କରୋନାରୁ ଆରୋଗ୍ୟ ଲାଭ ପରେ ନିଜର ୩୯ଦିନର ଅଭିଜ୍ଞତା ବଖାଣିଲେ ଭାରତର ପ୍ରଥମ କରୋନା ପୀଡ଼ିତା

ନୂଆଦିଲ୍ଲୀ: ଚୀନରେ କରୋନା ଭାଇରସର ସଂକ୍ରମଣ ବଢ଼ି ବଢ଼ି ଚାଲିଥିବା ବେଳେ ଭାରତର କେରଳରେ ରହୁଥିବା ଜଣେ ୨୦ବର୍ଷୀୟା ଯୁବତୀ ଏହାର ଶିକାର ହୋଇଥିଲେ। ଏହି ଖବର ସାମ୍ନାକୁ ଆସିବା ପରେ ସାରା ଭାରତବାସୀ ସଂକ୍ରମଣକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ। ତେବେ କରୋନାରେ ପୀଡ଼ିତ ହୋଇ ୩୯ଦିନର ଚିକିତ୍ସା ପରେ ଏବେ ଯୁବତୀଜଣଙ୍କ ସୁସ୍ଥ ହୋଇଯାଇଛନ୍ତି। ତେବେ ସୁସ୍ଥ ହେବା ପରେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଧନ୍ୟବାଦ ଜଣାଇବା ସହ ସେ ନିଜର ୩୯ଦିନର ଅଭିଜ୍ଞତା ବାଣ୍ଟିଛନ୍ତି।

ତାଙ୍କ କହିବା ମୁତାବକ, ଏତେ ଦିନ ପର୍ଯ୍ୟନ୍ତ ପରିବାର ଏବଂ ବନ୍ଧୁମାନଙ୍କଠାରୁ ଅଲଗା ରହିବା ସହଜ ନଥିଲା।କିନ୍ତୁ ମୋର ମାନସିକ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ପରାମର୍ଶଦାତାମାନେ ମୋତେ ନିୟମିତ ଭାବେ କଲ୍ କରୁଥିଲେ ବୋଲି ଚାଇନାର ଉହାନ ସହରର ଏକ ରାଷ୍ଟ୍ରାୟତ୍ତ ବିଶ୍ୱବିଦ୍ୟାଳୟର ପାଠ ପଢ଼ୁଥିବା ଛାତ୍ରୀ କହିଛନ୍ତି। ମୋର ରକ୍ତ ନମୁନା ପଜେଟିଭ୍ ବୋଲି ମୁଁ ଜାଣିବା ପରେ ମୋର ସମସ୍ତ ବନ୍ଧୁଙ୍କୁ ଡ଼ାକି ଜଣାଇବା ସହ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ସଂପର୍କ କରିଥିଲି। ପରେ ଡାକ୍ତର ଏବଂ ଅଧିକାରୀମାନେ ମୋ ପାଖକୁ ଆସି ସମସ୍ତ ବିବରଣୀ ପଚାରିଥିଲେ – ମୁଁ କେଉଁ ବିମାନରେ ଚଢ଼ିଥିଲି, ମୋ ସିଟ୍ ନମ୍ବର, ମୋ ସହ ଉଡ଼ାଣ ଭରିଥିବା ଲୋକଙ୍କ ବିଷୟରେ ସବିଶେଷ ତଥ୍ୟ ପଚାରିଥିଲେ। ସଂକ୍ରମଣର ଶିକାର ହୋଇଛି ବୋଲି ଜାଣିବା ପରେ ମୁଁ ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ କରି ନେଇଥିଲି।

ମୁଁ ଚାଇନାର ଲୋକମାନଙ୍କ ବିଷୟରେ ଶୁଣିଥିଲି ଯେଉଁମାନେ ସଂକ୍ରମଣରୁ ମୁକ୍ତି ପାଇଥିଲେ ଏବଂ ମୁଁ ଜାଣିଥିଲି ଯେ ମୁଁ ଶାରୀରିକ ଭାବେ ଭଲ କାମ କରୁଛି। କେରଳ ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ ଶିଲାଜା ମୋ ମା’ଙ୍କୁ ଡ଼ାକି ତାଙ୍କ ସହ କଥା ହୋଇଥିଲେ। ଘରକୁ ଫେରିବା ପରେ ମଧ୍ୟ ୧୪ଦିନ ପର୍ଯ୍ୟନ୍ତ ଅଲଗା ରହିବା ମୋ ପାଇଁ ସହଜ ନଥିଲା। କିନ୍ତୁ କିଛି ପରାମର୍ଶଦାତା ଥିଲେ ଯେଉଁମାନେ ମୋ ସହିତ ପ୍ରତିଦିନ କଲ କରି କଥା ହେଉଥିଲେ ଏବଂ ମୋର ମାନସିକ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେଇଥିଲେ। ଯାହା ମୋତେ ବହୁତ ସାହାଯ୍ୟ କରିଥିଲା ବୋଲି ଡାକ୍ତରୀ ଛାତ୍ରୀ ଧନ୍ୟବାଦ ଜଣାଇ କହିଛନ୍ତି।

Image result for "Wasn't Easy To Remain Isolated," Recalls India's 1st Coronavirus Patient
NDTV.com

ସୁସ୍ଥ ଛାତ୍ରୀଙ୍କ କହିବା ଅନୁଯାୟୀ, ଜାନୁଆରି ୧୩ରେ କରୋନା ପାଇଁ ଉହାନ ବିଶ୍ବବିଦ୍ୟାଳୟକୁ ୪ସପ୍ତାହ ପାଇଁ ବନ୍ଦ କରିଦିଆଯାଇଥିଲା। ସେତେବେଳେ ମୋତେ ଏହି ରୋଗ ବିଷୟରେ ବିଶେଷ କିଛି ଜଣା ପଡ଼ି ନଥିଲା। ଜାନୁଆରି ୧୩ରେ ସବୁ ଠିକ୍ ଥିବା ବେଳେ ଜାନୁଆରି ୧୭ବେଳକୁ ସେଠାରେ ଲୋକେ ମୁହଁରେ ମାସ୍କ ପିନ୍ଧି ରାସ୍ତାରେ ଚାଲିବା ଆରମ୍ଭ କରିଦେଇଥିଲେ। ପରିସ୍ଥିତି ବିଗିଡିଯିବାରୁ ଆମେ ଜାନୁୟାରି ୨୩ପାଇଁ ଟିକେଟ୍ ବୁକ୍ କରିଥିଲୁ। ହେଲେ ଜାନୁୟାରି ୨୨ରେ, ଆମେ ଆମର ସିନେଟରଙ୍କ ଠାରୁ ସୂଚନା ପାଇଲୁ ଯେ, ବିମାନ ବନ୍ଦରଗୁଡିକ ବନ୍ଦ ହେବାକୁ ଯାଉଛି। ଏହା ଶୁଣି କୁନିଙ୍ଗକୁ ଏକ ସଂଯୋଗକାରୀ ବିମାନ ପାଇବା ପାଇଁ ଆମେ ତୁରନ୍ତ ବିମାନବନ୍ଦରକୁ ଯାଇଥିଲୁ। କିନ୍ତୁ ବିଳମ୍ବ ହେବାରୁ ଆମେ ଟ୍ରେନ୍ ଦ୍ବାରା କୁନିଙ୍ଗରେ ପହଞ୍ଚିଥିଲୁ। ଚୀନରୁ ଭାରତ ଆସିବା ମଧ୍ୟରେ ପ୍ରତିଟି ସ୍ଥାନରେ ଆମର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଜାନୁଆରି ୨୩ରେ ଆମେ ପ୍ରାୟ ୨୦ଜଣ କୋଲକାତାରେ ପହଞ୍ଚିବା ସହ ମୁଁ କେରଳ ଆସି ଯାଇଥିଲି।

ଭାରତ ଫେରିବା ପରେ ନିକଟସ୍ଥ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ସଂପର୍କରେ ରହିବା ପାଇଁ ଆମକୁ କୁହାଯାଇଥିଲା। ଜାନୁଆରି ୨୫ପର୍ଯ୍ୟନ୍ତ ସବୁ ଠିକ୍ ଥିବା ବେଳେ ଜାନୁଆରି ୨୭ରେ ମୁଁ ଗଳା କୁଣ୍ଡାଇ ହେବା ଆରମ୍ଭ ହୋଇଯାଇଥିଲା। ଏ ନେଇ ମୁଁ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଜଣାଇବା ପରେ ସେ ତୁରନ୍ତ ଆମ୍ବୁଲାନ୍ସ ପଠାଇ ମୋତେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠ‌ାରେ ମୋର ଚିକିତ୍ସା ହେବା ପରେ ମୁଁ ଧିରେ ଧିରେ ସୁସ୍ଥ ହୋଇଥିଲି।

ସମ୍ବନ୍ଧିତ ଖବର