ଆସନ୍ତୁ ଜାଣିବା, ଘରେ ବସି କିପରି ନିଜର ପାନ୍‌ କାର୍ଡ ବନାଇବେ!

ବର୍ତ୍ତମାନ ପାନ୍‌ କାର୍ଡ ସଭିଙ୍କ ପାଇଁ ଏକ ଜରୁରୀ ଡକ୍ୟୁମେଣ୍ଟ ପାଲଟିଯାଇଛି। ଏହାଦ୍ୱାରା ଆପଣ ନା କେବଳ ନିଜର ଆୟକର ରିଟର୍ନ କରିପାରିବେ ତାହା ନୁହେଁ ବରଂ ଏଥିସହିତ ନିଜର ପରିଚୟ ପତ୍ର ଭାବେ ମଧ୍ୟ ଆପଣ ଏହାକୁ ବ୍ୟବହାର କରିପାରିବେ । ବ୍ୟାଙ୍କ ଖାତା ଖୋଲିବାଠାରୁ ଆରମ୍ଭ କରି ପିଏଫ (ପ୍ରୋଭିଡେଣ୍ଟ୍‌ ଫଣ୍ଡ) ଯାଏଁ ସବୁ କାମ ପାଇଁ ପାନକାର୍ଡ ଏବେ ବହୁତ ଜରୁରୀ ହୋଇପଡିଛି। ଯଦି ଆପଣ ଏପର୍ଯ୍ୟନ୍ତ ପାନକାର୍ଡ କରିନାହାଁନ୍ତି କିମ୍ବା ଆପଣଙ୍କ ପାନକାର୍ଡ ହଜି ଯାଇଛି ତେବେ ଏଥିରେ ଆଦୌ ବିଚଳିତ ହୁଅନ୍ତୁ ନାହିଁ କାରଣ ଆପଣ ଚାହିଁଲେ ଘରେ ବସି ଆପଣଙ୍କ ପାନକାର୍ଡକୁ ପୁଣି ଥରେ ବନେଇ ପାରିବେ। ତେବେ କିପରି ଆସନ୍ତୁ ଜାଣିବା।

ସର୍ବପ୍ରଥମେ ଆପଣଙ୍କୁ ଇନକମ୍‌ ଟ୍ୟାକ୍ସର ପାନ ସେବା ସର୍ଭିସ ୟୁନିଟ୍‌ ସହ ଜଡିତ ୱେବସାଇଟକୁ ଯାଇ ତାକୁ ଲଗଇନ୍‌ କରିବାକୁ ପଡିବ

ଲଗଇନ କରିବା ମାତ୍ରକେ ପାନକାର୍ଡ ପାଇଁ ଆପ୍ଲାଏ କରିବାର ଏକ ହୋମ୍‌ ପେଜ୍‌ ଓପନ ହୋଇଯିବ। ଯେଉଁଠାରେ ଆପଣଙ୍କୁ ଅନେକ ପ୍ରକାରର ଅପସନ ମିଳିବ। ଯେପରିକି, ନୁଆ ପାନକାର୍ଡ ବନାଇବା ପାଇଁ ଆପ୍ଲିକେସନ ଫର୍ମ, ଆପ୍ଲାଏ କରାଯାଇଥିବା ପାନକାର୍ଡର ବର୍ତ୍ତମାନ ସ୍ଥିତି ସଂପର୍କିତ ସମସ୍ତ ତଥ୍ୟ, ପୁରୁଣା କିମ୍ବା ହଜି ଯାଇଥିବା ପାନକାର୍ଡକୁ ପୁଣିଥରେ ପ୍ରାପ୍ତ କରିବା ଏବଂ ପାନକାର୍ଡରେ ଦିଆଯାଇଥିବା ସୂଚନାଗୁଡିକରେ ସଂଶୋଧନ ଆଦି। ତେବେ ଏଠାରେ ଆପଣ ଆପଣଙ୍କର ସୁବିଧା ଆନୁଯାୟୀ ଅପସନ ଚୟନ କରିପାରିବେ।

ନୂଆ ପାନକାର୍ଡ ପାଇଁ ଆପ୍ଲାଏ କରିବା ସମୟରେ ଆପଣଙ୍କୁ ୪୯-ଏ ନାମକ ଫର୍ମ ପୁରଣ କରିବାକୁ ପଡିବ। ଆପଣ ଏହି ୱେବସାଇଟକୁ ଯାଇ ଏହି ଫର୍ମକୁ ଭରଣ କରିପାରିବେ ଏବଂ ସମସ୍ତ ତଥ୍ୟ ଭରି ଫର୍ମଟିକୁ ଜମା କରିବାକୁ ହେବ ।

ଫର୍ମଟି ଅନଲାଇନ୍‌ ଜମା ହୋଇଯିବା ପରେ ଆପଣଙ୍କ ମୋବାଇଲକୁ ଏକ ୧୫ ଅଙ୍କ ବିଶିଷ୍ଟ ଆକନଲେଜମେଣ୍ଟ୍‌ ବା ସ୍ୱୀକୃତିପତ୍ର ନମ୍ବର ଆସିବ, ଯାହାକୁ ଆପଣଙ୍କୁ ଦାୟୀତ୍ୱର ସହ ରଖିବାକୁ ପଡିବ।

ଏହି ଆକନଲେଜମେଣ୍ଟ୍‌ ଫର୍ମକୁ ଆପଣଙ୍କୁ ଆୟକର ବିଭାଗକୁ ପଠାଇବାକୁ ହେବ। ଏହାକୁ ପଠାଇବା ପୂର୍ବରୁ ଆପଣଙ୍କୁ ଏଥିସହିତ ଆପଣଙ୍କ ଭୋଟ୍‌ ପରିଚୟ ପତ୍ର କିମ୍ବା ଆଧାରକାର୍ଡ କିମ୍ବା ବ୍ୟାଙ୍କ ଆକାଉଣ୍ଟର ଏକ ଫଟୋ କପି ଯୋଡି ଦେବାକୁ ପଡିବ। କିନ୍ତୁ ଧ୍ୟାନ ରଖିବେ କି ଆପଣ ଦେଇଥିବା ନିଜର ସମସ୍ତ ଡକ୍ୟୁମେଣ୍ଟର ତଥ୍ୟରେ ସାମଞ୍ଜସ୍ୟ ରହିିଥିବା ଜରୁରୀ ଅଟେ।

ଆକନଲେଜମେଣ୍ଟ୍‌ ଫର୍ମରେ ଦର୍ଶାଯାଇଥିବା ସ୍ଥାନରେ ଆପଣଙ୍କୁ ଆପଣଙ୍କର ଏକ ଫଟୋକୁ ମଧ୍ୟ ଲଗାଇାକୁ ପଡିବ। ଏଥିସହିତ ସୂଚିତ କରାଯାଇଥିବା ସ୍ଥାନରେ ମଧ୍ୟ ସାଇନ୍‌ କରିବାକୁ ପଡିବ।

ତେବେ ଭାରତର କୌଣସି ବି ଠିକଣାରେ ପାନକାର୍ଡ ଆବେଦନ ପାଇଁ ଆପଣଙ୍କୁ ଶୁଳ୍କ ଆଧାରରେ ଦେବାକୁ ପଡିବ ୯୬ ଟଙ୍କା । ଯାହାକୁ ଆପଣ ଚେକ୍‌, ଡିମାଣ୍ଡ ଡ୍ରାଫ୍‌ଟ, ଇଂଟରନେଟ ବ୍ୟାଙ୍କିଂ, କେଡ୍ରିଟ୍‌ କାର୍ଡ କିମ୍ବା ଡେଭିଟ୍‌ କାର୍ଡ ସହାୟତାରେ ଭରି ପାରିବେ। ଯଦି ଆପଣ ଭାରତ ବାହାରୁ ପାନ ପାଇଁ ଆବେଦନ କରୁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ୯୬୨ ଟଙ୍କା ଦେବାକୁ ପଡିବ ଓ ଏଥିପାଇଁ ଆପଣ କେବଳ ଡିମାଣ୍ଡ ଡ୍ରାଫ୍‌ଟର ବ୍ୟବହାର କରାଯାଇପାରିବ। ଯଦି ଆପଣ ଚେକ୍‌, ଡିମାଣ୍ଡ ଡ୍ରାଫ୍‌ଟ, ଇଂଟରନେଟ ବ୍ୟାଙ୍କିଂ, କେଡ୍ରିଟ୍‌ କାର୍ଡ କିମ୍ବା ଡେଭିଟ୍‌ କାର୍ଡ ସହାୟତାରେ ଫିସ୍‌ ଦେବାକୁ ଚାହୁଁଛନ୍ତି ତେବେ ଫର୍ମ ଭରିବା ସମୟରେ ହିଁ କରିପାରିବେ। ଶୁଳ୍କ ଦେବା ପରେ ଏଥିପାଇଁ ଆପଣଙ୍କୁ ଏକ ରସିଦ ଅନଲାଇନରେ ମିଳିଯିବ, ଯାହାର ଏକ ପ୍ରିଣ୍ଟ କପି ନେଇ ଆକନଲେଜମେଣ୍ଟ୍‌ ଫର୍ମ ସହ ଯୋଡି କରି ପଠାଇବାକୁ ହେବ।

ଆକନଲେଜମେଣ୍ଟ ଫର୍ମ ଆୟକର ବିଭାଗକୁ ପଠାଇବା ସମୟରେ ଫଟୋ, ଠିକଣା ସହ ଜଡିତ କୌଣସି ବି ଡକ୍ୟୁମେଣ୍ଟ ଏବଂ ଆପଣଙ୍କର ପରିଚୟ ପତ୍ର ଲଗାଇ ପଠାଇବାକୁ ପଡିବ । ଏଥିସହିତ ଉକ୍ତ ରସିଦର ଏକ କପି ମଧ୍ୟ ପଠାଇବାକୁ ପଡିବ। ଯାହାକୁ ଆପଣ ଅନଲାଇନ ଆପ୍ଲିକେସନ୍‌ ଭରିବାର ପାଖାପାଖି ୧୫ ଦିନ ଭିତରେ କରିବାକୁ ପଡିବ। ଆପଣଙ୍କୁ ଏହି ଫର୍ମ କୁହାଯାଇଥିବା ଡକ୍ୟୁମେଣ୍ଟ ସହିତ ପଠାଇବାକୁ ହେବ ଏବଂ ଏଥିସହିତ ସେଥିରେ ଆପଣଙ୍କୁ ପାନକାର୍ଡ ବାବଦକୁ ମିଳିଥିବା ୧୫ଟିକିଆ ନମ୍ବରଟିକୁ ଲେଖି ପଠାଇବାକୁ ହେବ।

ତେବେ ଏହାକୁ ପଠାଇ ସାରିବା ପରେ ଆପଣ ଆପଣଙ୍କ କାର୍ଡର ସ୍ଥିତି ଅନଲାଇନରେ ଚେକ୍‌ କରିପାରିବେ। ଏଥିପାଇଁ ଆପଣଙ୍କୁ ଏହି ୱେବସାଇଟର ସହାୟତା ନେଇପାରବେ।

ଏଥିସହିତ ଯଦି ଆପଣ ଆପଣଙ୍କର ପାନକାର୍ଡରେ ଦିଆଯାଇଥିବା ସୂଚନାକୁ ସଂଶୋଧନ କରିବା ପାଇଁ ଚାହିଁବେ ତେବେ ଏହି ଫର୍ମୁଲା ମଧ୍ୟ ଆପଣ ଆପଣେଇ ପାରିବେ । ୱେବସାଇଟର ମେନ୍‌ ପେଜରେ ଆପଣଙ୍କୁ ସେହି ସବୁ ଅପସନଗୁଡିକୁ ଚୟନ କରିବାକୁ ହେବ ଯେଉଁଥିରେ ଉଲ୍ଲେଖ ଥିବ କି ପାନ ସହ ଜଡିତ ସୂଚନାରେ ସଂଶୋଧନ ବା ପରିବର୍ତ୍ତନ।

ସମ୍ବନ୍ଧିତ ଖବର