ନୂଆଦିଲ୍ଲୀ: ଗତ ସାତ ବର୍ଷ ସବୁଠୁ ଉତ୍ତପ୍ତ ବର୍ଷ ବୋଲି କୁହାଯାଉଛି। ଆର୍ଥାତ ୨୦୧୫ରୁ ୨୦୨୧ ଏଯାବତ ସବୁଠାରୁ ଗରମ ବର୍ଷ ବୋଲି ବିଶ୍ୱ ପାଣିପାଗ ବିଜ୍ଞାନର ଗ୍ଲୋବାଲ୍ ଜଳବାୟୁ -୨୦୨୧ରିପୋର୍ଟରୁ ପ୍ରକାଶ।
ମିଳିତ ଜାତିସଂଘର କପ -୨୬ ଜଳବାୟୁ ସମ୍ମିଳନୀ ଆରମ୍ଭ ହୋଇଯାଇଛି। ଜଳବାୟୁ ରିପୋର୍ଟରେ କୁହାଯାଇଛି ଯେ ଗ୍ରୀନହାଉସ୍ ଗ୍ୟାସ୍ ନିର୍ଗତ ହେବା ଫଳରେ ସୃଷ୍ଟି ହେଉଥିବା ଗ୍ଲୋବାଲ ୱାର୍ମିଂ କାରଣରୁ ପୃଥିବୀର ତାପମାତ୍ରା ବଢିବାରେ ଲାଗିଛି । ଯାହାକି ବର୍ତ୍ତମାନ ଏବଂ ଭବିଷ୍ୟତ ପିଢ଼ି ପାଇଁ ବିପଦ ସୃଷ୍ଟି କରିପାରେ।
ବିଶ୍ୱ ପାଣିପାଗ ବିଜ୍ଞାନ (ଡବ୍ଲୁଏମଓ) କହିଛି ଯେ ୨୦୧୫ରୁ ୨୦୨୧ ଏଯାବତ ସବୁଠାରୁ ଗରମ ବର୍ଷ । ସମୁଦ୍ର ଗରମ ହେବା ଓ ଅମ୍ଳୀକରଣ ହେତୁ ବିଶ୍ବରେ ସମୁଦ୍ରସ୍ତର ୨୦୧୩ରୁ ୨୦୨୧ ଭିତରେ ଏକ ନୂତନ ଉଚ୍ଚତାରେ ପହଞ୍ଚିଛି।
ଜଳବାୟୁ ରିପୋର୍ଟରେ କୁହାଯାଇଛି ଯେ ତାପମାତ୍ରା ବୃଦ୍ଧି ଓ ବରଫ ତରଳିବା ଭଳି ସମସ୍ୟା ଦେଖାଯିବା ପରେ ପୃଥିବୀ ସ୍ୱାସ୍ଥ୍ୟର ଏକ ଚିତ୍ର ସାମ୍ନାକୁ ଆସିଛି। ଡବ୍ଲୁଏମଓ କହିଛି ଯେ ସମୁଦ୍ର ଦ୍ବାରା କାର୍ବନ ଡାଇଅକ୍ସାଇଡର ଅବଶୋଷଣ ହେତୁ ମହାସାଗରରେ ଅମ୍ଳୀକରଣ ଅତି କମରେ ୨୬,୦୦୦ ବର୍ଷ ମଧ୍ୟରେ ସର୍ବାଧିକ ବୋଲି ଜଣାପଡିଛି। ଏହି କାରଣରୁ, ଆଗାମୀ ସମୟରେ ମହାସାଗର ଅଧିକ ସିଓଟୁ ନେବା କ୍ଷମତା ହ୍ରାସ ପାଇବ ।
ବର୍ତ୍ତମାନର ଗବେଷଣା ଆଧାରରେ ୨୧୦୦ ମସିହା ସୁଦ୍ଧା ସମୁଦ୍ର ପତ୍ତନ ଦୁଇ ମିଟର କିମ୍ବା ଛଅ ଫୁଟରୁ ଅଧିକ ବୃଦ୍ଧି ପାଇପାରେ ବୋଲି କୁହାଯାଉଛି। ଯାହା ସାରା ବିଶ୍ୱରେ ପ୍ରାୟ ୬୩ ନିୟୁତ ଲୋକଙ୍କୁ ସ୍ଥାନାନ୍ତର କରିପାରେ। ବର୍ତ୍ତମାନ ପ୍ରତ୍ୟେକ ରାଷ୍ଟ୍ର ଏବଂ ରାଜ୍ୟର ନେତାମାନେ ଜଳବାୟୁ ପରିବର୍ତ୍ତନକୁ ସୀମିତ ରଖିବା ପାଇଁ ବ୍ୟାପକ ପଦକ୍ଷେପ ନେବା ଆବଶ୍ୟକ ରହିଛି।
(ଏହି ଆଲେଖ୍ୟଟି ‘ସମ୍ବାଦ ଡିଜିଟାଲ୍’ର ପରିବେଶ ସଚେତନତା ଅଭିଯାନ ‘ପୁନଶ୍ଚ ପୃଥିବୀ-ୱାନ୍ ଆର୍ଥ, ୟୁନାଇଟ୍ ଫର୍ ଇଟ୍’ର ଅଂଶବିଶେଷ)