ବ୍ଲାକ ଫଙ୍ଗସ୍‌ ମଣିଷ ପାଇଁ କେତେ କ୍ଷତିକାରକ

୧. ଖାଦ୍ୟକୁ ନଷ୍ଟ, ବିଷାକ୍ତ କରିଦିଏ: ଅନେକ ସମୟରେ ଦେଖୁ ବାଦାମ ଭଳି କିଛି ଖାଦ୍ୟ ପଦାର୍ଥ କଳା ଦେଖାଯିବା ସହିତ ଖାଇଲେ ଖରାପ ଲାଗିଥାଏ। ଆସ୍ପର୍ଗିଲସ ନାମକ ଫଙ୍ଗସ୍‌ ଯୋଗୁଁ ଏହାର ସ୍ବାଦ ଏହିଭଳି ହୋଇଯାଏ। ଭବିଷ୍ୟତ ପାଇଁ ସଂରକ୍ଷିତ କରି ରଖାଯାଉଥିବା ପ୍ରାୟ ପ୍ରତ୍ୟେକ ଖାଦ୍ୟରେ ଏହି ଫଙ୍ଗସ୍‌ର ଅଭିବୃଦ୍ଧି ହୁଏ। ଏହା ଆଫ୍ଲାଟୋକ୍ସିନ୍ ନାମରେ ଏକ ବିଷାକ୍ତ ପଦାର୍ଥ ଉତ୍ପାଦନ କରିଥାଏ। ଏଥିଯୋଗୁଁ ଯକୃତ କର୍କଟ ହେବାର ଆଶଙ୍କା ରହିଥାଏ। ମୋଜାମ୍ବିକରେ ଏହା ସାଧାରଣ ହୋଇ ସାରିଛି। ବର୍ତ୍ତମାନ ଆମ ଦେଶରେ ମଧ୍ୟ ଏହା ବ୍ୟାପିବାରେ ଲାଗିଛି। ଏଥିଯୋଗୁଁ ବିଭିନ୍ନ ଦେଶ ପକ୍ଷରୁ ଭାରତୀୟ ଚାଉଳ ଆମଦାନି ଉପରେ କଟକଣା ଲଗାଯାଇଛି। ଏହି ଫଙ୍ଗସ୍‌ ଅଭିବୃଦ୍ଧିକୁ ରୋକିବାର ଗୋଟିଏ ସରଳ ଉପାୟ ହେଲା, ସମସ୍ତ ଫଙ୍ଗସ୍‌ ବାଷ୍ପୀଭୂତ ନହେବା ପର୍ଯ୍ୟନ୍ତ ଏହାକୁ ଖରାରେ ଶୁଖାଇ ଦେବା ଉଚିତ। ଆର୍ଦତା ବିନା ଏହାର ଅଭିବୃଦ୍ଧି ସମ୍ଭବ ନୁହେଁ। ସମସ୍ତ ଚାଷୀଙ୍କୁ ଏହି ଉପାୟ ଅବଲମ୍ବନ ପାଇଁ ପରାମର୍ଶ ଦିଆଯାଏ।

୨. ବିଷାକ୍ତ ଛତି: କିଛି ଛତି ଅତି ଆକର୍ଷଣୀୟ ହୋଇଥିଲେବି ଏହା ଅତି ବିଷାକ୍ତ ଥାଆନ୍ତି। ଏଥିଯୋଗୁଁ ଝାଡ଼ା, ବାନ୍ତି ହେବା ସହିତ ଶରୀର ବିଷାକ୍ତ ହୋଇଯାଏ। ପ୍ରାୟ ୧୦ରୁ ୩୦ ପ୍ରତିଶତ ଘଟଣାରେ ବ୍ୟକ୍ତିଙ୍କ ମୃତ୍ୟୁ ହୁଏ।

୩: କିଛି ଫଙ୍ଗସ୍‌ ସାଇକୋଟ୍ରୋପିକ୍ ମସ୍ତିଷ୍କ ପ୍ରଭାବିତ କରେ। ସାଇଲୋ ଥାଇବିନ ମସରୁମ, ଗଞ୍ଜେଇ ପ୍ରଭୃତି ଭଳି ପ୍ରଭାବ ଏଥିରେ ଥାଏ।

୪. ଆଲର୍ଜି: କିଛି ଫଙ୍ଗସ୍‌ ଯୋଗୁଁ ନାକ କଳା ହେବା, ନାକରୁ ପାଣି ବା ସିଂଘାଣି (ନାସାଲ ଡିସଚାର୍ଜ) ବାହାରିବା ବେଳେ ସମସ୍ୟା, ଅଣନିଃଶ୍ବାସୀ ହୋଇଯାଆନ୍ତି। ଗୋଟିଏ ସ୍ଥାନରେ ଏକାଧିକ ନରମ ଫଙ୍ଗସ୍‌ ବଢିଯାଇଥାଏ। ଏହାର ଅପସାରଣ ପାଇଁ ସର୍ଜରି କିମ୍ବା ଷ୍ଟେରଏଡ ଡ୍ରପ ଦେବାକୁ ପଡ଼େ। ଏଥିଯୋଗୁଁ ରୋଗୀ ଦୀର୍ଘ ଦିନ ଧରି କଷ୍ଟ ପାଇଥାଆନ୍ତି।

୫. ଚର୍ମ ସଂକ୍ରମଣ: ସୁପର ଫିସିଆଲ (ବାହ୍ୟ ଫଙ୍ଗାଲ) ଫଙ୍ଗାଲ ରାଜ୍ୟର ଏକ ସାଧାରଣ ରୋଗ ଅଟେ। ଶରୀରର ଗୁପ୍ତାଙ୍ଗରେ ଏହା ହୋଇଥାଏ। ଏହାର ଚିକିତ୍ସା ସମ୍ପର୍କୀୟ ପରାମର୍ଶ ନେବାକୁ ଅନେକ ଲଜ୍ୟାବୋଧ କରନ୍ତି। ଟେରଓ୍ବିନା ଫାଇନ, ଗ୍ରିସ୍କୋ ଫେରଓ୍ବିନ, ଇଣ୍ଟ୍ରା କେନାଜଲ, କେଟୋ କନାଜଲ, ଫୁକୋନା ଜଲ ଚର୍ମ ବିଶେଷଜ୍ଞଙ୍କ ପରାମର୍ଶରେ ଏହା ନିରାକରଣ ସମ୍ଭବ। ଏହି ଥେରାପି ପାଇଁ ସମୟ ଲାଗିଥାଏ। ବ୍ୟକ୍ତିଗତ ସ୍ବଚ୍ଛତାକୁ ଧ୍ୟାନ ଦେବା ସହିତ ଗୁପ୍ତାଙ୍ଗକୁ ସଫା କରିବା ଉଚିତ।

୬. କ୍ୟାଭିଟାରି ଫଙ୍ଗସ୍‌ ବଲ: ଦୀର୍ଘ ଦିନ ଧରି ଫୁସଫୁସ ସଂକ୍ରମିତ ଯକ୍ଷ୍ମା ରୋଗରେ ପୀଡ଼ିତଙ୍କ ଠାରେ ଏହି ଫଙ୍ଗସ୍‌ ଦେଖାଯାଏ। ଆସ୍ପର୍ଗିଲୋସିସ୍ ଫଙ୍ଗସ୍ ବଲ ଭଳି ଅଭିବୃଦ୍ଧି ହୁଏ, ଏଥିପାଇଁ ଅସ୍ତ୍ରୋପଚାରର ଆବଶ୍ୟକତା ପଡ଼ିଥାଏ।

୭. ପରିବେଶରେ ଫଙ୍ଗସ୍‌: ଅନେକ ଫଙ୍ଗସ୍‌ ହଜମ ହୋଇଯାଏ, ମଣିଷ, ପଶୁ କିମ୍ବା ଉଦ୍ଭିଦ ପାଇଁ ବ୍ୟାଧୀଜନକ ନୁହେଁ। ସୀମିତ ସଂଖ୍ୟକ ଫଙ୍ଗସ୍‌ ଯୋଗୁଁ ମଣିଷ ଶରୀରରେ ବିଭିନ୍ନ ପ୍ରକାର ରୋଗ(ଯଥା ସଂକ୍ରମଣ, ଆଲର୍ଜି) ହୁଏ, ବିଷାକ୍ତ ପଦାର୍ଥ ଉତ୍ପାଦନ କରେ। ଯାହା ଉଦ୍ଭିଦ, ପ୍ରାଣୀ, ମଣିଷ ଶରୀରକୁ ପ୍ରଭାବିତ କରେ। ଏହି ଫଙ୍ଗସ୍‌ ଉଭୟ କୃଷି ଉତ୍ପାଦନ, ସ୍ବାସ୍ଥ୍ୟ ପାଇଁ ହାନୀକାରକ ଅଟନ୍ତି। ଏଥିଯୋଗୁଁ ଆର୍ଥିକ ଭାବରେ କ୍ଷତି ହୁଏ। ଉଦ୍ଭିଦ ଫଙ୍ଗସ୍‌ର ନକାରାତ୍ମକ କାର୍ଯ୍ୟକୁ ପ୍ରତିରୋଧ କରିଥାଏ। ପରିବେଶରେ ସେମାନଙ୍କ ଉପସ୍ଥିତି ସଂକ୍ରମଣକୁ ପ୍ରତିରୋଧ କରିବାରେ ସହାୟକ ହୁଏ।

୮. ବିପଦଜନକ ଆକ୍ରମଣକାରୀ ଫୁଙ୍ଗେମିଆ: ଏହା ସର୍ବାଧିକ ବିପଦଜନକ ଫଙ୍ଗାଲ ସଂକ୍ରମଣ। କମନ ଫଙ୍ଗସ୍‌ ସୁବିଧାବାଦୀଙ୍କ ଭଳି ଗୁରୁତର ଅସୁସ୍ଥ, ରୋଗ ପ୍ରତିରୋଧକ ଶକ୍ତି କମ ଥିବା ବ୍ୟକ୍ତିଙ୍କୁ ଏହି ଫଙ୍ଗାଲ ରୋଗଗ୍ରସ୍ତ କରିଥାଏ। ଏହି ଭୂତାଣୁ ଯଥା କେନଡିଡା, କ୍ରିପ୍ଟୋକୋକସ୍ ଏବଂ ନିମୋସାଇଟିସ୍ ପ୍ରାୟ ୨୦ ଲକ୍ଷଙ୍କୁ ସଂକ୍ରମିତ କରିଛି। କେନଡିଡା ସାଧାରଣରେ ଦେଖାଯାଉଥିବା ବିପଦଜନକ ଫଙ୍ଗାଲ। କିଡନି, ଲିଭର ଆଦି ଅଙ୍ଗରେ ଏହା ସଂକ୍ରମିତ ହୁଏ।

ସମ୍ବନ୍ଧିତ ଖବର