ଯେଉଁମାନେ ଡ଼ାକ୍ତର ହୋଇପାରିଲେନି କିମ୍ବା ବିଭିନ୍ନ ସେକ୍ଟରରେ ପରିଚାଳକ ହେବାର ଇଛା ରଖୁଥିବେ, ସେମାନଙ୍କ ପାଇଁ ଏକ ଭଲ କ୍ୟାରିଅର
ଯେଉଁମାନଙ୍କର ଡ଼ାକ୍ତରୀ ବୃତ୍ତି ପ୍ରତି ଖୁବ୍ ଆକର୍ଷଣ ଥିଲା,ମାତ୍ର କୌଣସି କାରଣରୁ ସେମାନେ ଡ଼ାକ୍ତର ହୋଇପାରିଲେନି କିମ୍ବା ଯେଉଁମାନେ ବିଭିନ୍ନ ସେକ୍ଟରରେ ପରିଚାଳକ ହେବାର ଇଛା ରଖୁଥିବେ, ସେମାନଙ୍କ ପାଇଁ ଏକ ଭଲ କ୍ୟାରିଅର୍ ହୋଇପାରିବ ହସ୍ପିଟାଲ୍ ମ୍ୟାନେଜ୍ମେଣ୍ଟ୍। ଏହା ଅପେକ୍ଷାକୃତ ଏକ ନୂଆ କ୍ୟାରିଅର୍। ଅଳ୍ପ କିଛି ବର୍ଷ ହେବ ଏହା ଏକ କ୍ୟାରିଅର୍ର ରୂପ ନେଇଛି। ହସ୍ପିଟାଲ୍ମାନଙ୍କର ସଂଖ୍ୟା ବୃଦ୍ଧି ହେବା ଫଳରେ ଏହାର ମ୍ୟାନେଜ୍ମେଣ୍ଟ୍କୁ କ୍ୟାରିଅର୍ ଭାବେ ଗ୍ରହଣ କରୁଛନ୍ତି ଯୁବକ,ଯୁବତୀମାନେ।
Sambad is now on WhatsApp
Join and get latest news updates delivered to you via WhatsApp
ହୋଟେଲ ମ୍ୟାନେଜ୍ମେଣ୍ଟ୍ଠୁଁ ହସ୍ପିଟାଲ୍ ମ୍ୟାନେଜ୍ମେଣ୍ଟ୍ ସଂପୂର୍ଣ୍ଣ ଭିନ୍ନ। ଏହା କ୍ଷୀପ୍ରଗତିରେ ବଢ଼ୁଥିବା ଏକ କ୍ୟାରିଅର୍। ଏହି କ୍ଷେତ୍ର ଚିକିତ୍ସାର ପରିଚାଳନାଠୁଁ ଆରମ୍ଭ କରି ହସ୍ପିଟାଲ୍ର ପ୍ରତ୍ୟେକ ଆନୁସାଙ୍ଗିକ ବ୍ୟବସ୍ଥାର ପରିଚାଳନା ଯାଏଁ ବ୍ୟାପ୍ତ।
ହସ୍ପିଟାଲ୍ ମ୍ୟାନେଜ୍ମେଣ୍ଟ୍ରେ ସଂପ୍ରତି ମୁଖ୍ୟତଃ ନିମ୍ନୋକ୍ତ ପାଠ୍ୟକ୍ରମ ଗୁଡ଼ିକ ପ୍ରଚଳିତ।ଏଗୁଡ଼ିକ ହେଲା -(୧)ବ୍ୟାଚେଲର୍ ଇନ୍ ହସ୍ପିଟାଲ୍ ଆଡ଼୍ମିନିଷ୍ଟ୍ରେସନ୍(ବି.ଏଚ୍.ଏ)।ଏହା ତିନି ବର୍ଷିଆ ପାଠ୍ୟକ୍ରମ।(୨) ମାଷ୍ଟର ଇନ୍ ହସ୍ପିଟାଲ୍ ମ୍ୟାନେଜ୍ମେଣ୍ଟ୍(ଏମ୍.ଏଚ୍ .ଏମ୍)-ଏହି ପାଠ୍ୟକ୍ରମର ଅବଧି ମାତ୍ର ଦୁଇବର୍ଷ।(୩) ପୋଷ୍ଟ୍ ଗ୍ରାଜୁଏଟ୍ ଡ଼ିପ୍ଲୋମା ଇନ୍ ହସ୍ପିଟାଲ୍ ମ୍ୟାନେଜ୍ମେଣ୍ଟ୍(ପିଜିଡ଼ି ଏଚ୍.ଏମ୍)-ଏହାର ଅବଧି ଦେଢ଼ ବର୍ଷର।(୪) ଏମ୍.ବି.ଏ.ଇନ୍ ହସ୍ପିଟାଲ୍ ମ୍ୟାନେଜ୍ମେଣ୍ଟ୍ (ଏମ୍ବି.ଏ-ଏଚ୍ .ଏମ୍)।ଏହି କୋର୍ସର ଅବଧି ଦୁଇବର୍ଷ।
ଆପଣ ପ୍ଲସ୍ ଟୁ ସାଇନ୍ସ ପାସ୍ କରିବାପରେ ଉପରୋକ୍ତ ପାଠ୍ୟକ୍ରମ ଗୁଡ଼ିକରେ ନାମ ଲେଖାଇପାରିବେ। ତେବେ ଉପରୋକ୍ତ କୋର୍ସରେ ନାମ ଲେଖାଇବାକୁ ହେଲେ ଆପଣଙ୍କୁ ଏଣ୍ଟ୍ରାନ୍ସ ପରୀକ୍ଷାରେ ବସିବାକୁ ପଡ଼ିବ। ଏଣ୍ଟ୍ରାନ୍ସର ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହେବାପରେ ଆପଣଙ୍କୁ ସାକ୍ଷାତକାର ପାଇଁ ଡ଼କାଯିବ। ସେଥିରେ ମନୋନୀତ ହେବା ପରେ ହିଁ ହସ୍ପିଟାଲ୍ ମ୍ୟାନେଜ୍ମେଣ୍ଟ୍ କୋର୍ସରେ ଆପଣଙ୍କୁ ନାମ ଲେଖାଇବାର ସୁଯୋଗ ମିଳିବ। ଏହି କୋର୍ସ ଶେଷ କରିବାପରେ ଆପଣ ବିଭିନ୍ନ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାରେ ଚାକିରି ଲାଗି ଆବେଦନ କରିପାରିବେ।