ନିକଟରେ ଜଣେ ଇଞ୍ଜିନିୟର୍ ଉଡ଼ନ୍ତା ବିମାନରେ ଅସୁସ୍ଥ ହୋଇପଡ଼ିଥିବା ଜଣେ ଯାତ୍ରୀଙ୍କର ଜୀବନ ରକ୍ଷା କରିଛନ୍ତି। ଆଇଆଇଟି-କାନପୁରର ସେ ଛାତ୍ରଜଣକ କହନ୍ତି: କଲେଜରେ ହାସଲ କରିଥିବା ଇଞ୍ଜିନିୟରିଙ୍ଗ୍ ଜ୍ଞାନ ବଳରେ ସେ ଉଡ଼ନ୍ତା ବିମାନରେ ମଧୁମେହଜନିତ ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ିଯାଇଥିବା ବ୍ୟକ୍ତିଙ୍କ ଜୀବନ ରକ୍ଷା କରି ପାରିଲି।
ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଙ୍ଗ୍ ପଢୁଥିବା ବିଟେକ୍ ଶେଷ ବର୍ଷର ଛାତ୍ର କାର୍ତ୍ତିକେୟ ମଙ୍ଗଳମ୍ ଆଇଆଇଟି-କାନପୁରର ହାଉସ୍ ମାଗାଜିନ୍ରେ ପ୍ରକାଶିତ ଏକ ଲେଖାରେ ଏ ଭଳି ଘଟଣା ସଂକ୍ରାନ୍ତରେ ପଢ଼ିଥିଲେ। ଫେବ୍ରୁଆରି ମାସରେ ଜେନେଭାରୁ ମସ୍କୋ ବାଟ ଦେଇ ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ୨୧ ବର୍ଷିୟ ଯୁବକଙ୍କର ହୃଦ୍ବୋଧ ହେଲା ଯେ ତାଙ୍କ ସିଟ୍ର ଦୁଇ ଧାଡ଼ି ପଛରେ ବସିଥିବା ବ୍ୟକ୍ତିଜଣକ ଡାକ୍ତରୀ ସହାୟତା ଆବଶ୍ୟକ କରୁଛନ୍ତି।
ଛାତ୍ରଙ୍କ କହିବାନୁସାରେ, ଟାଇପ୍ ୧ ଡାଇବେଟିସ୍ରେ ଆକ୍ରାନ୍ତ ହୋଇଥିବା ସେ ଯାତ୍ରୀଜଣକ ମସ୍କୋର ସେରେମେତିୟେଭୋ ଆନ୍ତର୍ଜାତିକ ବିମାନବନ୍ଦରର ସିକ୍ୟୁରିଟି ଚେକ୍ କାଉଣ୍ଟର୍ରୁ ଇନ୍ସୁଲିନ୍ ପମ୍ପ୍ ଆଣିବାକୁ ଭୁଲିଯାଇଥିଲେ। ସେ ଇନ୍ସୁଲିନ୍ ନେବା ୫ ଘଣ୍ଟା ବିତି ଯାଇଥିବାରୁ ତାଙ୍କର ରକ୍ତ ଶର୍କରା ବିପଜ୍ଜନକ ସ୍ତରରେ ପହଞ୍ଚି ଯାଇଥିଲା।
ସେ ଆବଶ୍ୟକ କରୁଥିବା ଇନ୍ସୁଲିନ୍ କ୍ୟାଟ୍ରିଜ୍ ତାଙ୍କ ନିକଟରେ ଥିଲେ ବି ସିରିଞ୍ଜ୍ ନ ଥିଲା। ବିମାନରେ ଯାତ୍ରା କରୁଥିବା ଡାକ୍ତରଜଣକ ମଧ୍ୟ ନିଜେ ଥିଲେ ଜଣେ ମଧୁମେହ ରୋଗୀ। ସେ ସହାୟତା କରିବାକୁ ଆଗେଇ ଆସିଲେ।
ଡାକ୍ତରବାବୁଙ୍କ ପାଖରେ ଇନ୍ସୁଲିନ୍ ଏବଂ ପେନ୍-ଏସ୍କ୍ୟୁ କନ୍ଟ୍ରାପ୍ସନ୍ ଥିଲେ ମଧ୍ୟ ତାହା ରୋଗୀଙ୍କର ଇନ୍ସୁଲିନ୍ କ୍ୟାଟ୍ରିଜ୍ରେ ଫିଟ୍ ହୋଇ ନ ଥିବା। କାର୍ତ୍ତିକେୟ ସେ ରୋଗୀଙ୍କ ସିଟ୍ ପାଖକୁ ଯିବା ବେଳକୁ ବିମାନଟିର ଜରୁରୀକାଳୀନ ଅବତରଣ ପାଇଁ ଯୋଜନା କରାଯାଉଥିଲା। କାର୍ତ୍ତିକେୟ ଦେଖିଲେ ଡାକ୍ତରଜଣକ ରୋଗୀଙ୍କର ଇନ୍ସୁଲିନ୍ କ୍ୟାଟ୍ରିଜ୍କୁ ନିଜ ପେନ୍ରେ କୌଣସିମତେ ଲଗାଇବାକୁ ଉଦ୍ୟମ କରୁଛନ୍ତି। ଏଇଠି ଇଞ୍ଜିନିୟରିଙ୍ଗ୍ ଛାତ୍ରଜଣକ ତାଙ୍କ ମୁଣ୍ଡ ଖର୍ଚ୍ଚ କଲେ।
ବିମାନର ଓ୍ଵାଇ-ଫାଇ ବ୍ୟବହାର କରି ସେ ଇନ୍ସୁଲିନ୍ ପେନ୍ର ଇଞ୍ଜିନିୟରିଙ୍ଗ୍ ଡ୍ରଇଙ୍ଗ୍ ଷ୍ଟାଇଲ୍ ନକ୍ସା ଦେଖି ଜାଣିଲେ ଡାକ୍ତରଙ୍କ ଇନ୍ସୁଲିନ୍ ପେନ୍ରେ ଗୋଟିଏ ସ୍ପ୍ରିଙ୍ଗ୍ ଦରକାର ହେଉଛି। ତା’ପରେ ସେ ସହଯାତ୍ରୀଙ୍କୁ ଗୋଟିଏ ବଲ୍ପେନ୍ ମାଗିଲେ ଏବଂ ଯୋଗକୁ ସେଥିରେ ଥିଲା ଦରକାର ମୁତାବକ ସ୍ପ୍ରିଙ୍ଗ୍ ଥିଲା। ଇନ୍ସୁଲିନ୍ ପେନ୍ ଖୋଲି ସେଥିରେ ବଲ୍ପେନ୍ ସ୍ପ୍ରିଙ୍ଗ୍ ଲଗାଇ ଡାକ୍ତରଙ୍କୁ ଦେଲେ। ଏଥର ତାହା କାମ କଲା ଏବଂ ରୋଗୀଙ୍କୁ ଉଚିତ ମାତ୍ରାର ଇନ୍ସୁଲିନ୍ ଦିଆ ଯାଇ ପାରିଲା। ପ୍ରାୟ ୧୫ ମିନିଟ୍ ମଧ୍ୟରେ ରୋଗୀଙ୍କର ରକ୍ତଶର୍କରା ସ୍ତର ବଢ଼ିବା ବନ୍ଦ ହୋଇଗଲା ଏବଂ ତା’ପରେ କମିଚାଲିଲା।
ଶେଷକୁ ବିମାନ ଦିଲ୍ଲୀରେ ଅବତରଣ କରିବା ପରେ, ରୋଗୀଙ୍କୁ ଗୁରୁଗାଓଁର ମେଦାନ୍ତ ହସ୍ପିଟାଲ୍କୁ ନିଆଯାଇଥିଲା। ତାଙ୍କ ସହିତ ହସ୍ପିଟାଲ୍କୁ ଯାଇଥିବା କାର୍ତ୍ତିକୟେଙ୍କୁ ଟୋମାସ୍ ନାମକ ସେ ବ୍ୟକ୍ତି ଧନ୍ୟବାଦ ଦେବା ସହ ଆମ୍ଷ୍ଟର୍ଡମ୍ ଆସିବାକୁ ନିମନ୍ତ୍ରଣ ଦେଇ ତାଙ୍କ ରେସ୍ତୋରାଁରେ ମାଗଣାରେ ବିୟର୍ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
କାର୍ତ୍ତିକେୟଙ୍କ ଉଦ୍ୟମକୁ ପ୍ରଶଂସା କରାଯିବା ସହ ଆଇଆଇଟି-କାନପୁର ମେ ୭ ତାରିଖ ଦିନ ଟୁଇଟର୍ରେ ‘ଇଞ୍ଜିନିୟର୍ମାନେ ବି ଜୀବନ ବଞ୍ଚାଇ ପାରିବେ’ ଶୀର୍ଷକ ଆଲେଖ୍ୟ ଲେଖିଛି।