ନିଜ ଅର୍ଥରେ ୨୦ ଦିନ ପର୍ଯ୍ୟନ୍ତ ଦେଶକୁ ଚଳାଇ ପାରିବେ ମୁକେଶ ଅମ୍ବାନି

ଜାଣନ୍ତୁ କେତେଦିନ ପର୍ଯ୍ୟନ୍ତ ନିଜ ନିଜ ଦେଶର ଖର୍ଚ୍ଚ ଉଠାଇ ପାରିବେ ଏହି ଧନୀମାନେ

ନୂଆଦିଲ୍ଲୀ: ଯଦି ଭବିଷ୍ୟତରେ କୌଣସି ଦେଶର ସରକାରଙ୍କୁ ଅର୍ଥ ସଙ୍କଟ ପଡେ, ତେବେ ଏଭଳି ପରିସ୍ଥିତି ଦେଶର ସବୁଠାରୁ ଧନୀ ବ୍ୟକ୍ତି ନିଜ ଦେଶକୁ କେତେଦିନ ପର୍ଯ୍ୟନ୍ତ ଚଳାଇ ପାରିବେ ଆସନ୍ତୁ ଜାଣିବା। ଏହା ନେଇ ଏକ ସାରଣୀ ବ୍ଲୁମବର୍ଗ ରବିନହୁଡ ଇନ୍‌ଡେକ୍ସ ଜାରି କରାଯାଇଛି। ଏହି ତାଲିକାରେ ୪୯ଟି ଦେଶ ସାମିଲ ରହିଛି। କେବଳ ଏତିକି ନୁହେଁ, ଦେଶର ସବୁଠାରୁ ଧନୀ ଲୋକଙ୍କ ସମ୍ପତ୍ତି କେତେ ଓ କେତେଦିନ ପର୍ଯ୍ୟନ୍ତ ସେ ନିଜ ଦେଶକୁ ଚଳାଇ ପାରିବେ ତାହାର ସମ୍ପୂର୍ଣ୍ଣ ତାଲିକା ମଧ୍ୟ ଦେଇଛନ୍ତି।

ତେବେ ଏହି କ୍ରମରେ ସ୍ଥାନ ପାଇଛନ୍ତି ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଆମ୍ବାନି ୪୦.୩ ବିଲିଅନ୍‌ ଡଲାର ସମ୍ପତ୍ତିର ମାଲିକ ଓ ସେ ୨୦ଦିନ ପର୍ଯ୍ୟନ୍ତ ଭାରତ ସରକାରଙ୍କ ଖର୍ଚ୍ଚ ଉଠାଇ ପାରିବେ।

ସେହିପରି ଆମେରିକାର ଧନୀ ଜେଫ୍‌ ବେଜୋସ୍‌ ୫ ଦିନ, ସ୍ପେନ୍‌ର ଅମାନ୍‌ସିଓ ଆର୍ତିଗା ୪୮ଦିନ, ଫ୍ରାନ୍ସର ବେର୍ନାଡ ଆର୍‌ନାଲଟ ୧୫ଦିନ, ମେକ୍‌ସିକୋର କାଲୋସ୍‌ ସ୍ଲିମ୍‌ ୮୨ଦିନ, ଚୀନର ଜେକ୍‌ ମା ୪ ଦିନ, ହଂକକଙ୍ଗର ଲି କା ସିଙ୍ଗ ୧୯୧ଦିନ, ବ୍ରାଜିଲର ଜର୍ଜ ପାଉଲୋ ଲେମନ୍‌ ୧୩ ଦିନ, ଇଟାଲିର ଜୋବାନ୍ନି ଫରେରୋ ୯ଦିନ ଓ ଜର୍ମାନର ଡିଟେସ୍‌ ସ୍କଓ୍ଵାର୍ଜ ୫ଦିନ ପର୍ଯ୍ୟନ୍ତ ନିଜ ନିଜ ଦେଶକୁ ସୁରୁଖୁରୁରେ ଚଳାଇ ପାରିବେ।

ସମ୍ବନ୍ଧିତ ଖବର