ଆସନ୍ତୁ ଜାଣିବା ଆମ ଦେଶରେ ଟଙ୍କା ଛାପିବା ପାଇଁ କେତେ ଖର୍ଚ୍ଚ ହୋଇଥାଏ?

ଆମ ଦେଶରେ ଟଙ୍କା ତିଆରି ହେବା ପଛରେ କେତେ ଖର୍ଚ୍ଚ ହୁଏ ତାହା ବୋଧହୁଏ ଖୁବ୍‌ କମ ଲୋକଙ୍କୁ ଜଣାଥିବ। ଅଲଗା ଅଲଗା ଟଙ୍କା ଛାପିବା ପାଇଁ ଅଲଗା ଅଲଗା ଖର୍ଚ୍ଚ ମଧ୍ୟ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଟଙ୍କା ଛାପିବା ପାଇଁ କେତେ ଖର୍ଚ୍ଚ ହୋଇଥାଏ।

ଆରଟିଆଇ ଅନୁଯାୟୀ, ଭାରତୀୟ ରିଜର୍ଭ ବ୍ୟାଙ୍କକୁ ନୋଟ ମୁଦ୍ରାଣ ଲିମିଟେଡ ଏକ ପ୍ରଶ୍ନ ପଚାରିଥିଲେ। ଅଲଗା ଅଲଗା ନୋଟ ପ୍ରିଣ୍ଟ କରିବା ପାଇଁ ସରକାରଙ୍କ କେତେ ଟଙ୍କା ଖର୍ଚ୍ଚ ହୋଇଥାଏ ? ଭାରତ ସରକାର ଏହି ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ୨୦୦୦ଟଙ୍କିଆ ଏକ ନୋଟ ଛାପିବା ପାଇଁ ୪.୧୮ ଟଙ୍କା ଖର୍ଚ୍ଚ ହୋଇଥାଏ। ସେହିଭଳି ୫୦୦ଟଙ୍କିଆ ନୋଟ ପାଇଁ ୨.୫୭ ଟଙ୍କା ଏବଂ ୧୦୦ ଟଙ୍କିଆ ନୋଟ ଛାପିବା ପାଇଁ ୧.୫୧ ଟଙ୍କା ଖର୍ଚ୍ଚ ହୋଇଥାଏ। ଯଦି ଆମେ ୧୦ ଟଙ୍କିଆ ନୋଟ କଥା ଚିନ୍ତା କରିବା ତେବେ ଗୋଟେ ୧୦ ଟଙ୍କିଆ ନୋଟ ଛାପିବା ପାଇଁ ୧.୦୧ ଟଙ୍କା ଖର୍ଚ୍ଚ ହୋଇଥାଏ। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ୨୦ ଟଙ୍କିଆ ନୋଟ ଛାପିବା ପାଇଁ ଏଥିରେ ୧୦ ଟଙ୍କା ଖର୍ଚ୍ଚ ହୋଇଯାଉଛି। କିନ୍ତୁ ୫୦ ଟଙ୍କିଆ ଗୋଟେ ନୋଟ ଛାପିବା ପାଇଁ ମଧ୍ୟ ୧.୦୧ ଟଙ୍କା ଖର୍ଚ୍ଚ ହୋଇଥାଏ।

ଭାରତୀୟ ରିଜର୍ଭ ବ୍ୟାଙ୍କ ଏହା ମଧ୍ୟ କହିଛନ୍ତି, ପୁରୁଣା ନୋଟ ଛାପିବା ପାଇଁ ନୂଆ ନୋଟ ଅପେକ୍ଷା ଅଧିକ ଖର୍ଚ୍ଚ ହେଉଥିଲା। ଯେପରିକି ଗୋଟେ ହଜାର ଟଙ୍କିଆ ନୋଟ ଛାପିବା ପାଇଁ ୩.୫୪ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଗୋଟେ ୫୦୦ ଟଙ୍କିଆ ନୋଟ ଛାପିବା ପାଇଁ ୩.୦୯ ଟଙ୍କା ଖର୍ଚ୍ଚ ହେଉଥିଲା।

ସମ୍ବନ୍ଧିତ ଖବର