ସାଇବର ଠକେଇରୁ ବର୍ତ୍ତିବେ କେମିତି?

ସାଇବର ବିଶେଷଜ୍ଞ ଆକାଶ ମିଶ୍ର ସାଇବର ଠକେଇରୁ ବର୍ତ୍ତିବା ପାଇଁ ଜନସାଧାରଣଙ୍କ ପାଇଁ କିଛି ନିର୍ଦ୍ଦିଷ୍ଟ ପରାମର୍ଶ ଦେଇଛନ୍ତି

୧. ଅଜଣା ନମ୍ବର ରୁ କଲ୍ କିମ୍ବା କିଛି ଲୋଭନୀୟ ଅଫର୍‌ଯୁକ୍ତ ମେସେଜ୍ ଆସିଲେ ସେଗୁଡ଼ିକୁ ଅଣଦେଖା କରନ୍ତୁ।
୨. କୌଣସି ଲିଙ୍କ୍‌ ଉପରେ କ୍ଲିକ୍ କରିବା ପୂର୍ବରୁ ସେ ଲିଙ୍କ୍‌କୁ ଭଲ ଭାବେ ତଦାରଖ କରନ୍ତୁ। ଅଜଣା ନମ୍ବରରୁ ଆସିଥିବା କୌଣସି ମେସେଜ୍ ବା ଲିଙ୍କ୍ କାହାକୁ ପଠାନ୍ତୁ ନାହିଁ।
୩. ଅନ୍‌ଲାଇନ୍‌ରେ କୌଣସି ଆପ୍ ବ୍ୟବହାର ବା ସାଇଟ୍‌ରେ ନିଜର ଗୋପନୀୟ ତଥ୍ୟ କାହାକୁ ଦିଅନ୍ତୁ ନାହିଁ। କୌଣସି ଆପ୍ ଡାଉନ୍‌ଲୋଡ୍ କରିବା ପୂର୍ବରୁ ବିଶ୍ବାସଯୋଗ୍ୟ ୱେବ୍‌ସାଇଟ୍, ଯେପରି ଗୁଗୁଲ୍ ପ୍ଲେ ଷ୍ଟୋର୍‌ରୁ ଅପଲୋଡ୍ କରନ୍ତୁ।
୪. କୌଣସି ବ୍ୟାଙ୍କ ଅଧିକାରୀ କିମ୍ବା ସଂସ୍ଥା ନିଜ ଗ୍ରାହକଙ୍କୁ କେବେ ମଧ୍ୟ ଓଟିପି, ପାସ୍‌ଵାର୍ଡ ବା ବ୍ୟାଙ୍କ୍ ତଥ୍ୟ ଫୋନ୍‌ରେ ମାଗନ୍ତି ନାହିଁ। ଏପରି ଯଦି କେହି ଫୋନ୍‌ରେ ମାଗେ, ତେବେ ସେ କଲ୍‌କୁ ଗ୍ରହଣ କରନ୍ତୁ ନାହିଁ ଏବଂ କିଛି ତଥ୍ୟ ଦିଅନ୍ତୁ ନାହିଁ।
୫. ସୋସିଆଲ୍‌ ମିଡିଆରେ ନିଜ ଆକାଉଣ୍ଟ୍‌ର ପ୍ରାଇଭେସି ସେଟିଙ୍ଗ୍ କରିବା ସହିତ ପ୍ରୋଫାଇଲ୍ ସର୍ବଦା ଲକ୍ ରଖନ୍ତୁ।
୬. ଅନ୍‌ଲାଇନ୍‌ରେ ଟଙ୍କା ସ୍ଥାନାନ୍ତରଣ କରିବା ସମୟରେ ଅଜଣା ଲୋକର ଵାଇଫାଇ ଏବଂ ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଵାଇଫାଇ ବ୍ୟବହାର କରନ୍ତୁ ନାହିଁ। ଅନ୍‌ଲାଇନ୍ ଟ୍ରାଞ୍ଜାକ୍ସନ କରୁଥିଲେ ନିଜ ମୋବାଇଲ୍‌ରେ ଆଣ୍ଟିଭାଇରସ୍ ରଖନ୍ତୁ।
୭. କୌଣସି କଷ୍ଟମର କେୟାର୍‌ ନମ୍ବର ଗୁଗୁଲ୍‌ରେ ଖୋଜନ୍ତୁ ନାହିଁ। ସିଧାସଳଖ ୱେବସାଇଟ୍‌କୁ ସଂପର୍କ କରନ୍ତୁ ନଚେତ୍ ମେଲ୍ ମାଧ୍ୟମର ଯୋଗଯୋଗ କରନ୍ତୁ।
୮. ଅଜଣା ନମ୍ବରରୁ ଆସିଥିବା ଭିଡିଓ କଲ୍ ଗ୍ରହଣ କରନ୍ତୁ ନାହିଁ। ସାମାଜିକ ଗଣମାଧ୍ୟମରେ ଅଶ୍ଳୀଳ ଚାଟିଂ ମଧ୍ୟ କରନ୍ତୁ ନାହିଁ।
୯. ଅନ୍‌ଲାଇନ୍‌ରେ ମିଳୁଥିବା କୌଣସି ମହଙ୍ଗା ଜିନିଷ ଶସ୍ତାରେ ମିଳିବ ବୋଲି ‌ଲୋଭ କରନ୍ତୁ ନାହିଁ। ଯଦି ବି କେଉଁଠୁ ମିଳୁଥିବା ଉଲ୍ଲେଖ ରହିଛି, ଭଲଭାବେ ଯାଞ୍ଚ କରି ଜିନିଷ କିଣନ୍ତୁ। କାରଣ ସାଇବର ଠକ ଶସ୍ତାରେ ଜିନିଷ ଦେବ ବୋଲି କହି ଜାଲ ବିଛାଇଥାଏ।
୧୦. ଅନ୍‌ଲାଇନ୍ ପେମେଣ୍ଟ୍ ସମୟରେ ଯଦି ଟଙ୍କା ପାଇବାର ଥାଏ, ତେବେ କ୍ୟୁଆର୍ କୋଡ୍‌କୁ କୌଣସି ପରିସ୍ଥିତିରେ ବି ସ୍କାନ୍ କରନ୍ତୁ ନାହିଁ। ଏହା ସହିତ ଅଜଣା ଲୋକ ପଠାଇଥିବା କ୍ୟୁଆର୍‌କୁ ମଧ୍ୟ ସ୍କାନ୍ କରନ୍ତୁନାହିଁ।
୧୧. ବିନା ଆବଶ୍ୟକତାରେ ରିମୋଟ୍ ଆକ୍ସେସ୍ ଆପ୍ ବ୍ୟବହାର କରନ୍ତୁ ନାହିଁ।
୧୨. ମନେରଖନ୍ତୁ ଠକେଇ ହେବାର ଏକ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ ଅଟେ। ସେହି ସମୟ ମଧ୍ୟରେ ନିକଟରେ ଥିବା ଥାନାରେ ଅଭିଯୋଗ କରନ୍ତୁ। cybercrimegov.in ରେ ନିଜ ଅଭିଯୋଗ ମଧ୍ୟ ଦେଇପାରିବେ। ଏହା ସହିତ ଯେଉଁ ବ୍ୟାଙ୍କ୍‌ ଆକାଉଣ୍ଟରୁ ଟଙ୍କା କଟିଛି, ଉକ୍ତ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ଅଭିଯୋଗ କରନ୍ତୁ। କିଛି ସମସ୍ୟା ହେଲେ ସାଇବର ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ।

ସମ୍ବନ୍ଧିତ ଖବର