ଆଧୁନିକ ଯୁଗର ଆଧୁନିକ ରୋଗ : ଟେକ୍ସଟ ନେକ୍‌ ଓଭର ୟୁଜ ସିଣ୍ଡ୍ରୋମ’’କବଳରେ ଯୁବପିିଢ଼ି। ଏହା ବିଷୟରେ ଆସନ୍ତୁ ଜାଣିବା

ଏବେ ଯୁବ ପିିଙ୍କ ସମେତ ଅଧିକାଂଶ ବ୍ୟକ୍ତିଙ୍କ ଦୁନିଆ ସ୍ମାର୍ଟଫୋନ ଭିତରେ ସୀମିତ ହୋଇ ରହିଯାଇଥିବା ଭଳି ଲାଗୁଛି। ସବୁବେଳେ ଫୋନକୁ ଆସୁଥିବା କଲ୍‌, ମେସେଜ, ବିଭିନ୍ନ ସୂଚନା ଉପରେ ନଜର ଲାଖି ରହୁଛି। ଏଭଳି ଅଭ୍ୟାସ ଜଟିଳ ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇପାରେ। ସବୁବେଳେ ଫୋନକୁ ଦେଖିବା ଯୋଗୁଁ ମେରୁଦଣ୍ଡର ହାଡ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ଏହି କାରଣରୁ ଆଜିକାଲି ‘Text Neck Overuse Syndrome’ ଅର୍ଥାତ ମୋବାଇଲରେ ଟେକ୍ଟ କଲାବେଳେ ବେକକୁ ଅତ୍ୟଧିକ ବଙ୍କାଇବା ଦ୍ୱାରା ହେଉଥିବା ରୋଗ ଆକ୍ରାନ୍ତ କଲାଣି।

ସାଧାରଣ ମଣିଷ ମୁଣ୍ଡର ଓଜନ ୪,୫ କିଗ୍ରାରୁ ୫ କିଗ୍ରା ହୋଇଥାଏ। ମୁଣ୍ଡ ତଳକୁ କରିବା ଲଗି ବେକ ବଙ୍କାଇବା ସମୟରେ ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ ମୁଣ୍ଡ ଉପରେ ପଡୁଥିବା ଚାପ ପ୍ରାୟ ୨୭ କିଗ୍ରା ପର୍ଯ୍ୟନ୍ତ ବି ଯାଏ। ଏହା ଦ୍ୱାରା ସର୍ଭାଇକଲ କ୍ଷତିଗ୍ରସ୍ତ ହୁଏ ଯାହା ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇଥାଏ। ଶାରୀରିକ ସ୍ଥିତିର ପ୍ରଭାବ ମଣିଷର ମାନସିକତା, ବ୍ୟବହାର ଏବଂ ମସ୍ତିଷ୍କ ଉପରେ ବି ପଡେ। ବାରମ୍ବାର ନଇଁବା ଦ୍ୱାରା ଜଣେ ଅଧିକ ଅବସାଦ ଗ୍ରସ୍ତ ହୋଇପାରନ୍ତ।

ଏହି ସମସ୍ୟାରୁ ସୁରକ୍ଷା ପାଇବା ଖୁବ ସହଜ। ସବୁବେଳେ ସଳଖ ଭାବେ ଛିଡା ହେବା ଉଚିତ। ସୋସିଆଲ ସାଇକ୍ଲୋଜିଷ୍ଟଙ୍କ ଅନୁସାରେ, କନଫିଡେଣ୍ଟ ପୋଜିସନରେ ଛିଡା ହେବା ଦ୍ୱାରା ଟେଷ୍ଟାଷ୍ଟେରୋନ ଏବଂ କର୍ଟିସଲ ହରମୋନ ସଠିକ ପରିମାଣରେ ପ୍ରବାହିତ ହୋଇପାରେ। ଫଳରେ ଏହି ସମସ୍ୟାରୁ ମୁକ୍ତି ମିଳିବା ସମ୍ଭବ ହୁଏ। ବିଶେଷଜ୍ଞମାନଙ୍କ ମତରେ, ସବୁବେଳେ ଫୋନରେ ବ୍ୟସ୍ତ ରହିବା ଅଭ୍ୟାସ ବାସ୍ତବିକ ଠାରୁ ଦୂରେଇ ନିଏ। ଏଥିସହିତ ଫୋନ ପାଇଁ ମୁଣ୍ଡ ତଳକୁ କରି କଥା କହିବା ମଣିଷର ବାର୍ତ୍ତାଳାପ କୈାଶଳକୁ ବି ଖରାପ କରେ।

ସମ୍ବନ୍ଧିତ ଖବର