ନୂଆଦିଲ୍ଳୀ: ନିଧି ଚୌଧୁରୀ ସୋସିଆଲ୍ ମିଡିଆରେ ଜଣେ ପରିଚିତ ଚେହେରା। କେବେ ତାଙ୍କର ପୋଷାକକୁ ନେଇ ତ ପୁଣି କେବେ ବାସ୍ତୁ ବିଦ୍ୟା ଉପରେ ନିଜର ମତ ରଖି ଚର୍ଚ୍ଚାରେ ରହିଥାନ୍ତି ନିଧି। ମାତ୍ର ଏକଥା ଖୁବ୍ କମ୍ ଲୋକ ଜାଣନ୍ତି ଯେ ନିଧି ଓକିଲାତି ବି କରି ସାରିଛନ୍ତି। ତାଙ୍କ ବାପା ଚାହୁଁଥିଲେ କି ନିଧି ନ୍ୟାୟପାଳିକାରେ ଯାଆନ୍ତୁ। ମାତ୍ର ନିଧି ଚାହୁଁଥିଲେ କଣ୍ଟେଣ୍ଟ୍ କ୍ରିଏଟର୍ ହେବାକୁ।
ନିଧିଙ୍କ ଜନ୍ମ ଦିଲ୍ଳୀରେ ହୋଇଥିଲା। ହେଲେ ତାଙ୍କ ପରିବାର ବିହାରର ମଧୁବନରେ ରହୁଥିଲେ। ତାଙ୍କ କହିବା କଥା ହେଲା ଯେତେବେଳେ ସେ କୋର୍ଟକୁ ଯାଉଥିଲେ ତ ଲୋକ ତାଙ୍କ ଫ୍ୟାସନ୍କୁ ନେଇ ପ୍ରଶ୍ନ ପଚାରୁଥିଲେ କି ‘ଏ ବ୍ୟାଗ୍ କେଉଁଠୁ ଆଣିଲ, ଏ ଶାଢ଼ି କେଉଁଠୁ କିଣିଛ?’
View this post on Instagram
ନିଧି ଚୌଧୁରୀ ଜ୍ୟୋତିଷଜ୍ଞାନ ଓ ବାସ୍ତୁବିଦ୍ୟ ସଂପର୍କିତ ଭିଡିଓ ସବୁ ବନାଇ ସୋସିଆଲ୍ ମିଡିଆରେ ଖୁବ୍ ଜଣାଶୁଣା। ଏହାଛଡ଼ା ଫ୍ୟାସନ୍ ଓ ବିୟୁଟିକୁ ନେଇ ଲୋକଙ୍କୁ ଅନେକ ଟିପ୍ସ ଦିଅନ୍ତି। ୟୁଟ୍ୟୁବ୍ରେ ତାଙ୍କର ୫ ଲକ୍ଷରୁ ଅଧିକ ଫଲୋୟର୍ସ ରହିଥିବା ବେଳେ ଇନ୍ଷ୍ଟାଗ୍ରାମ୍ରେ ଅଢ଼େଇ ଲକ୍ଷରୁ ଅଧିକ ଫଲୋୟର୍ସ ଅଛନ୍ତି।
ସେ ଥରେ ବିନା ବ୍ଲାଉଜ୍ରେ ଏକ ଶାଢ଼ି ପରିଧାନ କରି ତାହାକୁ ଭିଡିଓ କରି ସୋସିଆଲ୍ ମିଡିଆରେ ଛାଡ଼ିବା ପରେ ପ୍ରଥମ ଥର ପାଇଁ ଟ୍ରୋଲ୍ ହୋଇଥିଲେ ନିଧି। ଏପରିକି କିଛି ଲୋକ ତାଙ୍କୁ ବ୍ଲାଉଜ୍ କଣିବାକୁ ଟଙ୍କା ବି ଟ୍ରାନ୍ସଫର୍ କରି ଦେଇଥିଲେ।