ନଳକୂଅରୁ ବାହାରୁଛି ଟକଟକ ଗରମ ପାଣି, ୧ ମିନିଟରେ ହେଇଯାଉଛି ଚା-ଭାତ

ଭରତପୁର: ଡିସେମ୍ବର ମାସରେ ନଳକୂପର ହ୍ୟାଣ୍ଡେଲ ଚଳାଇବା ଦ୍ୱାରା ପାଣି ବଦଳରେ ରକ୍ତ, ମାଂସ ଓ ହାଡ ବାହାରୁଥିବାର ଖବର ସାମ୍ନାକୁ ଆସିଥିଲା | ଉତ୍ତରପ୍ରଦେଶର ହମିରପୁର ଗ୍ରାମରେ କିଛି ଏଭଳି ଘଟଣା ଘଟିଥିଲା | ଠିକ ସେହିପରି ରାଜସ୍ଥାନର ଭରତପୁରରୁ କିଛି ଏଭଳି ଘଟଣା ସାମ୍ନାକୁ ଆସିଛି | ଯେଉଁଠି ନଳକୂପର ହ୍ୟାଣ୍ଡେଲ ଚଳାଇବା ଦ୍ୱାରା ପାଣି ବାହାରୁଛି କିନ୍ତୁ ସାମାନ୍ୟ ପାଣିଠାରୁ ଅତ୍ୟଧିକ ଉତ୍ତପ୍ତ ରହୁଛି |

ଭରତପୁରର ଭୁଷାବର ଥାନା ଅନ୍ତର୍ଗତ ନରହପୁର ଗ୍ରାମରେ କିଛି ଏଭଳି ଘଟଣା ଘଟିଛି | ପାଣି ଏତେ ଗରମ ରହୁଛି ଯେ, ଯେଉଁଥିରେ କେବଳ ୧ ମିନିଟରେ ଚା ହେବା ସହ ଚାଉଳରୁ ଭାତ ମଧ୍ୟ ହୋଇଯାଉଥିବାର ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି | ପାଣି ଅତ୍ୟଧିକ ଗରମ ହୋଇଥିବାରୁ ଏହାକୁ ନେଇ ଏବେ ଗ୍ରାମବାସୀ ଚିନ୍ତାରେ ପଡିଯାଇଛନ୍ତି |

Photo-abp news

କାରଣ ପାଣି ଅତ୍ୟଧିକ ଗରମ ହୋଇଥିବାରୁ ପାଣିକୁ ବାଲଟିରେ ଭର୍ତ୍ତି କରିହେଉନାହିଁ | ସେହିପରି ଏହି ପାଣିକୁ ଫସଲ ପାଇଁ ମଧ୍ୟ ବ୍ୟବହାର କରିହେଉନାହିଁ | କାରଣ ଏହି ପାଣି ବ୍ୟବହାର ଦ୍ୱାରା ଗଛ ମରିଯାଉଥିବାର ଚାଷୀମାନେ ଅଭିଯୋଗ କରିଛନ୍ତି | ଗ୍ରାମବାସୀଙ୍କ କହିବା ମୁତାବକ କେବଳ ଏହି ଗୋଟିଏ ଗାଁ ଏହି ସମସ୍ୟାର ସମ୍ମୁଖୀନ ହେଉନାହିଁ | ବରଂ ଆଖପାଖ ୩ରୁ ୪ଟି ଗାଁର ନଳକୂପରୁ ମଧ୍ୟ ଗରମ ପାଣି ବାହାରୁଛି | ଏହି ଘଟଣାକୁ ନେଇ ବାରମ୍ବାର ପ୍ରଶାସନକୁ ଅଭିଯୋଗ କରାଯାଇଥିଲେ ବି କେହି ତାଙ୍କ କଥା ଶୁଣୁନଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି |

ସମ୍ବନ୍ଧିତ ଖବର