ବାରମ୍ବାର ଉତ୍ତେଜକ ଦୃଶ୍ୟ ଦେଖି କିପରି ବିପଥଗାମୀ ହୋଇଥିଲେ ଏହି କୁଳୀନ ବ୍ରାହ୍ମଣ , ଜାଣନ୍ତି କି ?

କୁଳୀନ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ଅଜାମିଳ । ସଦାଚାର,ସତ୍ୟତା,ପବିତ୍ରତା ଓ ଶାଳୀନତା ଇତ୍ୟାଦି ଗୁଣ ତାଙ୍କ ଭିତରେ ବିଦ୍ୟମାନ ଥିଲା। ସେ ଅଧିକାଂଶ ଶାସ୍ତ୍ର ଅଧ୍ୟୟନ କରି ଜଣେ ପରମ ଗୁଣୀ ବ୍ୟକ୍ତିରୂପେ ମଧ୍ୟ ପରିଚିତ ହୋଇଥିଲେ।ଗୁରୁଜନ ଓ ଅତିଥିମାନଙ୍କର ସେବାରେ ଅଜାମିଳ ପରମ ଆନନ୍ଦ ଲାଭ କରୁଥିଲେ। ତାଙ୍କର କଥାବାର୍ତ୍ତାରେ ସଂଯମତା ଓ ଜୀବନଶୈଳୀରେ ନିରହଂକାର ସ୍ୱଭାବ ପରିଲକ୍ଷିତ ହେଉଥିଲା। ଏହି କାରଣରୁ ତାଙ୍କୁ ଜଣେ ଶ୍ରେଷ୍ଠ ଜ୍ଞାନୀ,ଗୁଣୀ,ଭଦ୍ର ଓ ନମ୍ର ବ୍ୟକ୍ତି ଭାବେ ଗଣାଯାଉଥିଲା।
ଅଜାମିଳଙ୍କ ପିତା ପ୍ରତିଦିନ ଯଜ୍ଞାନୁଷ୍ଠାନ କରୁଥିଲେ। ଯଜ୍ଞ ପାଇଁ ଆବଶ୍ୟକୀୟ ସମିଧା,ଫୁଲ,କୁଶ ଇତ୍ୟାଦି ହବନ ସାମଗ୍ରୀ ଅରଣ୍ୟରୁ ଆଣିବା ଥିଲା ଅଜାମିଳଙ୍କର ଦୈନନ୍ଦିନର କାର୍ଯ୍ୟ। ଦିନେ ସେ ଯଜ୍ଞ ସାମଗ୍ରୀ ନେଇ ଅରଣ୍ୟରୁ ଫେରୁଥିଲେ। ସେହି ସମସୟରେ ମାର୍ଗରେ ଜଣେ ଯୁବକକୁ ଦେଖିଲେ,ଯିଏକି ଏକ ବେଶ୍ୟା ସହିତ କାମକ୍ରୀଡ଼ାରେ ଲିପ୍ତ ଥିଲା। ସେ ଦୁହିଁଙ୍କର କାମକ୍ରୀଡ଼ା ଆଖି ଆଗରେ ଦେଖି ନିଜକୁ ଆଉ ରୋକି ପାରିଲେନି ଅଜାମିଳ। ସେ ନିଜ ଉପରୁ ସମସ୍ତ ପ୍ରକାରର ନିୟନ୍ତ୍ରଣ ହରାଇଲେ। ତାଙ୍କ ଉପରେ କୁସଙ୍ଗର କୁପ୍ରଭାବ ପଡ଼ିଲା।  ବାରମ୍ବାର ସେହି କାମକ୍ରୀଡ଼ାର ଦୃଶ୍ୟ ତାଙ୍କୁ ବିଚଳିତ ଓ ଉତ୍ତେଜିତ କରିଲା। ସେ କ୍ରମଶଃ ମୋହଗ୍ରସ୍ତ ହୋଇଗଲେ।
କୁହାଯାଏ କୁସଙ୍ଗ ଦ୍ୱାରା ବିନାଶ ସୁନିଶ୍ଚିତ।କ୍ରମଶଃ ଅଜାମିଳଙ୍କ ବିବେକ ଭ୍ରଷ୍ଟ ହୋଇଗଲା।ସେହି ବେଶ୍ୟା ସହିତ ମିଳନର ଇଛା ତାଙ୍କୁ ବ୍ୟାକୁଳିତ କରିଲା। ସେ ଅନନ୍ୟୋପ୍ରାୟ ହୋଇ ସେହି ବେଶ୍ୟା ସହିତ କାମକ୍ରଡ଼ାରେ ଲିପ୍ତ ହେଲେ।ସେ ନିଜର ‘ଧନ’ସଂପତ୍ତି ସବୁ ବିକ୍ରି କରି ସେହି ବେଶ୍ୟାକୁ ଦେଲେ ଓ ତା’ ପ୍ରତି ବଦଳରେ ବେଶ୍ୟା ତା’ଙ୍କୁ ଦୈହିକ ସୁଖ ଦେଲା।ଏହି କୁକର୍ମରେ ଲିପ୍ତ ରହି ଅଜାମିଳ ନିଜ ପତ୍ନୀଙ୍କୁ ମଧ୍ୟ ଭୁଲିଗଲେ ଏବଂ ତାଙ୍କୁ ପରିତ୍ୟାଗ କରିଲେ।ସେ ଉକ୍ତ ବେଶ୍ୟା ସହିତ ରହିବାକୁ ଲାଗିଲେ।


କୁସଙ୍ଗର ପ୍ରଭାବରେ ଏବେ ଅଜାମିଳଙ୍କ କାର୍ଯ୍ୟରେ ନ୍ୟାୟ ଅନ୍ୟାୟର ଭେଦଭାବ ରହିଲା ନାହିଁ। ସେ ବେଶ୍ୟାକୁ ଖୁସି କରାଇବା ଲାଗି ଅନ୍ୟାୟ ଅନୀତି ଉପାୟ ଅବଲମ୍ବନ କରି ମଧ୍ୟ ଅର୍ଥ ରୋଜଗାର କରିବାରେ ଲାଗିଲେ।

କୁଳଟା ଓ ବ୍ୟଭିଚାରୀ ଯୁବତୀ ଫାଶରେ ପଡ଼ି ଅଜାମିଳଙ୍କର ବୁଦ୍ଧିଭ୍ରଷ୍ଟ ହୋଇଗଲା।ସେ ବ୍ରାହ୍ମଣ କର୍ମ କରିବାରେ ଆଉ ଆଦୌ ଆଗ୍ରହ ଦେଖାଇଲେ ନାହିଁ। ଦୈନନ୍ଦିନ ପୂଜାପାଠ ମଧ୍ୟ ଭୁଲିଗଲେ।ସମୟ

ସମ୍ବନ୍ଧିତ ଖବର