ଟିକ୍‌ଟକ୍‌ ଷ୍ଟାର୍‌ରୁ ରାଜନେତ୍ରୀ! ହରିଆଣାର ଆଦମପୁର ଆସନରୁ ବିଜେପି ପ୍ରାର୍ଥୀ ସୋନାଲି ଫୋଗତ୍‌

ଚଣ୍ଡିଗଡ଼: ଟିକ୍‌ଟକ୍‌ ଷ୍ଟାର୍‌ରୁ ରାଜନେତ୍ରୀ! ହରିଆଣାର ଲୋକପ୍ରିୟ ଟିକ୍‌ଟକ୍‌ ଷ୍ଟାର୍‌ ସୋନାଲି ଫୋଗତ୍‌ ହରିଆଣାର ଆଦାମପୁର ଆସନରୁ ବିଜେପି ଟିକେଟ୍‌ ପାଇବା ପରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଖାଲି ଟିକେଟ୍‌ ପାଇନାହାନ୍ତି ବରଂ ୩ ଥର ବିଧାୟକ ହୋଇଥିବା କଂଗ୍ରେସ ବିଧାୟକ କୁଳଦୀପ ବିସ୍ନୋଇଙ୍କ ବିରୋଧରେ ସୋନାଲିଙ୍କୁ ଟିକେଟ୍‌ ମିଳିଥିବା ଜାଣିବାକୁ ମିଳିଛି।

ସୋନାଲିଙ୍କର ଟିକ୍‌ଟକ୍‌ରେ ୧.୨୦ ଲକ୍ଷ ଫଲୋର୍ସ ଅଛନ୍ତି। ସେ ଇତିମଧ୍ୟରେ ୧୭୫ଟି ସର୍ଟ ଭିଡିଓ ବନାଇ ସାରିଛନ୍ତି। ସେ ତାଙ୍କର ଟିକ୍‌ଟକ୍‌ ଭିଡିଓ ପାଇଁ ହରିଆଣାର ଯୁବପିିଢ଼ିଙ୍କ ଭିତରେ ବେଶ୍‌ ଲୋକପ୍ରିୟ। ଏହି ଛୋଟ ପରଦାର ରାଣୀଙ୍କୁ ବିଜେପି ୩ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ଦିବଂଗତ ଭଜନ ଲାଲଙ୍କ ପୁଅ ବିସ୍ନୋଇଙ୍କ ବିରୋଧରେ ଟିକେଟ୍‌ ଦେଇଛି।

Zee News

ସୋନାଲି ବିଭିନ୍ନ ଧରଣର ଟିକ୍‌ଟକ୍‌ ଭିଡିଓ କରିଛନ୍ତି। ଜିମ୍‌ରୁ ନେଇ ସମୂତ୍ର କୂଳ, ରାସ୍ତାରେ ଚାଲୁଥିବାରୁ ନେଇ ବଲିଉଡ୍‌ ଗୀତରେ ନୃତ୍ୟ ପ୍ରଦର୍ଶନ କରୁଥିବା ଆଦି ଅନେକଗୁଡ଼ିଏ ଭିଡିଓରେ ଦେଖିବାକୁ ମିଳିଛି। ସୋନାଲି ଗୃହିଣୀ ଓ ଛାତ୍ରଛାତ୍ରୀଙ୍କର ପ୍ରିୟ ଟିକ୍‌ଟକ୍‌ ଷ୍ଟାର୍‌ ହୋଇପାରିଛନ୍ତି।

ଶୀଘ୍ର ଲୋକପ୍ରିୟତା ପାଇବା ପାଇଁ ସେ ତାଙ୍କ ଟିକ୍‌ଟକ୍‌ ଭିଡିଓଗୁଡ଼ିକୁ ହ୍ଵାଟସ୍‌ଆପ୍‌ ସମେତ ବିଭିନ୍ନ ସୋସିଆଲ୍‌ ମିଡିଆ ପ୍ଲାଟଫର୍ମରେ ସେୟାର୍‌ କରିଛନ୍ତି। ୧୫ ସେକେଣ୍ଡ୍‌ ଭିଡିଓ ସୁଟ୍‌ ହୋଇ ପାରୁଥିବା ଏହି ଆପ୍‌ରେ ଅନେକଙ୍କ ମନ ଜିଣିଛନ୍ତି ସୋନାଲି।

ସମ୍ବନ୍ଧିତ ଖବର