ରାମାୟଣର ଦୁଇଟି ମୁଖ୍ୟ ଚରିତ୍ର ହେଲା ଭରତ ଏବଂ ହନୁମାନ। ଜଣେ ପ୍ରଭୁ ଶ୍ରୀରାମଙ୍କ ଅନୁଜ ଏବଂ ଆରଜଣକ ପରମ ଭକ୍ତ। ହେଲେ ଭରତ ଜାଣି ନଥିଲେ ହନୁମାନ ଜଣେ ରାମ ଭକ୍ତ। ତେବେ ଆସନ୍ତୁ ଜାଣିବା କିପରି ପ୍ରଥମେ ସେ ବିଷୟରେ ଜାଣିଲେ ଭରତ। ଶ୍ରୀରାମଚରିତମାନସରେ ବର୍ଣ୍ଣିତ ଲଂଙ୍କାକାଣ୍ଡ ଅନୁସାରେ,ଲକ୍ଷ୍ମଣ ଏବଂ ମେଘନାଥଙ୍କ ମଧ୍ୟରେ ଯେତେବେଳେ ଭୀଷଣ ଯୁଦ୍ଧ ହେଲା, ସେତେବେଳେ ଲକ୍ଷ୍ମଣ ରାକ୍ଷସ ମେଘନାଥଙ୍କ ଆଘାତରେ ଚେତାଶୂନ୍ୟ ହୋଇ ଭୂମି ଉପରେ ଟଳିପଡ଼ିଲେ।
ତେଣୁ ଲକ୍ଷ୍ମଣଙ୍କୁ ସୁସ୍ଥ କରିବାକୁ ଯାଇ ଭଗବାନ ଶ୍ରୀହନୁମାନ ସଂଜୀବନି ବୁଟି ଆଣିବାକୁ ପର୍ବତ ଉପରକୁ ଗଲେ।ହେଲେ ସେ ସେଠାରେ ସେ ବହୁତ କିଛି ଔଷଧୀୟ ବୃକ୍ଷକୁ ଦେଖିଲେ।ଯାହାଫଳରେ ସେଥିମଧ୍ୟରେ କେଉଁଟା ସଂଜିବନୀ ବୁଟି ବୋଲି ସେ ଜାଣିପାରିଲେ ନାହିଁ।ଫଳସ୍ୱରୂପ ମହବଳୀ ଭଗବାନ ବଜରଙ୍ଗବାଲୀ ଉକ୍ତ ପର୍ବତକୁ ହିଁ ନିଜର ହାତ ସାହାଯ୍ୟରେ ଉଠାଇ ଆଣିଥିଲେ।
ହେଲେ ହନୁମାନ ଯେତେବେଳେ ତାଙ୍କ ହାତରେ ବିଶାଳ ପର୍ବତକୁ ଧରି ଉଡ଼ିକରି ଅଯୋଧ୍ୟା ଉପରରେ ପହଞ୍ଚିଲେ,ସେତେବେଳେ ଆକାଶ ମାର୍ଗରେ ହନୁମାନଙ୍କର ଏହି ବିଶାଳକାୟ ରୂପକୁ ଦେଖି ଭରତ ତାଙ୍କୁ କୌଣସି ଏକ ରାକ୍ଷସ ମନେ କରି ବସିଲେ ଓ ତାଙ୍କୁ ବାଣ ମାରି ଦେଲେ।ଏହାଦ୍ୱାରା ଭଗବାନ ହନୁମାନଜୀ ଭରତଙ୍କ ସେହି ବାଣରେ ଆଘାତ ହୋଇ ମାଟି ଉପରେ ପଡ଼ିଗଲେ।ଏହାପରେ ଭରତ ହନୁମାନଙ୍କ ପାଖକୁ ଯାଇ ସେ ଯେ ରାମଙ୍କ ଭକ୍ତ ବୋଲି ଜାଣି ତୁରନ୍ତ ହିଁ ତାଙ୍କୁ ସୁସ୍ଥ କରି ଦେଇ ଥିଲେ।