ରାୟପୁର: ଛତିଶଗଡର ରାଜଧାନୀ ରାୟପୁରର ଏକ ଡାକ୍ତରଖାନାରେ ଯଦି ଝିଅଟିଏ ଜନ୍ମ ନିଏ ତେବେ ଡାକ୍ତରଖାନା ପରିବାରଲୋକଙ୍କ ଠାରୁ ଚିକିତ୍ସା ପାଇଁ ଟଙ୍କାଟିଏ ବି ନେବ ନାହିଁ। ଏଭଳି ଏକ ଘୋଷଣା ଶ୍ରୀ ବାଲାଜୀ ସୁପର ସ୍ପେସିଆଲିଟି ହସ୍ପିଟାଲ ପକ୍ଷରୁ କରାଯାଇଛି।
ପ୍ରସବ ସମୟରେ ଯଦି ଗୋଟିଏ କନ୍ୟା ସନ୍ତାନ ଜନ୍ମ ନେଉଛି ତେବେ ଚିକିତ୍ସା ପାଇଁ ଟଙ୍କାଟିଏ ବି ଶୁଳ୍କ ଦେବାକୁ ପଡ଼ିବ ନାହିଁ। ଏହି ସୁବିଧା ଫେବୃଆରି ୧୫ରୁ ଆରମ୍ଭ ହେବ । ଏହି ଦିନ, ଡାକ୍ତରଖାନାକୁ ୧୨ବର୍ଷ ପୂରା ହେବ। ଯେଉଁଥିପାଇଁ ଡାକ୍ତରଖାନା ପକ୍ଷରୁ ଏହି ନୂତନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇଛି। ଆଇଏଏସ୍ ଅଧିକାରୀ ଅବନୀଶ ଶରଣ ଡାକ୍ତରଖାନାର ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି।
रायपुर के ‘बालाजी अस्पताल’ में बेटी का जन्म होगा, तो अस्पताल में 1 रुपया भी नहीं लगेगा.
अद्भुत कदम. अस्पताल से जुड़े सभी महानुभावों का शुक्रिया.👌👏👍
— Awanish Sharan (@AwanishSharan) February 8, 2021
ଆଇଏଏସ୍ ଅଧିକାରୀ ଅବନୀଶ ଶରଣ ଟ୍ୱିଟରେ ଲେଖିଛନ୍ତି, 'ଯଦି ରାୟପୁରର' ବାଲାଜୀ ହସପିଟାଲ'ରେ ଝିଅଟିଏ ଜନ୍ମ ହୁଏ, ତେବେ ଡାକ୍ତରଖାନା ଚିକିତ୍ସା' ପାଇଁ ଉକ୍ତ ସନ୍ତାନର ପରିବାରଲୋକଙ୍କ ଠାରୁ ଟଙ୍କାଟିଏ ବି ନେବ ନାହିଁ। ଆଶ୍ଚର୍ଯ୍ୟଜନକ ପଦକ୍ଷେପ । ଡାକ୍ତରଖାନା ସହିତ ଜଡିତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଧନ୍ୟବାଦ।
ସ୍ୱାସ୍ଥ୍ୟ ପ୍ରାଥମିକତାକୁ ଧ୍ୟାନରେ ରଖି ‘ବେଟି ବାଚାଓ ବେଟି ବଢ଼ାଓ’ର ସଂକଳ୍ପ ପୂରଣ କରିବାକୁ ଏକ ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି।
ଏହି ଟୁଇଟକୁ ଫେବୃଆରି ୮ତାରିଖ ରାତିରେ ପୋଷ୍ଟ କରାଯାଇଥିଲା। ଏପର୍ଯ୍ୟନ୍ତ ୧୦ ହଜାରରୁ ଅଧିକ ଲାଇକ୍ କରାଯାଇଛି। ଏହା ସହିତ ପ୍ରାୟ ହଜାର ରି-ଟୁଇଟ୍ କରାଯାଇଛି। ଲୋକମାନେ ମଧ୍ୟ ଏହି ପଦକ୍ଷେପକୁ ପ୍ରଶଂସା କରିବା ସହିତ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ବି ଦେଇଛନ୍ତି।