ବଡ ବିଚିତ୍ର : ହସ୍‌ପିଟାଲ୍‌ର ୩୬ଜଣ ନର୍ସ ହେଲେ ଅନ୍ତସତ୍ତ୍ୱା, ଡିସେମ୍ବରରେ ହେବ ସମସ୍ତଙ୍କ ପ୍ରସବ

ନୂଆଦିଲ୍ଲୀ: ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ। ଗୋଟିଏ ବର୍ଷରେ ଗୋଟିଏ ହସ୍‌ପିଟାଲ୍‌ର ୩୬ଜଣ ନର୍ସ ଅନ୍ତସତ୍ତ୍ୱା ହୋଇଛନ୍ତି। ସୋସିଆଲ ମିଡିଆରେ ଏହି ନର୍ସମାନଙ୍କ ଫଟୋ ବି ସାମ୍ନାକୁ ଆସିଛି। ଏହି ଘଟଣା ଆମେରିକାର ମିସୁରି କନସାସ୍‌ ସିଟିର ବୋଲି ଜଣାପଡ଼ିଛି।

ସେଠାକାର  ଚିଲଡ୍ରେନ୍‌ ମର୍ସିି ହସ୍‌ପିଟାଲରେ  ଅନ୍ତସତ୍ତ୍ୱା ଥିବା ସମସ୍ତ ନର୍ସ ଇଣ୍ଟେସିଭ୍‌ କେୟାର ୟୁନିଟରେ କାମ କରନ୍ତି। ଇତିମଧ୍ୟରେ ୨୦ଜଣ ଅନ୍ତସତ୍ତ୍ୱା ନର୍ସଙ୍କ ପ୍ରସବ ହୋଇସାରିଛି। ଚଳିତ ବର୍ଷ ଶେଷ ଆଡକୁ ବାକି ଅନ୍ତସତ୍ତ୍ୱା ନର୍ସଙ୍କ ପ୍ରସବ ହେବ। ଏଯାବତ ଜନ୍ମ ନେଇଥିବା ୨୦ ଶିଶୁଙ୍କ ମଧ୍ୟରେ ୨ଟି କନ୍ୟା ସନ୍ତାନ ଜନ୍ମ ନେଇଥିଲେ।

ABC News – Go.com

ହସପିଟାଲ୍‌ରେ ୩୬ଜଣ ନର୍ସ ଏକାସହିତ ଛିଡା ହୋଇଥିବାର ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ଶିଶୁକୁ ଜନ୍ମ ଦେଇଥିବା ଅନ୍ୟ ନର୍ସମାନେ ବି ସାମିଲ ଅଛନ୍ତି। ତେବେ ହସ୍‌ପିଟାଲ୍‌ ଏହା ସ୍ପଷ୍ଟ କରି ନାହିଁ କି ଇଣ୍ଟେସିଭ୍‌ କେୟାର ୟୁନିଟ୍‌ରେ ସର୍ବମୋଟ କେତେଜଣ ନର୍ସ କାମ କରନ୍ତି। ହସ୍‌ପିଟାଲ ଅସୁସ୍ଥ ଓ ପ୍ରିମେଚ୍ୟୁୟୋର ଭାବେ ଜନ୍ମ ନେଉଥିବା ଶିଶୁ ପାଇଁ ବି ଏକ ସ୍ୱତନ୍ତ୍ର ୟୁନିଟ୍‌ ବି ଗଠନ କରିଛି।

ସମ୍ବନ୍ଧିତ ଖବର