ୍ଚ ରୋଗୀଙ୍କ ସାମର୍ଥ୍ୟରୁ ବାହାରେ ରହିଛି। ଏହି ଭଳି ଖର୍ଚ୍ଚ ପାଇଁ ପ୍ରତିବର୍ଷ ପାଖାପାଖି ୫୭ ମିଲିୟନ ଲୋକ ଗିରିବ ଆଡକୁ ଟାଣି ହୋଇ ଆସୁଛନ୍ତି।
ପ୍ରକାଶିତ ରିପୋର୍ଟ ଅନୁସାରେ, ଦୁନିଆରେ ବାର୍ଷିକ ୫.୭ ମିଲିୟନ ରୋଗୀଙ୍କ ମୃତ୍ୟୁ ଆଣ୍ଟିବାୟୋଟିକ୍-ଟାବଲେଟ କାରଣରୁ ହେଉଛି। ସେହିପରି ନିମ୍ନ ଓ ମଧ୍ୟମ ଆୟ ଥିବା ଦେଶରେ ଆଣ୍ଟିବାୟୋଟିକ୍ସ- ପ୍ରତିରୋଧ ସଂକ୍ରମଣରେ ବାର୍ଷକ ୭୦୦,୦୦୦ ଲୋକଙ୍କ ମୃତ୍ୟୁ ହେଉଥିବା ଅନୁମାନ କରାଯାଉଛି।
/sambad/media/post_attachments/wp-content/uploads/2019/04/image-1468997704_835x547.gif)
ଆମେରିକାର ସିଡିଡିଇପି ବିଶେଷଜ୍ଞଙ୍କ କହିବାନୁସାରେ ୟୁଗଣ୍ଡା, ଭାରତ ଓ ଜର୍ମାନୀରେ ଷ୍ଟେକ୍ହୋଲଡରଙ୍କ ସହିତ ସାକ୍ଷାତକାର କରି କମ୍, ମଧ୍ୟମ ଓ ଉଚ୍ଚ ଆୟ ଥିବା ଦେଶରେ ଆଣ୍ଟିବାୟୋଟିକ୍ର ସମୀକ୍ଷା କରିଥିଲେ। ଏଥିରେ ଜାଣିବାକୁ ମିଳିଥିଲା କି, ନିମ୍ନ ଓ ମଧ୍ୟମ ଆୟ ଥିବା ଦେଶର ସ୍ୱାସ୍ଥ୍ୟ ସୁବିଧା ସଠିକ୍ ନାହିଁ। ରୋଗୀଙ୍କୁ ସଠିକ୍ ଭାବେ ଆଣ୍ଟିବାୟୋଟିକ୍ସ ଔଷଧ ଦେବାରେ ପ୍ରଶିକ୍ଷିତ ଷ୍ଟାଫ୍ଙ୍କ ସଂଖ୍ୟା କମ୍ ରହିଛି।
ଭାରତରେ ପ୍ରତ୍ୟେକ ୧୦,୧୮୯ଲୋକଙ୍କ ପାଇଁ ଜଣେ ସରକାରୀ ଡାକ୍ତର ଅଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ରେଟିଓ ଅନୁସାରେ ୧:୧୦୦ ଅନୁପାତ କିମ୍ବା ୬୦୦,୦୦୦ ଡାକ୍ତରଙ୍କ ସଂଖ୍ୟା କମ୍ ରହିଛି। ସେହିପରି ନର୍ସ: ରୋଗୀଙ୍କ ଅନୁପାତ ୧:୪୮୩ ରହିଛି। ଏଥିରୁ ଦୁଇ ମିଲିୟନ୍ ନର୍ସଙ୍କ ସଂଖ୍ୟା କମ୍ ଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି।