ଦକ୍ଷିଣ-ପୂର୍ବ ଅଞ୍ଚଳର ଦେଶମାନେ ନିଜ ନିଜର ଅଞ୍ଚଳ ହିସାବରେ ବାତ୍ୟାଗୁଡ଼ିକର ନାମକରଣ କରିଛନ୍ତି। ତିତ୍ଲିର ଅର୍ଥ ହେଉଛି ପ୍ରଜାପତି, ଏହାର ନାମକରଣ ପାକିସ୍ତାନ କରିଛି।
ଗୋପାଳପୁର ଓ ତା’ର ଆଖପାଖ ଅଞ୍ଚଳରେ ତିତ୍ଲି ବାତ୍ୟା ୧୪୦-୧୫୦ଘଣ୍ଟା ପ୍ରତି କି. ମି. ବେଗରେ ପବନ ବୁହାଇଛି। ଓଡ଼ିଶା ସରକାର ୫ଟି ଉପକୂଳବର୍ତ୍ତୀ ଅଞ୍ଚଳରୁ ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିଛନ୍ତି।
ବାତ୍ୟାଗୁଡ଼ିକର ନାମ ଓ ନାମକରଣ କରିଥିବା ଦେଶସମୂହ
ବାଂଲାଦେଶ: ହେଲେନ୍, ଚପଲା, ଓକ୍ଷି, ଫାନି
ଭାରତ: ଲେହର୍, ମେଘ୍, ସାଗର୍, ବାୟୁ
ମାଳଦ୍ୱୀପ: ମାଦି, ରୋଆନୁ, ମେକୁନୁ, ହିକ୍କା
ମିଅାଁମାର୍: ନାନାଉକ୍, କ୍ୟାଣ୍ଟ୍, ଡାଏ, କ୍ୟାର୍
ଓମାନ୍: ହୁଡ୍ହୁଡ୍, ନାଡ଼ା, ଲୁବାଁ, ମାହା
ପାକିସ୍ତାନ: ନିଲୋଫାର୍, ଓ୍ଵାର୍ଦା, ତିତ୍ଲି, ବୁଲ୍ବୁଲ୍
ଥାଇଲାଣ୍ଡ୍: ଅଶୋବା, ମାରୁତ, ଗାଜା, ପବନ
ଶ୍ରୀଲଙ୍କା: କୋମେନ୍, ମୋରା, ପେତାଇ, ଆମ୍ପାନ୍
କାହିଁକି ବାତ୍ୟାର ନାମକରଣ କରାଯାଏ
ପାଗର ପୂର୍ବାନୁମାନ କରୁଥିବା ପାଣିପାଗ ବିଶେଷଜ୍ଞ ଓ ସାଧାରଣ ଜନତାଙ୍କ ମଧ୍ୟରେ ଠିକ୍ ଭାବେ ଯୋଗାଯୋଗ ରହିବା ପାଇଁ।
କେଉଁମାନେ ବାତ୍ୟାର ନାମକରଣ କରନ୍ତି
ଉତ୍ତର ଭାରତ ମହାସାଗରର ଆଠଟି ରାଷ୍ଟ୍ର – ବାଂଲାଦେଶ, ଭାରତ, ମାଲଦ୍ୱୀପ, ମିଆମାର, ଓମାନ, ପାକିସ୍ତାନ, ଶ୍ରୀଲଙ୍କା ଓ ଥାଇଲାଣ୍ଡ୍। ଏମାନେ ସମସ୍ତେ ୮ଟି ଲେଖାଏଁ ନାମ ଭାରତୀୟ ପାଣିପାଗ କେନ୍ଦ୍ରକୁ ଚୟନ କରିବା ପାଇଁ ଦେଇଛନ୍ତି।