ଆସନ୍ତୁ ଜାଣିବା କିଛି ଘରୋଇ ଟିପ୍ସ ଜରିଆରେ ଆମେ ବଜାରରୁ କିଣୁଥିବା କ୍ଷୀର ବାସ୍ତବରେ ଅସଲି ନା ନକଲି

ଏବେ ବଜାରରେ ବହୁଳ ମାତ୍ରାରେ ବିକ୍ରି ହେଉଛି ଅପମିଶ୍ରତ କ୍ଷୀର। ଏହା ଆମ ଶରୀରକୁ ଶକ୍ତି ଯୋଗାଇବା ପରିବର୍ତ୍ତେ କ୍ଷତି ପହଞ୍ଚାଇବାରେ ଲାଗିଛି। ବଜାରରେ ମିଳୁଥିବା କ୍ଷୀର ବା ଦୁଗ୍ଧରେ କଳାବଜାରୀ ହେଉଥିବା ଖବର କିଛିଦିନ ହେଲା ଚହଳ ସୃଷ୍ଟି କରିଛି। ତେବେ ଏଥିପାଇଁ ଆପଣ ଜାଣିବା ନିହାତି ଜରୁରୀ କି ଆପଣ ଯେଉଁ ଦୁଗ୍ଧ ବ୍ୟବହାର କରୁଛନ୍ତି, ତାହା ଶୁଦ୍ଧ କି ନୁହେଁ ଅର୍ଥାତ ତାହା ଅସଲି କି ନୁହେଁ। ତେବେ ଆପଣ ଏହି କାମ ଘରେ ବସି ହିଁ କରିପାରିବେ। ତେବେ ଆସନ୍ତୁ ଜାଣିବା କିଛି ଘରୋଇ ଟିପ୍ସ ଜରିଆରେ ଆମେ ପିଉଥିବା ଦୁଗ୍ଧ ବାସ୍ତବରେ ଅସଲି ନା ନକଲି?

ଶୁଂଘି : ଦୁଗ୍ଧକୁ ଶୁଂଘି ତାର ଶୁଦ୍ଧତା ସଂପର୍କରେ ଆପଣ ଅନୁମାନ କରିପାରିବେ। ଯଦି ଦୁଗ୍ଧରେ ସାବୁନ ଭଳି ଗନ୍ଧ ବାହାରୁଥାଏ ତେବେ ଆପଣ ଜାଣିଯିବେ କି, ଆପଣ ଆଣିଥିବା କ୍ଷୀର ପ୍ୟାକେଟଟି ନକଲି ଅଟେ।

ହାତରେ ଘଷନ୍ତୁ : ସାମାନ୍ୟ ମାତ୍ରାରେ କଞ୍ଚା କ୍ଷୀରକୁ ହାତ ପାପୁଲିରେ ରଗଡନ୍ତୁ ଓ ଏହାକୁ ଚାଖନ୍ତୁ। ଅସଲି ଦୁଗ୍ଧରେ ମିଠା ସ୍ୱାଦ ଆସିଥାଏ। ଯଦି ଦୁଗ୍ଧର ସ୍ୱାଦ ମିଠା ନଲାଗେ ତେବେ ଜାଣିନେବେ କି ଆପଣ କିଣିଥିବା କ୍ଷୀର ପ୍ୟାକେଟଟି ନକଲି ଅଟେ।

ରଙ୍ଗ ଦେଖି : ଅସଲି ଦୁଗ୍ଧକୁ ଫୁଟାଇବା ଦ୍ୱାରା ତାର ରଙ୍ଗରେ କୌଣସି ପ୍ରକାରର ପରିବର୍ତ୍ତନ ଆସିନଥାଏ। ସେହିପରି ନକଲି କ୍ଷୀର ଫୁଟାଇବା ଦ୍ୱାରା ତାର ରଙ୍ଗ ହାଲକା ହଳଦିଆ ରଙ୍ଗର ହୋଇଯାଇଥାଏ କିମ୍ବା କିଛି ସମୟ ରଖିଦେଲେ ଏହାର ରଙ୍ଗ ବଦଳିଯାଇଥାଏ।

ଚିକ୍କଣିଆ ଲାଗିଲେ : ଅସଲି କ୍ଷୀରକୁ ହାତ ପାପୁଲିରେ ରଗଡିବା ଦ୍ୱାରା ଏହା ହାତକୁ ଚିକ୍କଣିଆ ତଥା ତେଲିଆ ଲାଗିଥାଏ। ସେହିପରି ଯଦି ନକଲି କ୍ଷୀରକୁ ଏଭଳି କରନ୍ତି ତେବେ ଏହା ହାତକୁ କିଛି ବି ଅନୁଭବ ହୋଇଥାଏ।

ଅଧିକ ଫେଣ ନହେବା : ଅଧିକାଂଶ ସମୟରେ ୱାସିଂ ପାଉଡର ମିଶାଇ ନକଲି ଦୁଗ୍ଧ ପ୍ରସ୍ତୁତ କରାଯାଇଥାଏ। ଏକ କାଚ ଗ୍ଲାସରେ କ୍ଷୀର ଭର୍ତ୍ତି କରି ଏହାକୁ କିଛି ସମୟ ଧରି ହଲାନ୍ତୁ । ଯଦି ଏଥିରେ ଅଧିକ ମାତ୍ରାରେ ଫେଣ ବାହାରେ ଏବଂ ବହୁତ ସମୟ ଧରି ଏହି ଫେଣ ରହେ ତେବେ ବୁଝିନେବ କି ଏଥିରେ ୱାସିଂ ପାଉଡର ମିଶାଯାଇଛି।

ସମ୍ବନ୍ଧିତ ଖବର