କରୋନା ପ୍ରତିଷେଧକ ଟୀକା ତିଆରି କେତେ ଆଗେଇଛି? ସୁଫଳ ପାଇଁ ଏତେ ବିଳମ୍ବ କାହିଁକି?

ନୂଆଦିଲ୍ଲୀ: ଆପଣ ଜାଣିଥିବ‌େ ନିଶ୍ଚୟ ଯେ କୋଭିଡ୍‌-୧୯ ପାଇଁ ପ୍ରତିଷେଧକ ଟୀକା ବାହାର କରିବାକୁ ବିଶ୍ବର ଅନେକ ଔଷଧ ନିର୍ମାଣକାରୀ ସଂସ୍ଥା ଦୌଡ଼ରେ ସାମିଲ୍‌ ହୋଇଛନ୍ତି। ସେଥିମଧ୍ୟରୁ ଅନେକ କମ୍ପାନି ତୃତୀୟ ପର୍ଯ୍ୟାୟ(ଫେଜ୍‌-୩)ରେ ଥିବା ବେଳେ ଆହୁରି କିଛି କମ୍ପାନି ଫେଜ୍‌-୨ରେ ଅଛନ୍ତି।

ଦୀର୍ଘ ଦିନର ପରୀକ୍ଷା ନୀରିକ୍ଷା ପରେ ବି କାହିଁକି ଏଯାଏ ମିଳିପାରୁନି ସଫଳତା। କରୋନା ପ୍ରତିଷେଧକ ଟୀକା ବାହାରିବାରେ ଏତେ ବିଳମ୍ବ କାହିଁକି ହେଉଛି? ଏହି ପ୍ରତିଷେଧକ ଟୀକା ବାହାରିବା ପୂର୍ବରୁ ଗୁଡ଼ାଏ ପର୍ଯ୍ୟାୟ ଦେଇ ଗତି କରିବାକୁ ପଡୁଥିବା ହେତୁ ବିଳମ୍ବ ହେଉଛି।

ଯେତେବେଳେ କୌଣସି ଔଷଧ କମ୍ପାନି କରୋନା ପ୍ରତିଷେଧକ ଟୀକା ବାହାର କରିବାକୁ ଚିନ୍ତା କରେ କମ୍ପାନିକୁ ପ୍ରଥମେ ‌ଭାଇରସ୍‌କୁ ନେଇ ଗଷେବଣା କରିବାକୁ ପଡ଼େ। ଜୀବାଣୁର ବିଶ୍ଳେଷଣ କରାଯିବା ପରେ ସମ୍ଭାବ୍ୟ ଆଣ୍ଟିଜେନ୍ସ ଚିହ୍ନଟ କରାଯାଏ।

ଏହାର ପରବର୍ତ୍ତୀ କାମ ହେଉଛି ପ୍ରି-କ୍ଲିନିକାଲ୍ ଟ୍ରାଏଲ୍ସ। ବିଶ୍ଳେଷଣରୁୁ ଆଣ୍ଟିଜେନ୍ସ ଚିହ୍ନଟ ପରେ ପ୍ରଥମେ ପଶୁମାନଙ୍କୁ ଉପରେ ପରୀକ୍ଷଣ କରାଯାଏ ଏହି ପର୍ଯ୍ୟାୟରେ। ଏହାର ପ୍ରଭାବକୁ ଦେଖିବା ପରେ ମନୁଷ୍ୟ ଉପରେ ଏହାର ପରିଣାମ ଅନୁମାନ କରାଯାଏ। ମଣିଷ ସହିତ ସର୍ବାଧିକ ଜେନେଟିକ୍‌ ସମାନତା ଥିବା କାରଣରୁ ବିଶେ‌ଷ କରି ମୂଷାମାନଙ୍କ ଉପରେ ଏହି ପରୀକ୍ଷଣ କରାଯାଏ।


Al Jazeera

ସବୁଠାରୁ ଶେଷରେ ଆସେ ହ୍ୟୁମାନ୍‌ ଟ୍ରାଏଲ୍‌। ଏଥିରେ ମଣିଷ ଶରୀରରେ ପରୀକ୍ଷଣ କରାଯାଏ। ଏହି ମାନବ ପରୀକ୍ଷଣକୁ ଫେଜ୍‌-୧, ଫେଜ୍‌-୨ ଓ ଫେଜ୍‌-୩ ତିନୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି।

ପ୍ରଥମ ପର୍ଯ୍ୟାୟରେ ଟୀକାର କୌଣସି ପାର୍ଶ୍ବ ପ୍ରଭାବ ରହିଛି କି ନାହିଁ ଦେଖାଯାଏ। ଯଦି ସୁଫଳ ମିଳେ ତେବେ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା କରାଯାଏ।

ଦ୍ବିତୀୟ ପର୍ଯ୍ୟାୟ ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟ। ଏହି ପର୍ଯ୍ୟାୟରେ ସଂକ୍ରମଣ ବ୍ୟାପିବାର ଅନେକ ଆଶଙ୍କା ରହିଥାଏ। ଏହି ପର୍ଯ୍ୟାୟରେ ସୁଫଳ ମିଳିଲେ ତୃତୀୟ ପର୍ଯ୍ୟାୟ ପରୀକ୍ଷା କରାଯାଏ।

ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ହଜାର ହଜାର ଲୋକଙ୍କୁ ସାମିଲ୍‌ କରାଯାଏ। ଏହି ପର୍ଯ୍ୟାୟର ମୂଳ ଲକ୍ଷ ରହିଥାଏ ନିରାପତ୍ତା। ଟୀକାର ଯଦି କୌଣସି ବିରଳ ପାଶ୍ବ ପ୍ରତିକ୍ରିୟା ରହିଥାଏ ତେବେ ଏହି ପର୍ଯ୍ୟାୟରେ ତାହା ଚିହ୍ନଟ କରାଯାଏ।

ସମ୍ବନ୍ଧିତ ଖବର