ଘରର ଦାମ୍ ମାତ୍ର ୮୩ ଟଙ୍କା: କେଉଁଠି ଓ କାହିଁକି? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ମାତ୍ର ୮୩ ଟଙ୍କାରେ ବିକ୍ରି ହେଉଛି ଘର । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ଟି ସତ । ଇଟାଲୀର ସିସଲି ଆଇଲାଣ୍ଡରେ ୮୩ ଟଙ୍କାରେ ବିକ୍ରି ହେଉଛି ଘର । ୧୪ ଶହ ଶତାବ୍ଦୀରେ ସ୍ଥାପନ ହୋଇଥିବା ଏହି ଦ୍ୱୀପାଂଚଳ ଏବେ ଅର୍ବାନ ଜଙ୍ଗଲରେ ପରିଣତ ହୋଇଛି । ଅତି ପ୍ରାଚୀନ ଏହି ଘର ଗୁଡିକ ସଂକଟାପନ୍ନ ଅବସ୍ଥାରେ ରହିଛି । ତେଣୁ ଭିଟାମାଟି ଛାଡି ସହର ମୁହାଁ ହୋଇଛନ୍ତି ଗାଁଲୋକେ । ଏହାର ସୁଯୋଗ ନେଇ ସ୍ଥାନୀୟ ପ୍ରଶାସନ ପୁରୁଣା ଘର ଗୁଡିକୁ ଶାଗ ମାଛ ଦରରେ ବିଦେଶୀ ନାଗରିକଙ୍କୁ ବିକ୍ରି କରୁଥିବା ଅଭିଯୋଗ ହୋଇଛି ।

ସ୍ଥାନୀୟ ଲୋକଙ୍କ ସହ ସହରରେ ରହୁଥିବା ଘରମାଲିକ ଏହାକୁ ବିରୋଧ କରୁଛନ୍ତି । ଘର ବିକ୍ରି ବନ୍ଦ କରିବାକୁ ଜୋର ଧରିଛି ଦାବି । ଭିଟାମାଟିରେ ବିଦେଶୀ ନାଗରିକଙ୍କ ଦବଦବାକୁ କେହି ସହଜରେ ଗ୍ରହଣ କରିପାରୁନାହାଁନ୍ତି । ସେପଟେ ଏଠାରେ ଜନବସତି ବଢାଇବା ସହ ବିପନ୍ନ ଘର ଗୁଡିକର ପୁନଃରୁଦ୍ଧାର କରାଯିବ ବୋଲି ସ୍ଥାନୀୟ ମେୟର କହିଛନ୍ତି । ଏହାସହ ଅର୍ବାନ ଜଙ୍ଗଲକୁ ସବୁଜ ଜଙ୍ଗଲରେ ପରିଣତ କରିବାକୁ ପ୍ରୟାସ ଚାଲିଥିବା କହିଛି ସ୍ଥାନୀୟ ପ୍ରଶାସନ । ..

ସମ୍ବନ୍ଧିତ ଖବର