/sambad/media/post_attachments/wp-content/uploads/2018/10/Successful-Person_Slide_2.jpg)
ଆପଣଙ୍କ ଉଦ୍ୟମ ଓ ସୁଯୋଗର ମେଳକୁ ହିଁ ଭାଗ୍ୟ କୁହାଯାଏ। କିଛି ଲୋକ ଯେକୌଣସି ପରିସ୍ଥିତିରେ ସଫଳ ହୋଇ ଥାଆନ୍ତି, କାରଣ ଏହା ପଛରେ ତାଙ୍କର ମାନସିକ ପ୍ରସ୍ତୁତି ସେମାନଙ୍କୁ ସାହାଯ୍ୟ କରେ। ଜାଣନ୍ତୁ ମନୋବୈଜ୍ଞାନିକଙ୍କ କହିବା ଅନୁସାରେ ଭାଗ୍ୟ ବଳରେ ଧନୀ ହୋଇଥିବା ଲୋକଙ୍କ ଗୁଣ ବିଷୟରେ, ଯାହା ଆପଣଙ୍କୁ ମଧ୍ୟ ଭାଗ୍ୟଶାଳୀ କରାଇବାରେ ସାହଯ୍ୟ କରିବ।
/sambad/media/post_attachments/wp-content/uploads/2018/10/Successful-Person_Slide_3.jpg)
ସୁଯୋଗକୁ ଚିହ୍ନନ୍ତୁ
ଭାଗ୍ୟଶାଳୀ ବ୍ୟକ୍ତିମାନେ ସୁଯୋଗ ଚିହ୍ନି ପାରନ୍ତି। ଠିକ୍ ସେହିପରି ଆପଣ ମଧ୍ୟ ଚିନ୍ତା ଓ କରନ୍ତୁ ଓ ସ୍ପଷ୍ଟ ହୁଅନ୍ତୁ ଯେ, ଆପଣ କେଉଁ ସୁଯୋଗର ପ୍ରତୀକ୍ଷା କରିଛନ୍ତି। ଯଦି ସୁଯୋଗ ଆସେ ଓ ପରିସ୍ଥିତି ଭଲ ରହେ ସେତେବେଳେ ଆପଣ କେମିତି ଜାଣିବେ, ଓ କ’ଣ କରିବେ। ଏଥିପାଇଁ ଏକ ମାନସିକ ପ୍ରସ୍ତୁତି ଓ ଖସଡ଼ା ପ୍ରସ୍ତୁତ କରିଥା’ନ୍ତୁ।
/sambad/media/post_attachments/wp-content/uploads/2018/10/Successful-Person_Slide_4.jpg)
ସମ୍ପର୍କରେ ରହନ୍ତୁ
ସମସ୍ତଙ୍କ ସହ ବନ୍ଧୁତା ତ କରିହେବ ନାହିଁ, କିନ୍ତୁ ଅଧିକରୁ ଅଧିକ ଲୋକଙ୍କ ସହ ସମ୍ପର୍କରେ ରହିବା ଅଭ୍ୟାସ ଆପଣଙ୍କ ଭବିଷ୍ୟତକୁ ଚମକାଇ ପାରେ। ନୂଆ ଓ ପୁରୁଣା ଲୋକଙ୍କ ସହ ସମ୍ପର୍କ ରଖିବା ଓ ନିର୍ଭୟରେ ଅଚିହ୍ନା ବ୍ୟକ୍ତିଙ୍କ ସହ ମଧ୍ୟ ଦେଖାସାକ୍ଷାତ୍ ଆଦି ଅଭ୍ୟାସ ଆପଣଙ୍କ ପାଇଁ ନୂଆ ରାସ୍ତା ଖୋଲି ପାରେ। କିନ୍ତୁ ମନ ଭିତରେ ସ୍ୱାର୍ଥ ରଖନ୍ତୁ ନାହିଁ ବରଂ ବିଶ୍ୱାସ ପ୍ରକଟ କରନ୍ତୁ।
/sambad/media/post_attachments/wp-content/uploads/2018/10/Successful-Person_Slide_5.jpg)
କାଣ୍ଡଜ୍ଞାନର ବ୍ୟବହାର
ଭାଗ୍ୟଶାଳୀ ବ୍ୟକ୍ତିମାନେ ନିଜର ଅନ୍ତଜ୍ଞର୍ାନ ଉପରେ ଭରସା କରନ୍ତି। ଠିକ୍ ଭାବେ ଚିନ୍ତା କରି ଜୀବନରେ ରିକ୍ସ୍ ନିଅନ୍ତୁ। ଯଦି ଆପଣଙ୍କ ମନ କୌଣସି ସୁଯୋଗ ଆଡ଼କୁ ଆକର୍ଷିତ ହେଉଛି ତା’ହେଲେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରି ସଠିକ୍ ଲକ୍ଷ୍ୟ ନେଇ କାମ କରନ୍ତୁ। ଏହା ଆପଣଙ୍କ ପାଇଁ ସଫଳର ସିଡ଼ି ହୋଇ ପାରେ। ସମସ୍ତ କ୍ଷେତ୍ରରେ ନିଜର କାଣ୍ଡଜ୍ଞାନର ବା କମନ୍ ସେନ୍ସ୍ ବ୍ୟବହାର କରନ୍ତୁ।
/sambad/media/post_attachments/wp-content/uploads/2018/10/Successful-Person_Slide_6.jpg)
ଅତୀତରୁ ଶିଖନ୍ତୁ
ନିଜର ପୂର୍ବ ଅଭିଜ୍ଞତାରୁ ଶିଖନ୍ତୁ। ଅନେକ ଥର ଚେଷ୍ଟା କଲା ପରେ ମଧ୍ୟ ଲକ୍ଷ୍ୟ ମିଳିବାରେ ସଫଳତା ମିଳି ନ ଥାଏ, ଏମିତି ପରିସ୍ଥିତିରେ କରିଥିବା ସମସ୍ତ ଉଦ୍ୟମର ବିଶ୍ଳେଷଣ କରନ୍ତୁ। ବୁଝିବାକୁ ଚେଷ୍ଟା କରନ୍ତୁ ଯେ, କେଉଁଟା ଲକ୍ଷ ଆଡ଼କୁ ନେଇ ଯାଉଛି ଓ କେଉଁଟା ଲକ୍ଷ୍ୟଠୁ ଦୂରେଇ ନେଉଛି।ପରିସ୍ଥିତିଅନୁକୂଳ ହେବାର ଦେଖା ଦେଲେ ପୁଣି ଉଦ୍ୟମ ଚାଲୁ ରଖନ୍ତୁ।
/sambad/media/post_attachments/wp-content/uploads/2018/10/Successful-Person_Slide_7.jpg)
ବ୍ୟକ୍ତିତ୍ୱ ସୁଧାରନ୍ତୁ
ବରିଷ୍ଠ ବ୍ୟକ୍ତିଙ୍କ ଦ୍ୱାରା ଚୟନ କରାଯାଇଥିବା ଲୋକମାନେ ପ୍ରାୟ ପ୍ରତିଭାଶାଳୀ ଓ ଦୃଷ୍ଟି ଆକର୍ଷଣକାରୀ ହୋଇଥା’ନ୍ତି। ନିଜ ଭିତରେ ଏମିତି ଗୁଣକୁ ବିକଶିତ କରୁଥା’ନ୍ତୁ ଯେଉଁଥିରୁ ଆପଣ ଲୋକପ୍ରିୟ ହେବା ସହ ବାରି ହୋଇପଡ଼ିବେ। ବିକଶିତ ଗୁଣ ଯୋଗୁଁ ହିଁ ଲୋକେ ଆପଣଙ୍କୁ ଚୟନ କରିବେ। ବ୍ୟକ୍ତିତ୍ୱ ଆକର୍ଷଣୀୟ ହେବାଦ୍ୱାରା ଆପଣଙ୍କର ଆତ୍ମବିଶ୍ୱାସ ମଧ୍ୟ ଜାଗ୍ରତ ହୋଇଥାଏ। ଫଳରେ ଆପଣ ଯେଉଁ କାମ କରୁଥିବେ ସେଥିରେ ସଫଳ ହେବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/Successful-Person_Slide_1.jpg)