ନୂଆଦିଲ୍ଲୀ: ପ୍ରତିଦିନ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ ପୋଷ୍ଟ ହୋଇଥାଏ। ଏଥିମଧ୍ୟରୁ ଏମିତି କିଛି ଭିଡିଓ ରହିଥାଏ ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ କିଛି ଭିଡିଓ ଏତେ ହୃଦୟସ୍ପର୍ଶୀ ହୋଇଥାଏ କି ଯାହାକୁ ବାରମ୍ବାର ଦେଖବା ସହିତ ନିଜ ଆକଉଣ୍ଟରେ ସେୟାର କରିବା ପାଇଁ ଇଚ୍ଛା ହୋଇଥାଏ।
ନିକଟରେ ଜିନ୍ଦେଗୀ ଗୁଲଜାର ନାମକ ଇନଷ୍ଟାଗ୍ରାମରେ ଆକାଉଣ୍ଟରେ ଏକ ଭିଡିଓ ସେୟାର କରାଯାଇଛି। ଏହି ଟି ଖୁବ ହୃଦୟସ୍ପର୍ଶୀ ରହିଛି। ଉକ୍ତ ଭିଡିଓରେ ଦେଖିବାକୁ ମିଳୁଛି, କିଛି ଡାକ୍ତର ନବଜାତକୁ କୋଳେଇ ହସ୍ପିଟାଲରେ ବୁଲୁଛନ୍ତି। ଏହି ସମୟରେ ଶିଶୁ ଲାଲରଙ୍ଗର ଶାଢ଼ି ସହିତ ମୁକୁଟ ଓ ମଥାରେ ଟିକିଲି ପିନ୍ଧିଥିବା ଦେଖିବାକୁ ମିଳୁଛି। ନବଜାତକୁ ମା’ ଅମ୍ବେଙ୍କ ରୁପ ଦେଇଥିବା କୁହାଯାଉଛି।
ଭିଡିଓ କ୍ୟାପସନ ମୁତାବକ, ଉକ୍ତ ନବଜାତର ଜନ୍ମ ବିଜୟାଦଶମୀ ଦିନ ହୋଇଥିଲା। ଏହି କାରଣରୁ ହସ୍ପିଟାଲର ଡାକ୍ତରଙ୍କ ସମେତ ନବଜାତର ଜନ୍ମ ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିବା କର୍ମଚାରୀମାନେ ଶିଶୁକୁ ମା’ ଅମ୍ବେଙ୍କ ଭଳି ପୋଷାକ ପିନ୍ଧାଇ ସଜେଇ ଦେଇଥିଲେ।
ଏଥିସହିତ ଶିଶୁର ଚରଣକୁ ସ୍ପର୍ଶ କରି ପ୍ରଣାମ ବି ଜଣାଇଥିଲେ। ଏଭଳି ଅବସ୍ଥାରେ ଶିଶୁକୁ ଜନ୍ମ ଦେଇଥିବା ମା’ଙ୍କୁ ବି ତାଙ୍କ ନବଜାତର ଭେଟ କରାଇଥିଲେ। ନିଜର ନବଜାତକୁ ଦେବୀ ରୁପରେ ସଜେଇ ହୋଇଥିବା ଦେଖି ହସ୍ପିଟାଲ ବିଛଣାରେ ପଡ଼ିଥିବା ମା’ ଅତ୍ୟନ୍ତ ଖୁସି ହୋଇଯାଇଥିଲେ।
ଅଧିକପଢ଼ନ୍ତୁ:ପରଲୋକରେ ମିଥୁନଙ୍କ ପୂର୍ବତନ ସ୍ତ୍ରୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/04/0e0lfpGpI6Cj9x7fmRhi.jpg)