ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍ ପାଇଁ ଅନେକ ଲୋକ ନିଜର ଜୀବିକା ହରାଇଥିବା ବେଳେ କେହି କେହି ସ୍ବାବଲମ୍ବୀ ହୋଇ ସମାଜ ପାଇଁ ଉଦାହରଣ ପାଲଟିଛନ୍ତି। ସେହିମାନଙ୍କ ମଧ୍ୟରେ ଅଛନ୍ତି ଦିଲ୍ଲୀସ୍ଥିତ ତିଲ୍କ ନଗରର ବାସିନ୍ଦା ସଞ୍ଜୟ ଭାଟିଆ। ସଞ୍ଜୟ ଅନ୍ୟମାନଙ୍କ ପରି ଲକ୍ଡାଉନ୍ ସମୟରେ ନିଜ ଚାକିରି ହରାଇଥିଲେ। ପ୍ରାୟ ଛଅ ମାସ ପର୍ଯ୍ୟନ୍ତ ସେ ବିଷାଦଗ୍ରସ୍ତତା(ଡିପ୍ରେସନ୍)ର ଶିକାର ହେଲେ। ଯାହାବି କରିବାକୁ ଭାବୁଥିଲେ କିଛି କରିପାରୁ ନଥିଲେ।
୨୦୨୦ ମସିହା ମାର୍ଚ ମାସ ପର୍ଯ୍ୟନ୍ତ ତାଙ୍କ ନିକଟରେ ଏକ ଉତ୍ତମ ଚାକିରି ଥିଲା। ସେ ଖୁସିରେ ଜୀବନଯାପନ କରୁଥିଲା। ମାତ୍ର ମହାମାରୀ କରୋନା ସବୁ କିଛି ଶେଷ କରିଦେଲା। ସେ ଏକ ରେସ୍ତୋରାଁରେ ସେଫ୍ ଥିଲେ। ଲକ୍ଡାଉନ୍ରେ ହୋଟେଲ୍, ରୋସ୍ତୋରାଁ ସବୁ ବନ୍ଦ୍ ହୋଇଯିବା କାରଣରୁ ସେ ନିଜ ଚାକିରି ହରାଇ ବସିଲେ।
ସଞ୍ଜୟ ନିଜର ଦୁର୍ଦିନକୁ ମନେପକାଇ କହନ୍ତି, ମାର୍ଚରୁ ସେପ୍ଟେମ୍ବର ଛଅ ମାସ ତାଙ୍କ ଜୀବନର କଳା ସମୟ ଥିଲା। ନିଜକୁ ସେ ଜଣେ ହାରିଯାଇଥିବା ମଣିଷ ପରି ଅନୁଭବ କରୁଥିଲେ। ହେଲେ ଶେଷରେ ତାଙ୍କ ଇଚ୍ଛାଶକ୍ତି ତାଙ୍କୁ ହରିବାକୁ ଦେଲା ନାହିଁ। ସେ ଏକ ଚାଟ୍ ଦୋକାନ ଖୋଲି ନିଜକୁ ପୁଣି ଥରେ ସଫଳତାର ମାର୍ଗରେ ଆଗେଇ ନେଲେ।
/sambad/media/post_attachments/wp-content/uploads/2020/12/WhatsApp-Image-2020-12-24-at-2.31.50-PM-137x300.jpeg)
ସେ ଯେଉଁଭଳି ଭାବେ ନିଜକୁ ଡିପ୍ରେସନ୍ରୁ କାଢ଼ି ପୁଣି ଥରେ ନିଜ ଗୋଡ଼ରେ ଛିଡ଼ା ହୋଇଛନ୍ତି ତାହାର ଶ୍ରେୟ ସେ ତାଙ୍କ ମାଆ, ପତ୍ନୀ ଓ ଝିଅଙ୍କୁ ଦେଇଛନ୍ତି। ସେମାନେ ହିଁ ତାଙ୍କୁ ପୁଣି ଥରେ ନିଜ ଗୋଡ଼ରେ ଛିଡ଼ା ହେବାକୁ ଉତ୍ସାହିତ କରିଥିଲେ ବୋଲି ସଞ୍ଜୟ କହିଛନ୍ତି।
ସେ ପ୍ରତିଦିନ ସକାଳ ୧୧ଟାରୁ ରାତି ୯.୩୦ ପର୍ଯ୍ୟନ୍ତ ଚାଷ୍ଟ୍ ଷ୍ଟଲ ଖୋଲନ୍ତି। ମାସକୁ ପ୍ରାୟ ୮ରୁ ୧୦ ହଜାର ରୋଜଗାର କରି ସଞ୍ଜୟ ଏବେ ତାଙ୍କ ଗୁଜୁରାଣ ମେଣ୍ଟାଉଛନ୍ତି। ତାଙ୍କର ରୋଷେଇ ଦକ୍ଷତା ଭଲ ଥିବା କାରଣରୁ ଲୋକେ ତାଙ୍କ ଗୁପଚୁପ୍ ଓ ହାତରନ୍ଧା ଜଳଖିଆ ଖାଇବାକୁ ଧୀରେ ଧୀରେ ଭିଡ଼ ଜମାଉ ଥିବାର ଦେଖିବାକୁ ମିଳିଛି।