ଏଣିକି ଘରେ ବସି ଆକ୍ଟିଭ କରିପାରିବେ ନିଜର ନୂଆ ଏଟିଏମ୍‌ ଓ ପାସ୍‌ଓ୍ଵାର୍ଡ!

ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଗ୍ରାହକଙ୍କ ପାଇଁ ଖୁସି ଖବର। ଏଣିକି ଘରେ ବସି ଆକ୍ଟିଭ କରିପାରିବେ ନିଜର ନୂଆ ଏଟିଏମ୍‌ ଓ ପାସ୍‌ଓ୍ଵାର୍ଡ। ଏଥିପାଇଁ ଏସ୍‌ବିଆଇ ଗ୍ରାହକଙ୍କ ସୁବିଧା ନିମନ୍ତେ ଅନ୍‌ଲାଇନ୍‌ ଜରିଆରେ ଏପରି ସୁବିଧା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସୁବିଧା ଜରିଆରେ ଘରେ ବସି ମାତ୍ର ୫ ମିନିଟ୍‌ରେ ଏସବୁ କରିପାରିବେ।

ଏବେ ଆପଣ ଘରେ ବସି ମଧ୍ୟ ଏସବିଆଇର ନିଜର ଏଟିଏମ୍‌ ପିନ୍‌ ଜେନେରେଟ୍‌ କରିପାରିବେ। ପ୍ରକୃତକଥା ହେଲା ଏବେ ପର୍ଯ୍ୟନ୍ତ କୌଣସି ବି ପ୍ରକାର ପିନ୍‌ ଅନଲାଇନ୍‌ ଜେନେରେଟ୍‌ କରିବା ପାଇଁ ଏସବିଆଇ ଅନୁମତି ଦେଇନଥିଲା। ଗ୍ରାହକଙ୍କ ପାଖକୁ ଏସବିଆଇ ତରଫରୁ ପିନକୁ ପୋଷ୍ଟାଲ ଆଡ୍ରେସ ମାଧ୍ୟମରେ ପଠାଯାଇଥାଏ । ଏହା ପୂର୍ବରୁ ଆପଣ ଏହି ପିନକୁ ବ୍ୟବହାର କରିପାରିବେ ନାହିଁ। ତେବେ ଏପରି ଅସୁବିଧା ଦୂର କରିବା ପାଇଁ ଏସବିଆଇ ଏକ ବଡ଼ ନିଷ୍ପତି ନେଇଛି। ଏସବିଆଇ ଅନଲାଇନ୍‌ ଜରିଆରେ ଆପଣ ଘରେ ବସି ୫ ମିନିଟରେ ଏସବୁ କରିପାରିବେ। ଏପରି କରିବା ଦ୍ୱାରା ଆପଣଙ୍କ ସମୟ ବଞ୍ଚିବ ଓ ବିନା କାରଣରେ ବ୍ୟାଙ୍କର ଚକ୍କର କାଟିବା ପାଇଁ ପଡ଼ିବ ନାହିଁ । ତେବେ ଆସନ୍ତୁ ଜାଣିବା ଏହି ସୁବିଧାର ଲାଭ କିପରି ଉଠାଇ ପାରିବେ।

ଏହି ସୁବିଧାର ଲାଭ ଉଠାଇବା ପାଇଁ ପ୍ରଥମେ ଅନଲାଇନ୍‌ ଇଣ୍ଟରନେଟ୍‌ ବ୍ୟାଙ୍କିଂକୁ ଲଗଇନ୍‌ କରନ୍ତୁ। ଆଉ ସେଠାରେ ଇ-ସର୍ଭିସ ଉପରେ କ୍ଲିକ୍‌ କରନ୍ତୁ। ଏହାପରେ ଆପଣ ଏଟିଏମ କାର୍ଡ଼ ସର୍ଭିସ ଅପ୍ସନ ଉପରେ କ୍ଲିକ୍‌ କରନ୍ତୁ। ତା’ପରେ ନ୍ୟୁ ଏଟିଏମ୍‌ କାର୍ଡ଼ ବଟନ ଉପରେ କ୍ଲିକ୍‌ କରନ୍ତୁ। ଯଦି ଆକାଉଣ୍ଟ ସିଲେକ୍ଟ ନକରନ୍ତି, ତେବେ କିଛି ବିଶେଷ ସୂଚନା ଓ ଏଟିିଏମ୍‌ କାର୍ଡ଼ ନମ୍ବର ଭରନ୍ତୁ।

ଏହାପରେ ଆକ୍ଟିଭ୍‌ ବଟନ ଉପରେ କ୍ଲିକ୍‌ କରନ୍ତୁ। ତା’ପରେ କନଫର୍ମର ବିକଳ୍ପ ଆସିବ, ଯାହା ଉପରେ ଓକେ କରନ୍ତୁ। ଏବେ ଆପଣଙ୍କୁ ସିକ୍ୟରିଟି ପାସୱାର୍ଡ଼ ମାଗିବ, ଯାହା ଓଟିପି ରୂପରେ ଆପଣଙ୍କ ରେଜିଷ୍ଟ୍ରେଡ଼୍‌ ମୋବାଇଲ ନମ୍ବରକୁ ଆସିଯିବ। ତା’ପରେ ଆପଣ ଆଉ ଥରେ କନଫର୍ମ କିମ୍ବା ଓକେ କରନ୍ତୁ। ଯଦି ପାସୱାର୍ଡ଼ ଜେନେରେଟ୍‌ କରିବା ପାଇଁ ଚାହୁଁଛନ୍ତି, ତେବେ ତା’ ତଳେ ପାସୱାର୍ଡ଼ ଅପ୍ସନ ମିଳିଯିବ। ମଗାଯାଇଥିବା ସୂଚନା ଭରି ପାସୱାର୍ଡ଼ ଜେନେରେଟ୍‌ କରନ୍ତୁ।

ଏହା ବ୍ୟତୀତ ୩ଟି ଦିଗ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ-
୧) ନେଟ ବ୍ୟାଙ୍କିଂ ଗ୍ରାହକ ହିଁ ଏହି ସୁବିଧାର ଲାଭ ଉଠାଇ ପାରିବେ।
୨) ଏହା ବ୍ୟତୀତ ଏହି ସୁବିଧାର ଲାଭ ଉଠାଇବା ପାଇଁ ଖାତା ସହ ମୋବଇଲ ନମ୍ବର ଲିଙ୍କ୍‌ ହେବା ଦରକାର।
୩) ଆଧାର ସହ ଲିଙ୍କ୍‌ କରାଇବା ମଧ୍ୟ ଜରୁରୀ।

ସମ୍ବନ୍ଧିତ ଖବର