ଅନ୍‌ଲାଇନ୍‌ରେ ଏହି କାମ କରି ‌କୋଟିପତି ବନିଗଲେ ଗରିବ ଘରର ପୁଅ ବିକାଶ

ପାଟ୍‌ନ‌ା: ବିହାରର ଛାପ୍ରା  ଜିଲ୍ଲାର ବନ‌ସୋହି ଗ୍ରାମର ଜଣେ ଯୁବକଙ୍କ କହିବାନୁଯାୟୀ ସେ ଅନ୍‌ଲାଇନ୍‌ ବ୍ଲଗିଂ କରି କୋଟିପତି ବନି ପାରିଛନ୍ତି। ଯୁବକ ଜଣକ ହେଉଛନ୍ତି ବିକାଶ କୁମାର। ନିକଟରେ ଏକ ସାକ୍ଷାତ୍‌କାରରେ ବିକାଶ କହିଛନ୍ତି ଯେ ସେ ଏକ ବ୍ଲଗିଂ ୱେବ୍‌ସାଇଟ୍‌ ତିଆରି କରି ତାହାକୁ ବିକ୍ରି କରିବା ପରେ କୋଟିପତି ହୋଇପାରିଛନ୍ତି। ତାଙ୍କ କହିବା କଥା ହେଉଛି ୨୫ ବର୍ଷ ବୟସ ହେବା ପୂର୍ବରୁ ହିଁ ସେ ଜଣେ କୋଟିପତି ବନି ପାରିଛନ୍ତି।

ଏବେ ବି ସେ କିଛି ବ୍ଲଗ୍‌ ଉପରେ କାମ କରୁଛନ୍ତି। ଏହାଛଡ଼ା ସେ ଆପ୍‌ ଡେଭ୍‌ଲପ୍‌ ବି କରୁଛନ୍ତି। ବିଟେକ୍‌ କରିବା ପରେ ଆଜି ପର୍ଯ୍ୟନ୍ତ ସେ କୌଣସି ପ୍ରକାରର ଚାକିରି କରିନାହାନ୍ତି। ହେଲେ ବି ଖୁବ୍ କମ୍‌ ବୟସ ମଧ୍ୟରେ ସେ ଜଣେ କୋଟିପତି ବନି ନିଜ ଦକ୍ଷତାର ପରିଚୟ ଦେଇ ସାରିଛନ୍ତି। ସେ ଆଗକୁ ଚାକିରି କରିବେ ବୋଲି ତାଙ୍କ ସାକ୍ଷାତ୍‌କାରରେ କହିଛନ୍ତି।

ତାଙ୍କ ପରିବାରର ଆର୍ଥିକ ସ୍ଥିତି ସେତେ ଭଲ ନଥିଲା। ମାତ୍ର ତାଙ୍କ ବ୍ଲଗିଂ କରିବା ଦକ୍ଷତା ତାଙ୍କ ଅବସ୍ଥାକୁ ସୁଧାରିବାରେ ସହାୟକ ହୋଇଛି। ‌ସେ ଏବେ ତାଙ୍କ ଗାଁରେ ଏକ ସୁନ୍ଦର ଘରଟିଏ ବି କରି ସାରିଛନ୍ତି।

ବିଟେକ୍‌ ତୃତୀୟ ସେମିଷ୍ଟାର୍‌ରୁ ହିଁ ସେ ଆର୍ଟିକିଲ୍‌ ଲେଖି ଟଙ୍କା ରୋଜଗାର କରିବା ଆରମ୍ଭ କରି ଦେଇଥିଲେ। ଯେଉଁଥିରେ ତାଙ୍କ ହାତ ଖର୍ଚ୍ଚ ଉଠି ଯାଉଥିଲା। ସେ ପାଠ ପଢ଼ିବା ପାଇଁ ଋଣ କରିଥିଲେ। ପାଠ ପଢ଼ିବା ବେଳେ ଋଣ ଚିନ୍ତା ସବୁବେଳେ ତାଙ୍କ ମୁଣ୍ଡରେ ରହୁଥିଲା। ମାତ୍ର ତାଙ୍କର ଏହି ଅନ୍‌ଲାଇନ୍‌ କାର୍ଯ୍ୟ ସେ ସବୁ ଚିନ୍ତାକୁ ଦୂର କରି ଦେଲା।

ସମ୍ବନ୍ଧିତ ଖବର