ଦେହ ବ୍ୟବସାୟର ଚର୍ଚ୍ଚିତ ସ୍ଥାନ ସୋନାଗାଛିରେ ଥିଲା କି ସୁନା ଗଛ? ଜାଣନ୍ତୁ ଏହି ନାମକରଣ ପଛର ରହସ୍ୟ

କୋଲକାତା: କୋଲକାତା ସହରର ବହୁଚର୍ଚ୍ଚିତ ଇଲାକା-ସୋନାଗାଛି।  ଏପରି  ନାମକରଣ ପଛର ରହସ୍ୟ ବାବଦରେ କେବେ ମନକୁ ପ୍ରଶ୍ନ ଆସିଛି କି ? ଆପଣ ଭାବୁଛନ୍ତି କି ପଶ୍ଚିମବଙ୍ଗ ରାଜଧାନୀର ଏହି ଚର୍ଚ୍ଚିତ ଅଂଚଳରେ ସୁନା ଗଛ ଅଛି କି ? ଯଦି ହଁ, ତେବେ କଥାଟି ସେମିତି ନୁହେଁ।  ଆମେ ଆଜି ଆପଣଙ୍କୁ ଏହି ଅଂଚଳ ପଛର ରହସ୍ୟ ବାବଦରେ ଜଣାଇବୁ | ସୋନାଗାଛି ହେଉଛି ଦେହ ବ୍ୟବସାୟର ଏମିତି ଏକ ଚର୍ଚ୍ଚିତ ଇଲାକା ଯେଉଁଠି ମନ କମ, ବରଂ ଟଙ୍କା ପାଇଁ ଦେହର ସଉଦା ଚାଲେ | ସମାଜର ଆଖିରେ ଏହି ଅଂଚଳଟି ଏମିତି ଏକ ସ୍ଥାନ, ଯାହାକୁ କୁନଜରରେ ଦେଖାଯାଏ | ଦେହଜୀବୀ ଓ ଗ୍ରାହକଙ୍କ ମଧ୍ୟରେ ଏଠାରେ ମୂଲଚାଲ ହୁଏ ଆଉ ତା’ପରେ ଦେହଭୋଗ  |

ଏକ ଆକଳନ ମୁତାବକ ସୋନାଗାଛି ଏସିଆ ମହାଦେଶର ସବୁଠାରୁ ବଡ ଦେହ ବ୍ୟବସାୟ କେନ୍ଦ୍ର  | ଆଉ ଏଠାରେ ୧୦ ହଜାରରୁ ଅଧିକ ଦେହଜୀବୀ ରୁହନ୍ତି | ତେବେ କିମ୍ବଦନ୍ତୀ କହେ ଯେ ଏହି ଅଞ୍ଚଳର ନାମକରଣ ଜଣେ ମୁସଲମାନ ସନ୍ଥଙ୍କ ନାମ ଅନୁସାରେ ରଖାଯାଇଛି | ଐତିହାସିକ ପି ଟି ନାୟରଙ୍କ ମୁତାବକ ପ୍ରାୟ ୩୦୦ ବର୍ଷ ପୂର୍ବେ ଯେତେବେଳେ କଲିକତା ସହର ସ୍ଥାପନ ହୋଇଥିଲା, ସେତେବେଳେ ସନାଉଲ୍ଲହା ନାମକ କୁଖ୍ୟାତ ଡକାୟତ ତା’ ମା ସହିତ ଏହି ଅଞ୍ଚଳରେ ରହୁଥିଲା | କିଛି ଦିନ ପରେ ଡ଼କାୟତର ମୃତ୍ୟୁ ହୋଇଯାଇଥିଲା | ମୃତ୍ୟୁ ପରେ ଦିନେ ତା’ ମା ଏକ ଶୂନ୍ୟବାଣୀ ଶୁଣିବାକୁ ପାଇଥିଲେ | ତାହା ଥିଲା ଏମିତି- ମା ତୁମେ କାନ୍ଦ ନାହିଁ, ମୁଁ ଗାଜି(ସାଧୁ) ହୋଇସାରିଛି |

ଯଦି କିମ୍ବଦନ୍ତୀକୁ ବିଶ୍ୱାସ କରାଯାଏ, ତେବେ ଡକାୟତ ସନାଉଲ୍ଲହା, ସୋନା ଗାଜି ନାମରେ ଜଣେ ସାଧୁ ଭାବରେ ପରିଣତ ହୋଇସାରିଥିଲେ | ଐତିହାସିକଙ୍କ କହିବା ମୁତାବକ ସୋନା ଗାଜି ନାମରେ ସନାଉଲ୍ଲହାଙ୍କ ମା’ ଏକ ମସଜିଦ ନିର୍ମାଣ କରିଥିଲେ | ଆଉ ସମୟ କ୍ରମେ ସୋନା ଗାଜିରୁ ଏହି ଅଂଚଳ ଲୋକମୁଖରେ ସୋନାଗାଛିରେ ପରିଣତ ହୋଇଯାଇଥିଲା |

ସମ୍ବନ୍ଧିତ ଖବର